ଚାଇନିଜ୍‌ ଡିଶ୍‌: ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ୍‌

ପର୍ଯ୍ୟଟନ ସହର ପୁରୀ। ପ୍ରତିଦିନ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଆତିଥେୟତା ସହ ରୁଚିପୂର୍ଣ୍ଣ ଖାଦ୍ୟର ସମ୍ପର୍କ ବେଶ୍‌ ଗୁରୁତ୍ୱ ବହନ କରେ। ଏହାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଥିବା ହୋଟେଲ, ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ବିଶେଷକରି ଆମିଷପ୍ରିୟ ବ୍ୟକ୍ତିଙ୍କ ପାଇଁ ସୁସ୍ବାଦୁ ଡିଶ୍‌୍‌କୁ ପ୍ରାଥମିକତା ଦେଇଥାନ୍ତି ହୋଟେଲ ଏବଂ ରେଷ୍ଟୁରାଣ୍ଟର ମାଲିକ। ସିଟି ରୋଡସ୍ଥିତ ହୋଟେଲ ସାନ୍ତନା ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦେଖି ନୂଆ ନୂଆ ଡିଶ୍‌ ପ୍ରସ୍ତୁତ କରୁଛି। ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରଷି ଦିଆଯାଏ। ଏହି ହୋଟେଲକୁ ଜାପାନର ପର୍ଯ୍ୟଟକ ଅଧିକ ଆସିଥାନ୍ତି। ତେଣୁ ସେମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏଠାରେ ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ ଡିଶ୍‌ ପ୍ରସ୍ତୁତ କରିଥାଏ। ଏହି ଚାଇନିଜ୍‌ ଡିଶ୍‌ର ଗୋଟିଏ ପ୍ଲେଟ୍‌ ଦାମ୍‌ ରହିଛି ୨୨୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ପ୍ରମୋଦ କୁମାର ସାହୁ କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ବୋନଲେସ୍‌ ଚିକେନ୍‌: ୨୦୦ ଗ୍ରାମ୍‌
ରିଫାଇନ୍‌ ତେଲ: ୨୦୦ ଗ୍ରାମ୍‌
ଅଣ୍ଡା: ୧ଟା
ମଇଦା: ୫୦ଗ୍ରାମ୍‌
ମକା ପାଉଡ଼ର: ୫୦ ଗ୍ରାମ୍‌
ଚାଇନା ସଲ୍ଟ: ୫ ଗ୍ରାମ୍‌
ଅଦା ଚପ୍‌-୨୦ଗ୍ରାମ୍‌
ରସୁଣ ଚପ୍‌: ୨୦ଗ୍ରାମ୍‌
ଶୁଖିଲା ଲଙ୍କା: ୫ଟା
ଭୁର୍ସୁଙ୍ଗ ପତ୍ର: ୭ଟି
ପିଆଜ ସ୍ଲାଇସ୍‌: ୧୦୦ ଗ୍ରାମ୍‌
ଟମାଟୋ ସସ୍‌: ୫୦ ଗ୍ରାମ୍‌
ସୋୟା ସସ୍‌: ୫ ଗ୍ରାମ୍‌
ଚିଲି/ଗାର୍ଲିକ ସସ୍‌: ୫୦ ଗ୍ରାମ୍‌
ଅଦା ପେଷ୍ଟ: ୨୫ ଗ୍ରାମ୍‌
ରସୁଣ ପେଷ୍ଟ: ୨୫ ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସରୁ ସରୁ କରି ଫିଙ୍ଗର ଷ୍ଟିକ୍‌ ଭଳି କାଟନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ଅଣ୍ଡା ଭାଙ୍ଗି ସେଥିରେ ମକା ପାଉଡ଼ର, ମଇଦା, ଚାଇନା ସଲ୍ଟ, ଅଦା ପେଷ୍ଟ, ରସୁଣ ପେଷ୍ଟ୍‌ ଓ ସ୍ବାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ନିଅଁାରେ କଡାଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ଚିକେନକୁ ଲମ୍ବା ଲମ୍ବା କରି ଛାଣନ୍ତୁ। ଛଣା ସରିବା ପରେ ଅନ୍ୟ ଏକ କଡ଼ାଇ ବସାଇ ସେଥିରେ ଦୁଇ ଚାମଚ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଶୁଖିଲା ଲଙ୍କା, ରସୁଣ ଚପ୍‌, ଅଦା ଚପ୍‌, ଭୁର୍ସୁଙ୍ଗ ପତ୍ର ଏବଂ ଲମ୍ବା ଲମ୍ବା କଟାଯାଇଥିବା ପିଆଜକୁ ଏକାସାଙ୍ଗରେ ପକାଇ ୨ ମିନିଟ୍‌ ଭାଜନ୍ତୁ। ପରେ ଏଥିରେ ଟମାଟୋ ସସ୍‌, ଚିଲି/ଗାର୍ଲିକ ସସ୍‌, ସୋୟା ସସ୍‌ ପକାଇ ଦୁଇ ଚାମଚ ପାଣି ଦିଅନ୍ତୁ। ସେଥିରେ ଛଣା ଯାଇଥିବା ଚିକେନ୍‌କୁ ପକାଇ ଦିଅନ୍ତୁ। ଏହାପରେ ଚାଇନା ସଲ୍ଟ ଏବଂ ସ୍ବାଦ ଅନୁଯାୟୀ ଲୁଣ ପକାଇ ଦୁଇମିନିଟ୍‌ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri