ଚାହୁଁଛନ୍ତି କି ଉଜ୍ଜ୍ୱଳ ତ୍ୱଚା: ତରଭୁଜ, କଦଳୀ ଲଗାଇ ବଢ଼ାନ୍ତୁ ମୁଁହର ସୌନ୍ଦର୍ଯ୍ୟ

ଖରାଦିନେ ତରଭୁଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏଥିରେ ଥିବା ପୋଷକତତ୍ୱ ଶରୀରକୁ ସୁସ୍ଥ ରଖିବା ସହିତ ଶକ୍ତି ଯୋଗାଇଥାଏ। ଏହା ଶରୀରରେ ଜଳୀୟଅଂଶର ମାତ୍ରା ବଢ଼ାଇବା ସହିତ ତ୍ୱଚାକୁ ମଧ୍ୟ ଉଜ୍ଜ୍ୱଳ ରଖିଥାଏ। ଏଥିସହ ଖରା ଯୋଗୁ ଉପୁଜୁଥିବା ଚର୍ମ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ତେବେ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନିମ୍ନଲିଖିତ ଉପାୟ ଅବଲମ୍ବନ କରିପାରିବେ।

ତରଭୁଜ-କଦଳୀ ଫେସ୍‌ପ୍ୟାକ୍‌
ଏହି ପ୍ୟାକକୁ ପ୍ରସ୍ତୁତ କରିବା ପାଇଁ କଦଳୀକୁ ଚକଟି ସେଥିରେ ତରଭୁଜ ରସ ମିଶାନ୍ତୁ । ଏହାକୁ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ୨ କିମ୍ବା ୩ ଥର ଲଗାଇବା ଫଳରେ ମୁହଁରୁ ଦାଗ ଲିଭିବା ସହିତ ଗୋରା ଦେଖାଯାଇଥାଏ।

ତରଭୁଜ – କ୍ଷୀର ଫସ୍‌ପ୍ୟାକ୍‌
କ୍ଷୀର ସବୁ ସମୟରେ ତ୍ୱଚା ପାଇଁ ଲାଭ ଦାୟକ ହୋଇଥାଏ। ତରଭୁଜରେ କ୍ଷୀର ମିଶାଇ ଏହାର ମିଶ୍ରଣକୁ ବ୍ୟବହରେ କରନ୍ତୁ। ମୁହଁ ଉଜ୍ଜ୍ୱଳ ଦେଖାଯିବ। ଗରମ ଜନିତ ତ୍ୱଚା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଖାଲି ତରଭୁଜ ରସକୁ ମଧ୍ୟ ମୁହଁରେ ମାରି ୨୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ।

ମୁହଁକୁ ସ୍କ୍ରବ କରିବା ପାଇଁ ମଧ୍ୟ ତରଭୁଜ ରସରେ ବେସନ ମିଶାଇ ସ୍କ୍ରବ କରନ୍ତୁ। ମୁହଁ ଚିକ୍କଣ ଦେଖାଯିବ।