Posted inଫୁରସତ

ଚାକିରିକୁ ନା’ କରି ହେଲେ ସଫଳ ଚାଷୀ

ବେଲଗାଭି(କର୍ନାଟକ): କଳା ଏବଂ ଶିକ୍ଷା ଦୁଇଟି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଭଲ ଶିକ୍ଷକଟିଏ ହେବା ପାଇଁ ଲକ୍ଷ୍ୟ ରହିଥିଲା। ଚାହିଁଥିଲେ ଚାକିରିଟିଏ ମଧ୍ୟ ନିଶ୍ଚୟ ପାଇଯାଇଥାନ୍ତେ। ହେଲେ ଚାକିରିକୁ ଏଡ଼ାଇ ଦେଇଥିଲେ। ମାସିକ ୧୬ ହଜାର ଟଙ୍କା ଦରମାରେ ମିଳିବାକୁ ଥିବା ଚାକିରି ପାଇଁ ଯେଉଁ ସର୍ତ୍ତ ରହିଥିଲା, ତାହା ମଞ୍ଜୁର ନ ଥିଲା। ତେଣୁ ନିଜ ଲକ୍ଷ୍ୟ ଏବଂ ଭବିଷ୍ୟତର ରାସ୍ତାକୁ ବଦଳାଇ ଦେଇଥିଲେ। ସେ ଭଲ ଶିକ୍ଷକଟିଏ ହେବାର ସ୍ବପ୍ନ ଅଧୁରା ରହିଗଲା ନିଶ୍ଚୟ। ମାତ୍ର ଏବେ ଜଣେ ସଫଳ ଚାଷୀଭାବେ ଲୋକପ୍ରିୟ ହୋଇପାରିଛନ୍ତି। ସେ ହେଉଛନ୍ତି କର୍ନାଟକ ବେଲାଗାଭି ଜିଲା ଅନ୍ତର୍ଗତ ଶିରୁର୍‌ ଗ୍ରାମର ୩୮ ବର୍ଷୀୟ ସତୀଶ ଶିଦଗୌଦର। ତାଙ୍କ କହିବା ହେଲା ଚାକିରିଟିଏ ମିଳିଥିଲା। ହେଲେ ମାସକୁ ୧୬ ହଜାର ଟଙ୍କା ଦରମାରେ ମିଳୁଥିବା ଚାକିରି ପାଇଁ ୧୬ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଚାକିରି ମିଳିଯାଉ ବୋଲି ବାପା ନାଗାପ୍ପା ମଧ୍ୟ ଋଣ କରି ଟଙ୍କା ଯୋଗାଡ଼ କରିବାକୁ ଚିନ୍ତା କରୁଥିଲେ। ମାତ୍ର ସତୀଶ ଏହାକୁ ମନା କରିଦେଇଥିଲେ। ଚାକିରି ପଛରେ ନ ଗୋଡ଼ାଇ ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ୬୯ ବର୍ଷୀୟ ବାପା ଏବଂ ଦାଦା ପାରମ୍ପରିକ ପ୍ରଣାଳୀରେ ୧୫ ବର୍ଷ ଧରି ବିଭିନ୍ନ ପନିପରିବା ଚାଷ କରୁଥିଲେ। ହେଲେ ଅଧିକ ଲାଭବାନ୍‌ ହୋଇପାରୁ ନ ଥିଲେ। ସତୀଶ କୃଷି କାର୍ଯ୍ୟରେ ଯୋଗଦେବା ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗକରି କୀଟ ପରିଚାଳନା ଏବଂ ଡ୍ରିପ୍‌ ଇରିଗେଶନ ଦ୍ୱାରା ଚାଷ କ୍ଷେତ୍ର ପାଇଁ ଜଳସେଚନର ସୁବିଧା କରିଥିଲେ; ଯଦ୍ଦ୍ବାରା ସେ ପନିପରିବାର ଗୁଣବତ୍ତା ଏବଂ ଆଦାୟର ପରିମାଣ ବୃଦ୍ଧି କରିବାରେ ସଫଳ ହୋଇପାରିଛନ୍ତି। ଦିନକୁ ଦିନ କଲରାର ଚାହିଦା ବୃଦ୍ଧିକୁ ନଜରରେ ରଖି ସେ ଏହି ଚାଷ କରିବାକୁ ଚିନ୍ତା କରିଥିଲେ। ନିଜର ୫ ଏକର ଜମିରୁ ଦେଢ଼ ଏକରରେ ଗୋଟିଏ ଋତୁରେ ସେ ପ୍ରାୟ ୫୦ ଟନ୍‌ କଲରା ଉତ୍ପାଦନ କରିପାରୁଛନ୍ତି। ଗତ ବର୍ଷ ସେ ଟନ୍‌ ପିଛା ୪୮ହଜାର ଟଙ୍କାରେ ବିକ୍ରି କରିଥିବାବେଳେ ଏ ବର୍ଷ ୩୫ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଚଳିତ ଋତୁରେ ଏଥିରୁ ସେ ଦିନକୁ ୨୫ହଜାରରୁ ୩୫ହଜାର ଟଙ୍କା ଆଦାୟ କରୁଥିବା କୁହନ୍ତି। ପ୍ରାୟ ଦେଢ଼ଲକ୍ଷ ଟଙ୍କା ବିନିଯୋଗ କରି ବହୁ ଗୁଣ ଲାଭ ପାଉଥିବାବେଳେ ଏହା ସେ କୌଣସି ଚାକିରିରୁ ଆଦାୟ କରିପାରି ନ ଥାନ୍ତେ ବୋଲି ସତୀଶ କୁହନ୍ତି। ଗଛଗୁଡ଼ିକର ସେ ଶିଶୁଙ୍କ ଭଳି ଯତ୍ନ ନେଇଥାନ୍ତି। କଠିନ ପରିଶ୍ରମ ଦ୍ୱାରା ହିଁ ସେ ଏହି ସଫଳତା ପାଇଛନ୍ତି। ଏବେ ତାଙ୍କଠାରୁ ସଫଳ ଚାଷ ପ୍ରଣାଳୀ ଜାଣିବାକୁ ବିଭିନ୍ନ ଜିଲାରୁ ଲୋକେ ସତୀଶଙ୍କ କ୍ଷେତ ନିକଟରେ ପହଞ୍ଚୁଥିବା ସେ କହିଛନ୍ତି। ତେଣୁ କେବଳ ଚାକିରି ପଛରେ ଗୋଡ଼ାଉଥିବା ଯୁବଗୋଷ୍ଠୀଙ୍କ ପାଇଁ ସତୀଶ ପ୍ରେରଣା ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri