ଚୋରି ଟିପ୍ପର ଝାଡ଼ଖଣ୍ଡରୁ ଉଦ୍ଧାର : ଅଭିଯୁକ୍ତ ଚମ୍ପଟ

ବଡ଼ବିଲ,୧୯।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହିରୁ ଗୁରୁବାର ବିଳମ୍ବିତ ରାତିରେ ଏକ ହାଇଓ୍ବା ଟିପ୍ପର ଚୋରି ହୋଇଯାଇଥିଲା। ଖବରପାଇ ପୋଲିସ ଟିପ୍ପରର ପିଛା କରିଥିଲା। ଚମ୍ପୁଆ ଥାନାଞ୍ଚଳ ଦେଇ ଟିପ୍ପରଟି ଝାଡ଼ଖଣ୍ଡ ରାଜ୍ୟ ଆଡ଼କୁ ଯାଇଥିଲେ ହେଁ ପୋଲିସ ପିଛାଛାଡ଼ି ନ ଥିଲା। ତେବେ ଝିକପାଣି ନିକଟରେ ଟିପ୍ପରଟିକୁ ଛାଡ଼ି ଅଭିଯୁକ୍ତ ଚମ୍ପଟ ମାରିଥିଲାବେଳେ ପୋଲିସ ଗାଡ଼ିଟିକୁ ଉଦ୍ଧାର କରିଛି। ଶୁକ୍ରବାର ସକାଳେ ଉକ୍ତ ଟିପ୍ପରକୁ ପୋଲିସ ବଡ଼ବିଲ ଥାନାକୁ ଆଣିଥିବା ଆଇଆଇସି ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।