ଚାଇନିଜ୍‌ ଡିଶ୍‌: ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ୍‌

ପର୍ଯ୍ୟଟନ ସହର ପୁରୀ। ପ୍ରତିଦିନ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଆତିଥେୟତା ସହ ରୁଚିପୂର୍ଣ୍ଣ ଖାଦ୍ୟର ସମ୍ପର୍କ ବେଶ୍‌ ଗୁରୁତ୍ୱ ବହନ କରେ। ଏହାକୁ ଦୃଷ୍ଟିରେ ରଖି ପୁରୀ ସହରରେ ଥିବା ହୋଟେଲ, ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ବିଶେଷକରି ଆମିଷପ୍ରିୟ ବ୍ୟକ୍ତିଙ୍କ ପାଇଁ ସୁସ୍ବାଦୁ ଡିଶ୍‌୍‌କୁ ପ୍ରାଥମିକତା ଦେଇଥାନ୍ତି ହୋଟେଲ ଏବଂ ରେଷ୍ଟୁରାଣ୍ଟର ମାଲିକ। ସିଟି ରୋଡସ୍ଥିତ ହୋଟେଲ ସାନ୍ତନା ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦେଖି ନୂଆ ନୂଆ ଡିଶ୍‌ ପ୍ରସ୍ତୁତ କରୁଛି। ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରଷି ଦିଆଯାଏ। ଏହି ହୋଟେଲକୁ ଜାପାନର ପର୍ଯ୍ୟଟକ ଅଧିକ ଆସିଥାନ୍ତି। ତେଣୁ ସେମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏଠାରେ ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ ଡିଶ୍‌ ପ୍ରସ୍ତୁତ କରିଥାଏ। ଏହି ଚାଇନିଜ୍‌ ଡିଶ୍‌ର ଗୋଟିଏ ପ୍ଲେଟ୍‌ ଦାମ୍‌ ରହିଛି ୨୨୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ପ୍ରମୋଦ କୁମାର ସାହୁ କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ବୋନଲେସ୍‌ ଚିକେନ୍‌: ୨୦୦ ଗ୍ରାମ୍‌
ରିଫାଇନ୍‌ ତେଲ: ୨୦୦ ଗ୍ରାମ୍‌
ଅଣ୍ଡା: ୧ଟା
ମଇଦା: ୫୦ଗ୍ରାମ୍‌
ମକା ପାଉଡ଼ର: ୫୦ ଗ୍ରାମ୍‌
ଚାଇନା ସଲ୍ଟ: ୫ ଗ୍ରାମ୍‌
ଅଦା ଚପ୍‌-୨୦ଗ୍ରାମ୍‌
ରସୁଣ ଚପ୍‌: ୨୦ଗ୍ରାମ୍‌
ଶୁଖିଲା ଲଙ୍କା: ୫ଟା
ଭୁର୍ସୁଙ୍ଗ ପତ୍ର: ୭ଟି
ପିଆଜ ସ୍ଲାଇସ୍‌: ୧୦୦ ଗ୍ରାମ୍‌
ଟମାଟୋ ସସ୍‌: ୫୦ ଗ୍ରାମ୍‌
ସୋୟା ସସ୍‌: ୫ ଗ୍ରାମ୍‌
ଚିଲି/ଗାର୍ଲିକ ସସ୍‌: ୫୦ ଗ୍ରାମ୍‌
ଅଦା ପେଷ୍ଟ: ୨୫ ଗ୍ରାମ୍‌
ରସୁଣ ପେଷ୍ଟ: ୨୫ ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସରୁ ସରୁ କରି ଫିଙ୍ଗର ଷ୍ଟିକ୍‌ ଭଳି କାଟନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ଅଣ୍ଡା ଭାଙ୍ଗି ସେଥିରେ ମକା ପାଉଡ଼ର, ମଇଦା, ଚାଇନା ସଲ୍ଟ, ଅଦା ପେଷ୍ଟ, ରସୁଣ ପେଷ୍ଟ୍‌ ଓ ସ୍ବାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ନିଅଁାରେ କଡାଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ଚିକେନକୁ ଲମ୍ବା ଲମ୍ବା କରି ଛାଣନ୍ତୁ। ଛଣା ସରିବା ପରେ ଅନ୍ୟ ଏକ କଡ଼ାଇ ବସାଇ ସେଥିରେ ଦୁଇ ଚାମଚ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଶୁଖିଲା ଲଙ୍କା, ରସୁଣ ଚପ୍‌, ଅଦା ଚପ୍‌, ଭୁର୍ସୁଙ୍ଗ ପତ୍ର ଏବଂ ଲମ୍ବା ଲମ୍ବା କଟାଯାଇଥିବା ପିଆଜକୁ ଏକାସାଙ୍ଗରେ ପକାଇ ୨ ମିନିଟ୍‌ ଭାଜନ୍ତୁ। ପରେ ଏଥିରେ ଟମାଟୋ ସସ୍‌, ଚିଲି/ଗାର୍ଲିକ ସସ୍‌, ସୋୟା ସସ୍‌ ପକାଇ ଦୁଇ ଚାମଚ ପାଣି ଦିଅନ୍ତୁ। ସେଥିରେ ଛଣା ଯାଇଥିବା ଚିକେନ୍‌କୁ ପକାଇ ଦିଅନ୍ତୁ। ଏହାପରେ ଚାଇନା ସଲ୍ଟ ଏବଂ ସ୍ବାଦ ଅନୁଯାୟୀ ଲୁଣ ପକାଇ ଦୁଇମିନିଟ୍‌ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri