Posted inଫୁରସତ

ଚିନ୍ମୟ ଚିନ୍ତନ: ହର୍‌ ଗୁଣ୍‌ ଫେଡ୍‌ ମିଶା..

ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା ମିଶାଣ। ତେବେ ଆମେ ‘ହରିବା’ କ’ଣ?

ଶ୍ରୀ ସନ୍ନ୍ୟାସୀ

ହର୍‌ ଗୁଣ୍‌ ଫେଡ୍‌ ମିଶା, ଆଉ ସବୁ ପାଠ ଫସରଫସା-ପାଠକେ! ଏ ରସାଳିଆ ପଦଟିକୁ ଆପଣ ଜୀବନକାଳ ମଧ୍ୟରେ କେଉଁଠି ନା କେଉଁଠି ନିଶ୍ଚେ ଶୁଣିଥିବେ। ବିଶେଷକରି ପାଲା ବା ସଂକୀର୍ତ୍ତନ ଗାୟକମାନେ ନିଜ କାର୍ଯ୍ୟକ୍ରମ ପରିବେଷଣ କଲାବେଳେ ଉପସ୍ଥିତ ଶ୍ରୋତାମାନଙ୍କୁ ଏ କଥା କହିଥାନ୍ତି। ମୁଁ ଏ କଥାଟି ଖୁବ୍‌ ପିଲାବେଳେ ମୋ ଜେଜଙ୍କଠାରୁ ପ୍ରଥମେ ଶୁଣିଥିଲି। ପ୍ରଥମ କି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବାର କଥା ଇଏ। ଅବଶ୍ୟ ଭଲ ପଢ଼ୁଥିଲି। କ୍ଲାସ୍‌ରେ ସବୁଥିରେ ଫାଷ୍ଟ। ଘରେ ସବୁବେଳେ ପଢ଼େ। ମୋ ଜେଜ ଜଣେ ବେଶ୍‌ ଧାର୍ମିକ ଥିଲେ। ମୋତେ ଥରେ କହିଲେ-ଆରେ ନାତିଆ, କି ପାଠ ପଢ଼ୁଛୁ କିରେ? କହିଲି- ଜେଜେ ମୁଁ ମିଶାଣ ଫେଡାଣ ହରଣ ଗୁଣନ ଓ ପଣିକିଆ ସବୁ ଶିଖିଗଲିଣି। ଜେଜ କହିଲେ ଧନରେ! ସେ ପାଠଗୁଡାକ କୋଉ କାମରେ ଆସିବ ନାହିଁରେ। କେବଳ ପେଟ ଚାଖଣ୍ଡକ ପୋଷିବା ପାଇଁ ସେ ପାଠ। ପା….ଠ…..। ଅର୍ଥାତ ଶୂନ୍‌ (0)କୁ ପାଅ। ଏ ପାଠ ହେଉଛି ଅବିଦ୍ୟା। ଅସଲ ପାଠ ହେଉଛି ବିଦ୍ୟା। ଏହା ଆମକୁ ମୁକ୍ତି ଦିଏ।

ମୁଁ ଆଖି ତରାଟି ଜେଜଙ୍କ ମୁହଁକୁ ଚାହିଁଲି। ଆଉ ଗୋଟେ କ’ଣ ‘ବିଦ୍ୟା’ ବୋଲି ଜିନିଷ ଅଛି! ଶ୍ରେଣୀରେ ସାର୍‌ ତ କହୁଥିଲେ-ପିଲାଏ! ତୁମେ ଯାହା ପଢ଼ୁଛ ତାହା ହେଉଛି ‘ବିଦ୍ୟା’। ତାହାକୁ ମନ ଲଗାଇ ପଢ଼ିବ। ତେବେ ଅସଲ ‘ବିଦ୍ୟା’ କ’ଣ?- ଜେଜେଙ୍କୁ ପଚାରିଲି। ସେଦିନ ମୋ ସରଳିଆ ମୁଣ୍ଡକୁ ବୁଝାଇବାକୁ ଯାଇ ଜେଜ କହିଥିଲେ-ହର ଗୁଣ ଫେଡ୍‌ ମିଶା, ଆଉ ସବୁ ପାଠ ଫସରଫସା।

‘ମୋର ତ ଏଗୁଡାକ ସବୁ ହୋଇଯାଇଛି’। ଜେଜ କହିଲେ, ନାଇଁରେ ନାତି, ହର ଗୁଣ ଫେଡ୍‌ ମିଶା କହିଲେ ତୁ ଯୋଉ ହରଣ, ଗୁଣନ, ଫେଡାଣ, ମିଶାଣ କରୁଛୁ, ୟେ ତା ନୁହେଁ। ଏହା ହେଉଛି ମାନବ ଜୀବନର ସବୁଠାରୁ ବଡ଼ କଥା। ଏ ପାଠ ପଢ଼ିଲେ ଈଶ୍ୱର ମିଳନ୍ତି। ଆଉ ଟିକେ ବଡ଼ ହ, ସବୁ ବୁଝିପାରିବୁ।

ଏଇ କିଛିଦିନ ତଳେ ପାଲାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଅତିଥି ହୋଇ ଏକ ମଞ୍ଚକୁ ଯାଇଥିଲି। ସଭା ପରେ ବାଦୀ ପାଲା ଆରମ୍ଭ ହେଲା। ପ୍ରଥମ ଥାକ ଗାୟକ ତାଙ୍କ ପରିବେଷଣରେ ପ୍ରଥମେ ଏଇ ପଦରୁ ହିଁ ଆରମ୍ଭ କଲେ। ସେତେବେଳେ ମୋ ଜେଜଙ୍କ କଥା ମନେପଡ଼ିଗଲା।

ପାଠକେ! ଅସଲ କଥାଟି କହିବାକୁ ଯାଇ ମୁଁ କୁଆଡେ ପଶିଗଲିଣି। ବାସ୍ତବରେ କ’ଣ ସେ ପଦର ବ୍ୟାଖ୍ୟାନ? ତା ଭିତରେ କେଉଁ ଆଧ୍ୟାତ୍ମିକ ଚିନ୍ତାଧାରା ଅଛି? କ’ଣ ହରଣ କରିବା, କାହାକୁ ଗୁଣିବା, କେମିତି ଫେଡିବା, କାହା ସହିତ ମିଶିବା? କ’ଣ… କ’ଣ ଏ ସବୁର ଅନ୍ତରାର୍ଥ।

ଆମ ରାଇଜର ପରମ ଭାଗବତ ମହାପୁରୁଷମାନେ ବହୁ ପ୍ରକାରେ ଏହାର ଭିନ୍ନ ଭିନ୍ନ ଅର୍ଥ ବାହାର କରିଛନ୍ତି।
ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା ମିଶାଣ। ତେବେ ଆମେ ‘ହରିବା’ କ’ଣ? ପାଠକେ ଆମ ଭିତରେ ଥୋକାଏ ଅଛନ୍ତି, ଯେଉଁମାନେ ସର୍ବଦା ଅନ୍ୟର ନିନ୍ଦା କରିବାରେ ମାହିର୍‌। ତାଙ୍କ ଆଖିକୁ ଅନ୍ୟମାନଙ୍କ ଭଲ ଗୁଣ ଆଦୌ ଦେଖାଯାଏ ନା। ଏ ଧରଣର ଲୋକ ଆଧ୍ୟାତ୍ମିକ ସଡ଼କରେ ଜମା ଚାଲିପାରିବେ ନାହିଁ। ଆଧ୍ୟାତ୍ମିକ ରାଇଜରେ ପ୍ରବେଶ କରିବାର ପ୍ରଥମ ଯୋଗ୍ୟତା ହେଉଛି-ଭଲ ଦେଖ। କାହାର କୁତ୍ସାରଟନା କରନା। ଅନ୍ୟର ଭଲ ଗୁଣକୁ ଆହରଣ କର। ହରଣ କର। ଏହା ହେଉଛି ‘ହର୍‌’ର କଥା।

‘ଗୁଣ’ ମାନେ ? ସର୍ବଦା ଈଶ୍ୱରଙ୍କ ଗୁଣ କୀର୍ତ୍ତନ କର। ଗୀତାରେ କୁହାଗଲା-ତସ୍ମାତ୍‌ ସର୍ବେଷୁ କାଳେଷୁ ମାମନୁସ୍ମର ଯୁଦ୍ଧ୍ୟ ଚ। ମୋତେ ସର୍ବଦା ସ୍ମରଣ କର। ସ୍ମରଣ ମାନେ ହେଉଛି ‘ଗୁଣିବା’।

ବାକି ରହିଲା ‘ଫେଡ୍‌’। ଫେଡ୍‌ ମାନେ ଫେଡାଣ। ବିଯୁକ୍ତ କରିବା। ମାଇନସ୍‌ କରିବା। ନିଜ ଭିତରେ ଯେଉଁ ମୋହ ବା ଆସକ୍ତି ଅଛି ତାକୁ ଫେଡ। ମୋର୍ହବିମୁକ୍ତ ହୁଅ।

ହର- ଅନ୍ୟର ଭଲ ଗୁଣକୁ ହରଣ କର।
ଗୁଣ- ଈଶ୍ୱରଙ୍କ ଗୁଣଗାନ କର।
ଫେଡ୍‌- ମୋହ ମାୟା ବା ଆସକ୍ତି ପରିତ୍ୟାଗ କର।
ମିଶା- ଉପରୋକ୍ତ ତିନୋଟି କାମ କଲେ ଶେଷରେ ପରମାତ୍ମାଙ୍କ ସହ ଜୀବର ମିଶାଣ ବା ଯୁକ୍ତ ହେବ।
ପାଠକେ କଥାଟି ମନକୁ ପାଇଲା ତ?

-ଦିବ୍ୟାଲୋକ ସନ୍ଧାନେ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri