ଭୁବନେଶ୍ୱର,୬।୨: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିବ। ରାଜ୍ୟ ସରକାର ଜାନୁଆରୀ ୩୧ ଅବଧିକୁ ମାର୍ଚ୍ଚ ୩୧ ଯାଏ ବଢାଇଛନ୍ତି। ୮ରୁ ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ରାଜ୍ୟ ସରକାର ଟଙ୍କା ଦେଉଛନ୍ତି। ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ ଆବେଦନ କରିପାରିବେ। ଆବେଦନର ୧୫ ଦିନ ଭିତରେ ଜମାକାରୀ ଟଙ୍କା ଫେରିପାଇବେ।
Dharitri – Odisha’s No.1 Odia Daily

