Posted inଖେଳ

ଚାଙ୍ଗ୍‌ଟେଙ୍କ ସହିତ ଚୁକ୍ତି କଲା ଚେନ୍ନାଇନ ଏଫ୍‌ସି

ଚେନ୍ନାଇ, ୩୦ା୮ (ପି.ଟି.)-ଦୁଇ ଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଚେନ୍ନାଇନ ଏଫ୍‌ସି ଭାରତର ଅନ୍ତର୍ଜାତୀୟ ଖେଳାଳି ୨୨ବର୍ଷୀୟ ଓ୍ବିଙ୍ଗର ଲାଲିଆନଜୁଆଲା ଚାଙ୍ଗ୍‌ଟେଙ୍କ ସହିତ ଏକ ଦୀର୍ଘ ମିଆଦି ଚୁକ୍ତି କରିଛି। ମିଜୋରାମର ଚାଙ୍ଗ୍‌ଟେ ଏହା ପୂର୍ବରୁ ଦିଲ୍ଲୀ ଡାଇନାମୋସ ଦଳରେ ୨ ବର୍ଷ ଖେଳିଛନ୍ତି। ନିକଟରେ ନରଓ୍ବେର ଏକ ପ୍ରମୁଖ କ୍ଲବ ଭାଇକିଙ୍ଗ୍‌ ଏଫ୍‌କେ ପାଇଁ ଟ୍ରାଏଲରେ ଅଂଶଗ୍ରହଣ କରି ଫେରିଛନ୍ତି। ଦେଶର ଅନ୍ୟତମ ବଡ଼ ଫୁଟ୍‌ବଲ କ୍ଲବରେ ଯୋଗ ଦେଇଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି। ଚିଙ୍ଗ୍‌ଟେ ବର୍ତ୍ତମାନ ଭାରତୀୟ ସିନିୟର ଟିମ୍‌ ସହିତ ଗୋଆରେ ଅଛନ୍ତି। କାତାର ଓ ଓମାନ ବିପକ୍ଷ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚ ପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି। ଚେନ୍ନାଇନ ଏଫ୍‌ସି ମୁଖ୍ୟ କୋଚ୍‌ ଜନ୍‌ ଗ୍ରେଗୋରି କହିଛନ୍ତି, ଚାଙ୍ଗ୍‌ଟେ ଭାରତର ଅନ୍ୟତମ ପ୍ରତିଭାସମ୍ପନ୍ନ ଖେଳାଳି। କ୍ଲବ ତାଙ୍କଠାରୁ ଅନେକ କିଛି ଆଶା କରୁଛି। ‘ଜୁଆଲା’ ନାମରେ ପରିଚିତ ମିଜୋରାମର ଏହି ଖେଳାଳି ଭାରତର ଓଭୟ ୧୯ ବର୍ଷରୁ କମ୍‌ ଏବଂ ୨୩ ବର୍ଷରୁ କମ୍‌ ଫୁଟ୍‌ବଲ ଦଳରେ ପ୍ରତିନିଧିତ୍ୱ କରିସାରିଛନ୍ତି। ୨୦୧୫ ଡିସେମ୍ବରରେ ମାତ୍ର ୧୮ ବର୍ଷ ବୟସରେ ସାଫ୍‌ ଚାମ୍ପିୟନଶିପ୍‌ରେ ସେ ସିନିୟର ଦଳ ତରଫରୁ ପ୍ରଥମଥର ଖେଳିବା ସୁଯୋଗ ପାଇଥିଲେ। ୨୦୧୯-୨୦ ଆଇଏସ୍‌ଏଲ୍‌ ସିଜନ ପାଇଁ ଚେନ୍ନାଇନ ଏଫ୍‌ସି ଅହମ୍ମଦାବାଦରେ ଅଭ୍ୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri