ଚାଓମିନ୍‌ ଫ୍ୟାକ୍ଟ୍ରିରେ ଶିଶୁ ଶ୍ରମିକଙ୍କୁ ନିର୍ଯାତନା : କାମ ନ କରିବାରୁ ମାଡ଼ ଦେଲେ ହେଡ୍‌ ମିସ୍ତ୍ରି

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ଏୟାରଫିଲ୍ଡ ଥାନା ସୁନ୍ଦରପଦା, ବୋତଣ୍ଡା, ଆଦିତ୍ୟନଗରରେ ଥିବା ଏକ ଚାଉମିନ୍‌ ଫ୍ୟାକ୍ଟ୍ରିରେ ଜଣେ ୧୨ ବର୍ଷର ନାବାଳକଙ୍କୁ ନିର୍ଯାତନା ଦିଆଯାଉଥିଲା। ଏପରିକି ସେ କାମ ନ କରିବାରୁ ତାଙ୍କୁ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ ହେଡ୍‌ମିସ୍ତ୍ରୀ ନିର୍ଘାତ ମାଡ ମାରିଥିଲେ। ମାଡରେ ଶିଶୁଟିର ପିଠି ଫାଟି ଯାଇଥିବା ଦେଖିବାକୁ ମିଳିଛି। ଖବରପାଇ ସିଡବ୍ଲ୍ୟୁସିର ସଦସ୍ୟମାନେ ଶିଶୁଟିକୁ ଉଦ୍ଧାର କରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛନ୍ତି। ଥାନାରେ ପୋଲିସ ଓ ସିଡବ୍ଲ୍ୟୁସି ନାବାଳକଙ୍କୁ କାଉନସେଲିଂ କରୁଛନ୍ତି। କିଏ ତାଙ୍କୁ କାହିଁକି ମାଡ ମାରିଲେ ଓ ଏଠାକୁ ସେ କିଭଳି ଆସିଲେ ଏଭଳି ଅନେକ ପ୍ରଶ୍ନ ପଚାରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟ, ନାବାଳକଙ୍କ ଘର ଝାଡଖଣ୍ଡ। ଦଲାଲ ପରିବାର ଲୋକଙ୍କୁ ମିଛ କହି ତାଙ୍କୁ ରାଜଧାନୀକୁ ନେଇ ଆସିଥିଲେ। ଏଠାରେ ବୋତଣ୍ଡାରେ ଥିବା ଚାଉମିନ୍‌ ଫ୍ୟାକ୍ଟ୍ରିରେ କାମ କରାଉଥିଲେ। ଏପରିକି ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିବା ବେଳେ କାମ ନ କଲେ ମାଡ ମାରୁଥିଲେ। ଏଭଳି ରବିବାର ସନ୍ଧ୍ୟାରେ ଶିଶୁଟି କୌଣସି କାମ ଟିକେ ଭୁଲ କରି ଦେଇଥିଲେ। ତାଙ୍କୁ ହେଡ୍‌ମିସ୍ତ୍ରି ଏକ ବାଡିରେ ବାଡେଇଥିଲେ। ଏପରିକି ମାଡରେ ତାଙ୍କ ପିଠି ଫାଟି ଯାଇଥିବା ଦେଖିବାକୁ ମିଳିଥିଲା। ନାବାଳକଙ୍କ ପାଟି ଶୁଣି ସ୍ଥାନୀୟ ଲୋକ କେହି ଜଣେ ସିଡବ୍ଲ୍ୟୁସିକୁ ଖବର ଦେଇଥିଲେ। ରାତି ପ୍ରାୟ ୧୦ଟାରେ ସିଡବ୍ଲ୍ୟୁସି ସେଠାରେ ପହଞ୍ଚତ୍ ନାବାଳକଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଉକ୍ତ ଫ୍ୟାକ୍ଟ୍ରିରେ ଅନ୍ୟ ନାବାଳକମାନେ କାମ କରୁଥିବା ସିଡବ୍ଲ୍ୟୁସି ଖବର ପାଇଛି। ରାତି ହୋଇଯାଇଥିବାରୁ ସେଠାରେ ପୁଣି ସିଡବ୍ଲ୍ୟୁସି ଚଢାଉ କରିବା ସମ୍ଭବ ନୁହେଁ। ତେଣୁ ରାତି ପାହିଲେ ଏ ନେଇ ସେମାନେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବା ସହ ପୋଲିସ ସହ ସେଠାରେ ଚଢାଉ କରି ଅନ୍ୟ ନାବାଳକମାନଙ୍କୁ ଉଦ୍ଧାର କରାଯିବ ବୋଲି ସିଡବ୍ଲ୍ୟୁସି ଅଧିକାରୀମାନେ କହିଛନ୍ତି। ଏଥିସହ ଉକ୍ତ ଚାଉମିନ୍‌ ଫ୍ୟାକ୍ଟ୍ରିର ମାଲିକ କିଏ ସେନେଇ ମଧ୍ୟ ପୋଲିସ ଖୋଳତାଡ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?