ଚାର ମୁଜି କିଲୋ ୧ଶହ ଟଁକା: ପରିବାର ପିଛା ବଛରକ କମଉଛନ୍‌ ୫ ହଜାର

ଲୋଇସିଂହା,୧୩।୫(ଡି.ଏନ.ଏ):  ପ୍ରକୃତିରୁ ଆମକୁ ଅନେକ ପରକାର ଜିନିଷ ମିଲୁଛେ। ଭିନେ ଭିନେ ଋତୁରେ ଅନେକ ପରକାର ଫଲମୂଲ ମିଲୁଛେ। ଇଥ୍‌ରେ ଅନେକ ପରିବାରର ଜୀବନ୍‌ ଜୀବ୍‌କା ଚଲୁଛେ। ସେନ୍‌ତା ଆଦିବାସୀ ସମାଜର ଲୋକମାନେ ଜଂଗଲଜାତ ଦରବ୍‌ ଠୁଲେଇ ସେଟାକେ ବିକା ଭଂଗା କରି ନିଜର ଜୀବନ୍‌ ଜୀବ୍‌କା ଚଲଉଥିବାର ଦେଖ୍‌ବାକେ ମିଲସି। ଖରା ଦିନେ ଚାର, ମହୁଲ, କେଁଦୁ, ଆମ୍‌, ପନସ ଲେଖେଁ ଋତୁଫଲ ମିଲସି। ଇସବୁର ଫଲର ଚାହିଦା ବି ଆମର ସମାଜରେ କହିଁରେ କେତେ ଥିଲାବେଲେ ଅନେକ ଫଲର ମୁଜି ବି କାମେ ଲାଗୁଛେ। ଇ ଖରାଦିନେ ଜଂଗଲ ଆସର ପାସର ଗାଁର ଲୋକମାନେ ଚାର ମୁଜି ଠୁଲେଇ ସେଟାକେ ବିକାଭଂଗା କରି ନିଜର ତେଲନୁନ୍‌ ସଁସାର ଚଲଉଛନ୍‌।

ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଙ୍ଗାବାହାଲ ଗାଁବାସୀ ଇ ଚାର ମୁଜି ଠୁଲେଇ କିଲୋ ପିଛା ୧ଶହ ଟଁକା ତକ୍‌ ବିକୁଥିବାର ଜନାଯାଇଛେ। ଗାଁର ଅନେକ ପରିବାର ବଛରକ ଥରେ ଖରାଦିନେ ୪ରୁ ୫ ହଜାର ଟଁକାର ଚାର ମୁଜି ବିକୁଛନ୍‌। ଗାଁଟା ପାହାଡ଼ ଆର ଜଂଗଲ ଘେରା ଭିତରେ ରହିଛେ। ଗାଁରେ ଡୁମାଲ, ଗଉଡ଼, ତେଲି, ହରିଜନ ସମେତ ଉନିଆ ସମାଜର ପାଖାପାଖି ୧ଶହ ପରିବାର ରହୁଛନ୍‌। ହେଲେ ଦୁଖର କଥା ଗାଁଟା ଥାନୀୟ ଗାଈଖାଇ ଡ୍ୟାମର ତଲି ଅଂଚଲରେ ଥିଲେ ବି ଲୋକ୍‌ ଚାଷବାସ ଲାଗି କେନାଲ ପାଏନ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଗାଁର କେତେ ଲୋକ ଖରିଫ୍‌ ଚାଷ୍‌  ଉପରେ ନିରଭର କରୁଥିଲାବେଲେ ଅନେକ ଜଂଗଲଜାତ ଦରବ୍‌ ବିକାଭଂଗା କରି ଚଲୁଛନ୍‌। ଏପ୍ରିଲରୁ ମେ’ ଦୁଇମାସ ଗାଁବାସୀ ପାସର ଜଂଗଲରୁ ଚାର ମୁଜି ଠୁଲାସନ। ଲୋକ୍‌ ଚାରକେ ଦେବୀଦେବତାକରନେ ଭୋଗ୍‌ ହିସାବେ ବି ଲଗାସନ। ଚାରର ସୁଆଦ୍‌ଟା ଜାନ ନାଇଁଜାନ ଆମଲିଆ ମିଶା ମିଠା ଲାଗ୍‌ସି। ସେଥିରଲାଗି ଦେଶୀ ଭାଷାରେ ଲୋକ୍‌ ତୁନ୍‌ ତରକାରୀ ବାସି ହେଲେ ଚାର ଆମଲିଆ ଲାଗୁଛେ ବଲି କହେସନ୍‌। ଖରାଦିନେ ଝାର ଜଂଗଲରେ ଚାର ପାଚି ଗଛତଲେ ପଡ଼ିଥିସି। ସେଟାକେ ଗାଁବାସୀ ଠୁଲେଇ ଖରାରେ ଶୁଖେଇ ବତର କରସନ୍‌। ବଙ୍ଗାବାହାଲ ଗାଁବାସୀ ଇ ବତର ଚାର ମୁଜିକେ ବେଉସାୟୀମାନକରନେ କିଲୋ ପିଛା ୧ଶହ ଟଁକାରେ ବିକୁଥିବାର କହିଛନ୍‌। ଯଦି ଚାର ମୁଜି ଲେଖେଁ ମହୁଲ ଫୁଲର ଦରଦାମ୍‌ଟା ହେତା ଗରିବ୍‌ ଲୋକ୍‌ମାନେ ବନେ ଦୁଇପଏସା ଲାଭ ପାଏତେ ବଲି ଗାଁର ଲଲିତ ମହାକୁର, ଠାକୁର ମହାକୁର, ଫଟୁ କଲତା, ହାଡୁ ପଧାନ, ନେତ୍ର ସାହୁ, ହେମସାଗର ପରମୁଖ କହିଛନ୍‌। ହେଲେ ଇ ଚାର ମୁଜି କାଣା ହେଉଛେ ବଲି ଗାଁବାସୀକୁ ପଚରାଲାରୁ ଆମେ ନାଇଁ ଜାନି ଆଗିଆଁ, ବେପାରୀକେ ପଚରାଲେ ସେ ନାଇଁ କହେ। ଚାରମୁଜିରୁ କେହେନ୍‌ସି ଦାମ୍‌କିଆ ଉଷୋକଷା ହେଉଥିବା ଲେଖେଁ ଲାଗୁଛେ, ନାଇଁହେଲେ କିଲୋ ଶହେ ଟଁକା ହେବା କାଏଁ ଆଗିଆଁ ବଲି ସେମାନେ କହିଥିଲେ।