ଚିକିତ୍ସାଧୀନ ଅବସ୍ଥାରେ ନୀଳ ଇଗୁଆନା ଏଣ୍ଡୁଅ ମୃତ

ବାରଙ୍ଗ,୧୨ା୩(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆମେରିକାନ ନୀଳ ଇଗୁଆନା ଏଣ୍ଡୁଅର ମଙ୍ଗଳବାର ମୃତ୍ୟୁ ଘଟିଛି। ତେବେ ବୁଧବାର ତା’ର ବ୍ୟବଚ୍ଛେଦ ପରେ ତା’ ପେଟରୁ ୫୫ଟି ଅଣ୍ଡା ବାହାରିଥିବା ଜଣାପଡ଼ିଛିା। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏହି ଆମେରିକାନ ଏଣ୍ଡୁଅ ଏକାସଙ୍ଗେ ୫ଟି ଅଣ୍ଡା ଦେଇଥିଲା। କିନ୍ତୁ ସେଥିରୁ ଗୋଟିଏ ଅଣ୍ଡା ଭାଙ୍ଗିଯାଇଥିଲା। ଅଣ୍ଡାଦେବାକୁ କଷ୍ଟ ହେବାରୁ ତାକୁ ଏନକ୍ଲୋଜର ନଂ. ୪୪ଆଇରେ ଅନ୍ୟମାନଙ୍କଠାରୁ ଅଲଗା କରାଯାଇଥିଲା। ନନ୍ଦନକାନନର ଡାକ୍ତରମାନଙ୍କ ପରାମର୍ଶକ୍ରମେ ଉଷୁମ ଚିକିତ୍ସା କରାଯାଇ କର୍ମଚାରୀମାନେ ତା’ର ଯତ୍ନ ନେଇଥିଲେ। ହେଲେ ତା’ର ସ୍ବାସ୍ଥ୍ୟରେ ଉନ୍ନତି ପରିବର୍ତ୍ତେ ଅବନତି ହେବାକୁ ଲାଗିଥିଲା। ଧୀରେ ଧୀରେ ତା’ର ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ରୂପେ ବିଗିଡିଯିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାର ମୃତ୍ୟୁପରେ ନନ୍ଦନକାନନରେ ଇଗୁଆନା ଏଣ୍ଡୁଅ ସଂଖ୍ୟା ହ୍ରାସ ପାଇ ୪ରେ ପହଞ୍ଚତ୍ଛି। ସେଥିମଧ୍ୟରେ ନୀଳ ଇଗୁଆନା ୨ ଓ ନାଲି ଇଗୁଆନା ୨ ଅଛନ୍ତି। ସେହିଭଳି ତୃଣଭୋଜି ସଫାରିରେ ଥିବା ୫ବର୍ଷର ଏକ ମାଈ କୃଷ୍ନସାର ମୃଗ ବୁଧବାର ମୃତ୍ୟୁବରଣ କରିଛି। ସୁସ୍ଥ ଥାଇ ବିଚରଣ କରୁଥିବା ଏହିି ମୃଗଟି ହଠାତ ମୃତ୍ୟୁ ହୋଇଥିବାର ଜଣାପଡିଛି। ଅନ୍ୟପଟେ କପିଳାସ ଚିଡ଼ିଆଖାନାର ତିନିଜଣିଆ ଟିମ ବୁଧବାର ନନ୍ଦନକାନନକୁ ଆସି ନିଶା ଇଞ୍ଜେକ୍ସନ ନେଇ ଯାଇଥିବାର ଜଣାପଡିଛି। କପିଳାସରେ ଥିବା ହାତୀର ଚିକିତ୍ସା ପାଇଁ ନିଶ୍ଚେତକ ଆବଶ୍ୟକତା ଥିବାରୁ ଏହି ଟିମ ଆସି ନନ୍ଦନକାନନରୁ ଇଞ୍ଜେକ୍ସନ ନେଇଥିବାର ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

କ୍ୟାବିନ ପୋଡ଼ି, ଠେଲା ଭାଙ୍ଗିଦେଲେ

ରିଷିଡ଼ା,୨୮ା୨ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ୍‌ ରିଷିଡ଼ା ତେରେସିଂହା (ଫଟାମୁଣ୍ତା) ଛକରେ କାଠରେ ତିଆରି ଏକ କ୍ୟାବିନକୁ କେହି ଜଣେ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି: ଜଣେ ନିଖୋଜ, ୨ ଉଦ୍ଧାର

ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ…

ବାଇକ ଧକ୍କାରେ ୬ ବର୍ଷର ଶିଶୁ ଗୁରୁତର

ମୋହନା,୨୮।୨( ମମ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁ ସ୍କୁଲ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର …

ମହିଳାଙ୍କ ମହତ୍ କାମ : ଶିବିର ଆୟୋଜନ କରି …

ବରଗଡ଼,୨୮।୨(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡିଶାର ବରଗଡ଼ ଜିଲାରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଯଥେଷ୍ଟ କମ୍ ରହିଛି। ୨୦୨୩ ବର୍ଷ ତଥ୍ୟ ଅନୁସାରେ ବରଗଡ଼ରେ…

କେମିତି ରୋକାଯିବ ଘୋଡ଼ା ବେପାର: ନବୀନଙ୍କ ସହ କ’ଣ ଆଲୋଚନା ହୋଇଛି ସବୁ ଖୋଲି କହିଦେଲେ ଭକ୍ତ 

ଭୁବନେଶ୍ୱର, ୨୮।୨: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ନେଇ ସବୁ ଖୋଲି କହିଲେ ଭକ୍ତ ଦାସ। ଦତ୍ତେଶ୍ବର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡିଡେଟ କରିବା ନେଇ  ସେ ତାଙ୍କ…

କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ

ଫୁଲବାଣୀ, ୨୮ା୨(ରାକେଶ କୁମାର ରାଉତ): ଫୁଲବାଣୀ ସହରର ମଧ୍ୟଭାଗରେ ଥିବା ସାଇମନ୍ଦିର ନିକଟ ବିଚ୍‌ ରାସ୍ତାରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଜଣେ କର୍ତ୍ତବ୍ୟରତ କନଷ୍ଟେବଳଙ୍କୁ ଛୁରିରେ ଭୁସି…

ଅବ୍ୟବସ୍ଥାରେ ସାପ୍ତାହିକ ହାଟ, ପରିବା ପାଇଁ ଯିବାକୁ ନାକ ଟେକୁଛନ୍ତି ଲୋକେ

ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କାଳୀମନ୍ଦିର ନିକଟସ୍ଥ କଲେଜ ରୋଡ୍‌ଠାରେ କିଛି ମାସ ହେବ ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ସାପ୍ତାହିକ ହାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri