ଚାହିଦା ପୂରଣ ଲାଗି ହୋଣ୍ଡା ଟୁ-ହ୍ବିଲର୍ସର ଉଦ୍ୟମ

ନୂଆଦିଲ୍ଲୀ,୨୩।୫: କୋଭିଡ୍‌-୧୯ ଲାଗି ବର୍ତ୍ତମାନ କଟକଣା ଧୀରେ ଧୀରେ କୋହଳ ହେଉଥିବାରୁ ସରକାର କିଛି କିଛି କ୍ଷେତ୍ରକୁ ଆର୍ଥତ୍କ କାର୍ଯ୍ୟକଳାପ ଲାଗି ଅନୁମତି ଦେଇଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ପୁନର୍ବାର ତା’ର ଉପତ୍ାଦନ ଆରମ୍ଭ କରିବ ବୋଲି ସୂଚନା ଦେଇଛି। କମ୍ପାନୀର ୪ଟି ଯାକ କାରଖାନା ୨ଟି ପର୍ଯ୍ୟାୟରେ ସରକାରୀ କଟକଣା ଓ ସାମାଜିକ ଦୂରତା ଅନୁସାରେ ଉପତ୍ାଦନ ଆରମ୍ଭ କରିବ। ଗ୍ରାହକଙ୍କ ଚାହିଦା ଏବଂ ଯୋଗାଣ ଶୃଙ୍ଖଳକୁ ନଜରରେ ରଖି ହୋଣ୍ଡା ଏହାର ଉପତ୍ାଦନ ଯୋଜନା ପ୍ରସ୍ତୁତ କରିଛି ବୋଲି କହିଛି। କର୍ନାଟକର ନର୍ସାପୁରାଠାରେ ଥିବା କମ୍ପାନୀର ସର୍ବବୃହତ୍‌ କାରଖାନା ମେ ୨୫ରୁ ଉପତ୍ାଦନ ଆରମ୍ଭ କରିବ। ସେହିପରି ଅନ୍ୟ ୩ଟି କାରଖାନାରେ ଜୁନ୍‌ ପ୍ରଥମ ସପ୍ତାହରୁ ଉପତ୍ାଦନ ଆରମ୍ଭ କରାଯିବ। ଯୋଗାଣକାରୀ ସଂସ୍ଥା ସେମାନଙ୍କ କାରଖାନା ଚାଲୁ କରିବା ଲାଗି ଆବଶ୍ୟକ ଅନୁମତି ହାସଲ କରିଛନ୍ତି। ବଜାର ଚାହିଦା ଅନୁସାରେ ହୋଣ୍ଡାର୬୦%ରୁ ଊର୍ଦ୍ଧ୍ୱ ଡିଲରଶିପ ମଧ୍ୟ ସେମାନଙ୍କ ବିକ୍ରି ଓ ସର୍ଭିସ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ହୋଣ୍ଡା ବଜାରର ଚାହିଦା ଅନୁସାରେ ଯୋଗାଣରେ ବୃଦ୍ଧି ଆଣୁଛି । ହୋଣ୍ଡା ନେଟ୍‌ଓ୍ବାର୍କରେ ବିଏସ୍‌-୬ ଗାଡ଼ି ବଜାରରେ ଉପଲବ୍ଧ କରାଇବ।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri