ଚିନ୍ତାବ୍ୟକ୍ତ କଲା ଆଇଏମ୍‌ଏଫ୍‌;ଆଶାଠାରୁ ଅନେକ କମ୍‌ ରହିଛି ଭାରତର ବିକାଶ ହାର

ଓ୍ବାଶିଂଟନ,୧୪-୯: ଭାରତର ଆର୍ଥିକ ବିକାଶର ଅସ୍ପଷ୍ଟ ଚିତ୍ରକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଚିନ୍ତାବ୍ୟକ୍ତ କରିଛି। କର୍ପୋରେଟ ଓ ପରିବେଶ ସହ ଜଡ଼ିତ ନିୟାମକ ସଂସ୍ଥାଗୁଡ଼ିକରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ କେତେକ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଦୁର୍ବଳ ହେବା କାରଣରୁ ଭାରତର ଆର୍ଥିକ ବୃଦ୍ଧି ହାର ଅନେକାଂଶରେ କମିଛି। ଏହା ଆଶାଠାରୁ ଅନେକ କମ୍‌ ରହିଛି ବୋଲି ଆଇଏମ୍‌ଏଫ୍‌ କହିଛି।
ତେବେ ଭାରତରେ ଆର୍ଥିକ ମାନ୍ଦାବସ୍ଥା ମାଡି ସାରିଥିଲେ ସୁଦ୍ଧା ଚାଇନାର ବିକାଶ ହାର ଠାରୁ ଏହା ବହୁ ଆଗରେ ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। ବିଶ୍ୱରେ ଏହା ସର୍ବାଧିକ ଦ୍ରୁତ ବିକାଶ କରୁଥିବା ଦେଶ ଭାବେ ଆଗେଇ ଚାଲିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁମାନ କରିଛି। ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଆଇଏମ୍‌ଏଫ୍‌ ମୁଖପାତ୍ର ଗ୍ୟାରୀ ରାଇସ୍‌ କହିଛନ୍ତି ଯେ, ନିକଟରେ ପ୍ରକାଶ ପାଇଥିବା ଭାରତର ଜିଡିପି ହାର ଧିମା ଆର୍ଥିକ ବିକାଶର ସଙ୍କେତ ଦେଉଛି। ଖୁବଶୀଘ୍ର ନୂଆ ତଥ୍ୟ ସାମ୍‌ନାକୁ ଆସିବ। ତେବେ ଏହା ସ୍ପଷ୍ଟ ଯେ, ଭାରତର ଆର୍ଥିକ ବିକାଶ ହାର ଆଶାଠାରୁ କମ୍‌ ରହିଛି। ସେ କହିଛନ୍ତି ଯେ, ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥାଗୁଡ଼ିକ ପକ୍ଷରୁ ସୃଷ୍ଟି ହୋଇଥିବା ବିପଦ କାରଣରୁ ଭାରତର ଅର୍ଥନୀତି ଧିମା ହୋଇଛି ବୋଲି କୁହାଯାଇପାରେ। ଉଲ୍ଲେଖଥାଉ କି, ଆଇଏମ୍‌ଏଫ୍‌ ପକ୍ଷରୁ ଜୁଲାଇରେ ୨୦୧୯ ଓ ୨୦୨୦ ପାଇଁ ଭାରତ ଆର୍ଥିକ ବିକାଶ ହାର ଅନୁମାନ ଦର୍ଶାଯାଇସାରିଛି। ସେତେବେଳେ ଆଇଏମ୍‌ଏଫ୍‌ ପକ୍ଷରୁ ଭାରତର ଆର୍ଥିକ ବିକାଶ ହାର ୨ ବର୍ଷରେ ୦.୩% ହ୍ରାସ ପାଇବ ବୋଲି ଅନୁମାନ କରାଯାଇଥିଲା। ଭାରତର ଜିଡିପି ଅଭିବୃଦ୍ଧି ୨୦୧୯ରେ ୭% ଏବଂ ୨୦୨୦ରେ ୭.୨% ରହିବ ବୋଲି ଅନୁମାନ କରାଯାଇଥିଲା। ଚାଇନା ଓ ଭାରତର ଆର୍ଥିକ ଅଭିବୃଦ୍ଧି ସମ୍ପର୍କରେ ରାଇସ୍‌ କହିଛନ୍ତି ଯେ, ଏ କ୍ଷେତ୍ରରେ ଭାରତ ଏହାର ପଡୋଶୀ ଦେଶ ଠାରୁ ବହୁ ଆଗରେ ରହିବ। ରାଇସ୍‌ କହିଛନ୍ତି ଯେ, ଭାରତର ଆର୍ଥିକ ଅଭିବୃଦ୍ଧି ହାର ଉପରେ ଆଇଏମ୍‌ଏଫ୍‌ କ୍ରମାଗତ ଦୃଷ୍ଟି ରଖିବ। ଉଲ୍ଲେଖଥାଉ କି, ଅଗଷ୍ଟ ୩୦ରେ ଜାରି ବର୍ତ୍ତମାନର ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସର ଜିଡିପି ହାର ଜାରି କରାଯାଇଥିଲା। ଏହି ସମୟରେ ଭାରତର ଜିଡିପି ବୃଦ୍ଧି ହାର ମାତ୍ର ୫% ରହିଥିବା ସରକାର ଘୋଷଣା କରିଥିଲା, ଯାହା କି ୬ ବର୍ଷର ସର୍ବନିମ୍ନ ସ୍ତର ଥିଲା। ଏହା ଅର୍ଥନୀତିଜ୍ଞମାନଙ୍କୁ ଚକିତ କରିଥିଲା। ଗତବର୍ଷ ପ୍ରଥମ ତ୍ରୈମାସରେ ଦେଶର ଆର୍ଥିକ ବିକାଶ ହାର ୮% ରହିଥିଲା। ଦୁର୍ବଳ ଘରୋଇ ଚାହିଦା ଏବଂ ନିବେଶ ବୃଦ୍ଧି ଧିମା ହେବା ଯୋଗୁ ଆର୍ଥିକ ବିକାଶ ହାର ହ୍ରାସ ପାଇଛି ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri