ଚାକିରି ନାଁରେ ୩୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ : ଭୁବନେଶ୍ୱରରୁ ଅଭିଯୁକ୍ତଙ୍କୁ ଉଠାଇନେଲା ନବରଙ୍ଗପୁର ପୋଲିସ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଚାକିରି ଦେବା ନଁାରେ ବହୁ ଯୁବକଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇଛି ନବରଙ୍ଗପୁର ପୋଲିସ। ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲାର ଉମେଶ ମିଶ୍ର। ସେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆସ୍ଥିତ ଶୁଭମ୍‌ ଆପାର୍ଟମେଣ୍ଟରେ ପରିବାର ସହ ରହୁଛନ୍ତି। ଠକେଇ କରିବା ପରେ ଏଠାରେ ଲୁଚି ରହିଥିଲେ। ଫୋନ୍‌ ଟ୍ରାକିଂ କରି ତାଙ୍କୁ ଠାବ କରାଯିବା ପରେ ରବିବାର ସକାଳେ ନବରଙ୍ଗପୁର ପୋଲିସର ଏକ ଟିମ୍‌ ଉକ୍ତ ଆପର୍ଟମେଣ୍ଟରେ ଚଢାଉ କରି ଉମେଶଙ୍କୁ ଗିରଫ କରିଥିଲା।
ପୋଲିସ ସୂଚନା ଅନୁଯାୟୀ, ଉମେଶ ଲୋକଙ୍କୁ ସରକାରୀ ଚାକରି କରାଇ ଦେବାକୁ କହି ବେକାର ଯୁବକ ଓ ଯୁବତୀଙ୍କଠାରୁ ଟଙ୍କା ନେଇଥିଲେ। ଏପରିକି ନିଯୁକ୍ତି ଓ ଟ୍ରେନିଂ ପାଇଁ ନକଲି ଚିଠି ଧରାଇଥିଲେ। ଚିଠି ଧରାଇବା ପରେ ବି ସେମାନଙ୍କଠାରୁ ବିପୁଳ ଟଙ୍କା ହାତେଇଥିଲେ। ସମୟ ଗଡ଼ିଥିଲେ ମଧ୍ୟ ଚାକିରି ନ ମିଳିବାରୁ ଟଙ୍କା ଦେଇଥିବା ସମ୍ପୃକ୍ତ ଯୁବତୀଯୁବକଙ୍କ ସନ୍ଦେହ ବଢ଼ିଥିଲା। ସେମାନେ ବାରମ୍ବାର ଉମେଶଙ୍କୁ ପଚାରିବା ସହ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଫଳରେ ଉମେଶ ବିଭିନ୍ନ ସ୍ଥାନରେ ଖୋଲିଥିବା ଅଫିସରେ ତାଲା ପକାଇ ଆଉ ଧରାଛୁଆଁ ଦେଇ ନ ଥିଲେ। ଏପରି କି ସେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ବନ୍ଦ ରଖିଥିଲେ। ଏନେଇ ଠକେଇର ଶିକାର ୧୫ରୁ ଊର୍ଦ୍ଧ୍ୱ ଯୁବତୀଯୁବକ ଅଭିଯାଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri