ଚାହିଦା ବୃଦ୍ଧି ଉପରେ କେନ୍ଦ୍ରର ଫୋକସ

ନୂଆଦିଲ୍ଲୀ,୧୪-୧୨: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଜିଡ଼ିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏଭଳି ସ୍ଥିତିରେ ଘରୋଇ ବଜାରରେ ଚାହିଦାକୁ ବଢାଇବା ଲାଗି କେନ୍ଦ୍ର ସରକାର ଫୋକସ ରଖିଥିବା ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃର୍ଷ୍ଣମୂର୍ତ୍ତୀ ସୁବ୍ରମଣ୍ୟନ ଶୁକ୍ରବାର କହିଛନ୍ତି। ସରକାର ଏବେ ଯାଏ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ପ୍ରଥମେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶ ମଧ୍ୟରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକର ରିସ୍କ ରିଟର୍ନରେ ଉନ୍ନତି ଆଣିବା ଲାଗି କର୍ପୋରେଟ ଟିକସ ହ୍ରାସ କରାଯାଇଛି। ଏହାବାଦ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜୀଯୋଗାଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅଧପନ୍ତରିଆ ହୋଇ ପଡି ରହିଥିବା ରିୟଲ ଇଷ୍ଟେଟ ପ୍ରକଳ୍ପଗୁଡିକର କାର୍ଯ୍ୟ ଆଗକୁ ବଢାଇବା ଲାଗି ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯାଇଛି। ଏଥିଲାଗି ହାଉସିଂ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକୁ ସହାୟତା କରିବା ଲାଗି ୪.୪୭ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ସେମାନେ ଋଣ ଯୋଗାଣ ଧାରାକୁ ତ୍ୱରାନ୍ବିତ କରିପାରିବେ ବୋଲି ସେ ମତ ରଖିଛନ୍ତି।
ଏହାବାଦ ସେ କହିଛନ୍ତି, ଆଂଶିକ କ୍ରେଡିଟ ଗ୍ୟାରେଣ୍ଟି ଯୋଜନାରେ ୧୭ ପ୍ରସ୍ତାବ ଲାଗି ୭,୬୫୭ କୋଟି ଟଙ୍କା ମଞ୍ଜୁର ହୋଇଛି। ବଜେଟରେ ଧାର୍ଯ୍ୟ ହୋଇଥିବା ୩.୩୮ ଲକ୍ଷ କୋଟି ଖର୍ଚ୍ଚ ଯୋଜନା ହାତକୁ ନିଆଯାଇଛି। ରେଳ ଏବଂ ରାଜପଥ ମନ୍ତ୍ରଣାଳୟ ୨.୪୬ ଲକ୍ଷ କୋଟି ଖର୍ଚ୍ଚ ଯୋଜନାକୁ କାର୍ଯ୍ୟକାରୀ କରାଉଛନ୍ତି। ଚଳିତ ବର୍ଷ ନଭେମ୍ବର ୨୭ ସୁଦ୍ଧା ୮ ଲକ୍ଷରୁ ଉର୍ଦ୍ଧ୍ୱ ରେପୋ ସଂଯୋଗୀ ଋଣ ବାବଦ ୭୦,୦୦୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୬୦,୩୧୪ କୋଟି ଟଙ୍କାର ପୁଞ୍ଜି ଯୋଗାଣ ହୋଇଛି। ଏହାବାଦ ବ୍ୟାଙ୍କଗୁଡିକ କର୍ପୋରେଟ ସଂସ୍ଥାଗୁଡିକୁ ୨.୨ ଲକ୍ଷ କୋଟି ଏବଂ ଏମ୍‌ଏସ୍‌ଏମ୍‌ଇଗୁଡିକୁ ୭୨,୯୮୫ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri