ଚିକିଟା ଦାସଙ୍କ ଶନିଶପ୍ତା

ମାଧବ ଚନ୍ଦ୍ର ସ୍ବାଇଁ
ଗତ ପିତୃ ଦିବସରେ ମେଙ୍ଗାଲୁରରେ ଚାକିରି କରିଥିବା ପୁଅ ମୁନ୍ନା ବାପା ଚିକିଟା ଦାସଙ୍କ ପାଖକୁ କୋଡିଏ ହଜାର ଟଙ୍କା ପଠାଇଲା ଡାଉନ ପେମେଣ୍ଟ ଦେଇ ଗୋଟାଏ ସ୍କୁଟି କିଣିବାକୁ। ଚିକିଟା ଦାସ ଆହୁରି ସିଆଣା। ପରେ ପୁଅ ଟଙ୍କା ଦେବ ନ ଦେବ, ମୁଁ କିସ୍ତି ଶୁଝିବି କିପରି? କମ୍ପାନୀ ଗାଡ଼ି ଟାଣି ନେଇଯିବ। ମୁଁ ବୁଲା ଫକିର ଝୁଲା ମୁଣି ଧରି ବୁଲୁଥିବି। ପନ୍ଦର ହଜାର ଟଙ୍କା ଦେଇ ଗୋଟାଏ ସେକେଣ୍ଡ ହ୍ୟାଣ୍ଡ ସ୍କୁଟି କିଣି, ପାଞ୍ଚ ହଜାର ଖର୍ଚ୍ଚ କରି ଗାଡ଼ିଟାକୁ ସଜାଡି ଦିଅନ୍ତେ, ଚିକିଟା ଦାସଙ୍କର ମନ କୁଣ୍ଢେ ମୋଟ ହୋଇଗଲା। ହଁ ଗାଡି କିଣିବା ପାଇଁ ପୁଅ ମୁନ୍ନା କହିଥିଲା ବାପା, ରାସ୍ତାରେ ଗାଡି ଚଢି ଗଲା ବେଳେ ବୃଦ୍ଧ ଅସହାୟ ଚାଲି ଚାଲି ଯାଉଥିବା ଲୋକଙ୍କୁ ସାଥିରେ ନେଇଯିବ, ଧର୍ମ ହେବ। ଏ କଥାଟା ଚିକିଟା ଦାସଙ୍କ ମନକୁ ପାଇଗଲା।
ଗାଡ଼ି ଧରି ପ୍ରଥମ ଦିନ ବାହାରିଛନ୍ତି, ଖାଲି ଏପଟ ସେପଟ ଚାହିଁ ଚାହିଁ ଯାଉଛନ୍ତି। କାଳେ କିଏ କହିବ ମଉସା ଟିକିଏ ଆଗରେ ଛାଡିଦେବ। ଚିକିଟା ଦାସର ଚାହିଁବା ରଙ୍ଗ ଢଙ୍ଗ ଦେଖି କେହି କେହି ରସିକିଆ ବୁଢ଼ା ବୋଲି ଧରିନେଲେ। ବିରାଡ଼ି କପାଳକୁ ଶିକା ଛିଡିବା ପରି ଓଠକୁ ଲିପଷ୍ଟିକ କରି ଓ ନଖକୁ ନେଲପଲିସରେ ରଙ୍ଗେଇ ଦେଇ ଚୁଡିଦାର ପଞ୍ଜାବୀ ପରିହିତା ଜଣେ ନହୁଲି ବୟସୀ ପଛରୁ ଡାକଦେଲା- ମଉସା ଶୁଣିବକି! ମୋତେ ଟିକିଏ ଆଗ ଛକରେ ଛାଡିଦେବ। ଅଟୋ ମିଳୁ ନାହିଁ। ବଡ଼ ହଇରାଣ ହେଲିଣି।
ଚିକିଟା ଦାସ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ହଠାତ୍‌ ଗାଡି ରଖି କହିଲେ- ଝିଅ ମୋତେ ଡାକିଲୁ କି। ହଉ ଆ ବସ। ତୋତେ ଆଗରେ ଛାଡିଦେବି। ଜଣେ ଗଲେ ଯେତିକି ପେଟ୍ରୋଲ ପୋଡିବ, ଦୁଇଜଣ ଗଲେ ସେତିକି। ତହୁଁ ଝିଅଟି ଆରାମରେ ବସିଗଲା। ଗାଡି ଖଣ୍ଡେ ବାଟ ଯାଇଛି କି ନାହିଁ, ଲୋକ ଦେଖି ଝିଅଟି ଚିଲେଇଲା, ଆଜ୍ଞାମାନେ ମୋତେ ରକ୍ଷାକର। ଏଇ ବୁଢ଼ାଟା ମୋତେ କୁଆଡେ ନେଇଯାଉଛି।
ଆଜିକାଲି ଲୋକଙ୍କ କଥା ଜାଣିନାହାନ୍ତି? ଏମିତିଆ ମାମଲାରେ ଶାର୍ଟପେଣ୍ଟ ଖୋଲି ଦିହରେ ମୁଣ୍ଡରେ ଏମିତି ବସେଇ ଦେବେ ଯେ ଶେଷକୁ କାଳୁପଡା ସେକ ନେବାକୁ ପଡିବ। ଶେଷକୁ ଜଣେ ଭଦ୍ରଲୋକ କଥା ଛିଣ୍ଡାଇଲେ। ସେ ଝିଅକୁ ପାଞ୍ଚଶହ ଟଙ୍କା ଦିଅ, ଘରକୁ ଯାଅ। ଥାନାକୁ ଗଲେ ତମ ଅବସ୍ଥା ସାଂଘାତିକ ହୋଇଯିବ। କେସ୍‌ ପାଇଁ ଜାମିନଦାର ମିଳିବେ ନାହିଁ। କାନମୁଣ୍ଡା ଆଉଁସି ଚିକିଟା ଦାସ ଅତି କଷ୍ଟରେ ସେ ଝିଅକୁ ପାଞ୍ଚଶହ ଟଙ୍କା ଦେଇ କହିଲେ- ଝିଅଲୋ ଆଜିକାଲି ଦୟାଧର୍ମ ନାହିଁ। ବୁଢ଼ା ବାପଟାକୁ କାଇଦାରେ ପଟାଇ ଦେଲୁ। ମଲା ଯାଏ ତୋ ଋଣ ଶୁଝିପାରିବି ନାହିଁ।
ଚିକିଟା ଦାସ ମନେ ମନେ ଶପଥ ନେଲେ, ନା ନାରୀ ଜାତିକୁ ଆଉ ବିଶ୍ୱାସ ନାହିଁ। ଏ ଗାଡ଼ିରେ ଆଉ ମୋ ସ୍ତ୍ରୀ ଛଡ଼ା କୌଣସି ମାଈ ତିରିଲା ବସିବେ ନାହିଁ।
କିଛିଦିନ ଚାଲିଗଲା, ସମୟ ଅପରାହ୍ଣ ପାଞ୍ଚଟା। ପ୍ୟାଣ୍ଟଶାର୍ଟ ପିନ୍ଧା ଲୋକଟାଏ ହାତ ଦେଖାଇ କହିଲା ମଉସା ଚିହ୍ନିପାରୁନ। ମୁଁ ବଇନ। ତୁମେ ଅଷ୍ଟମରେ ପଢିଲା ବେଳକୁ ମୁଁ ପଞ୍ଚମରେ ପଢୁଥିଲି। ଆଜି ଏପଟେ ଅଟୋବାଲା ଷ୍ଟ୍ରାଇକ କରିଛନ୍ତି, ମୋତେ ଆଗରେ ଟିକିଏ ଛାଡିଦେବେ। ଚିକିଟା ଦାସ ମନେ ମନେ ଭାବିଲା, ଗଲା ଥର ସେ ଝିଅଟା ଆଗରେ ଛାଡିଦେବା କହି ମାଇଲା ପଟି ଯେ ଅଖା ଧୋଉଛି, ଗୁଣ ଗାଉଛି। ୍‌ହଉ ଏ ତ ଅଣ୍ଡିରା ଜାତୀୟ, ଦେଖାଯାଉ କ’ଣ ହେଉଛି। ଗପ ସପ ହୋଇ ଯାଉ ଯାଉ ଆଗ ଛକ ହୋଇଗଲା। ବାଟୋଇ ଜଣକ ଗାଡିରୁ ଓହ୍ଲେଇ ଚାଲିଗଲେ। ଚିକିଟା ବାବୁ ଘରେ ପହଞ୍ଚି ବାମପଟ ପଞ୍ଜାବି ପକେଟରେ ହାତ ମାରିଲା ବେଳକୁ ମୋବାଇଲ ନାହିଁ। ଜରୁର ସେ ଲୋକଟା କାରସାଦି କରି ନେଇଗଲା। ପଡ଼ିଶା ଘର ଫୋନରୁ ଯେତେ ଫୋନ ମାରିଲେ ବି ଖାଲି ସୁଇଚ୍‌ ଅଫ୍‌ ଦେଖାଇଲା। ମାନେ ଫୋନଟା ହାତରୁ ସବୁଦିନ ପାଇଁ ଚାଲିଗଲା।
ଚିକିଟା ଦାସ ପ୍ରତିଜ୍ଞା କଲେ- ବୋପାର ଭାଇ ହେଲେ ବି ଆଉ ଏ ଗାଡିରେ କାହାକୁ ବସାଇବେ ନାହିଁ। ଦୁଇ ଦୁଇଟା କେସ୍‌ କଥା ମନେପକାଇ ଚିକିଟା ଦାସଙ୍କର ମୁଣ୍ଡ ଗୋଳମାଳ ହୋଇଯାଇଛି। ଏହା ଭିତରେ ଦୁଇମାସ ବିତିଗଲାଣି। ସେକେଣ୍ଡ ହାଣ୍ଡ ଫୋନଟାଏ ବି ସେହି ପୁରୁଣା ନମ୍ବର ସିମ୍‌ ପଡି ଆସିଲାଣି।
ହଠାତ୍‌ ରାସ୍ତାରେ ସ୍କୁଟି ଧରି ଯାଉଥିବା ବେଳେ ଦେଖିଲେ ପୃଥୁଳ କାୟା ବିସ୍ତାର କରିଥିବା ଜଣେ ବୃଦ୍ଧା ଚାଲିବାରେ କଷ୍ଟ ଅନୁଭବ କରୁଥିଲେ। ବୋଧେ ବହୁତ ଓଜନ ସମ୍ବନ୍ଧୀୟ ବେମାର ଦ୍ୱାରା ପୀଡିତ। ଚିକିଟା ଦାସଙ୍କର ଦୟା ହେଲା। ବୁଢୀ ମାଉସୀଙ୍କୁ ବସେଇ ନେଇ ଗଲାବେଳେ ଗାଡି ଆଉ ଆଗକୁ ଯିବାକୁ ମଙ୍ଗୁ ନ ଥାଏ। ଚକା ଫାଟିଯାଇପାରେ। ଏମନ୍ତ ସମୟରେ ପୋଲିସ ଆସି ହାତ ଦେଖାଇ ଗାଡି ସାଇଡ୍‌ କରିବାକୁ କହିଲା। ବୁଢୀ ମାଉସୀ ଚଟାପଟ ଓହ୍ଲେଇ ପଡିଲେ। ହେଲେ ଟ୍ରାଫିକ ପୋଲିସ ବାଲା ଯେଉଁ ଜରିମାନା ହାଙ୍କିଲେ ତାଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା।
ବାବୁ ରଙ୍ଗ କଲାବେଳେ ନମ୍ବର ପ୍ଲେଟରେ ଧଳା ମାରିଦେଇଛନ୍ତି। ନମ୍ବର ଲେଖିନାହାନ୍ତି। ଡି.ଏଲ୍‌. ନାହିଁ, ଇନସ୍ୟୁରାନ୍ସ ନାହିଁ। ସବୁ ସବୁ ହୋଇ ତିରିଶ ହଜାର ଫାଇନ। ଗାଡି ନେବେ କ’ଣ, ପୁଅକୁ ଉତ୍ତର ଦେବେ କ’ଣ! ପୋଲିସ ନାଲିଆଖି ଦେଖାଇବାରୁ ଚିକିଟା ବାବୁ ମୂର୍ଚ୍ଛା ହୋଇ ତଳେ ପଡିଗଲେ।
ଶୈଳନିବାସ, ଏଫ୍‌-୧୮୦, ସେକ୍ଟର-୭, ସିଡିଏ, କଟକ, ମୋ-୯୪୩୭୧୪୬୩୬୮


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri