ଚାଇନା ଛାଡୁଥିବା କମ୍ପାନୀଙ୍କ ଲାଗି ସ୍ବତନ୍ତ୍ର ପ୍ଳାନ୍‌

ନୂଆଦିଲ୍ଲୀ,୨୩।୪: ଚାଇନା ଛାଡ଼ି ଭାରତ ଆସିବାକୁ ଚାହୁଁଥିବା କମ୍ପାନୀଙ୍କ ଲାଗି ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେଉଛନ୍ତି। ଏଭଳି କମ୍ପାନୀଗୁଡିକରେ ଭାରତରେ ସ୍ବତନ୍ତ୍ର ଫାଇଦା ଦେବାକୁ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନୀତି ଆୟୋଗ ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ ମନ୍ତ୍ରଣାଳୟ(ଡିପିଆଇଆଇଟି) ପକ୍ଷରୁ ଏ ଦିଗରେ ଏକ ଯୋଜନା ପ୍ରସ୍ତୁତ କରାଯାଉଛି। ଇଲେକଟ୍ରୋନିକ୍ସ ଏବଂ ମାନୁଫାକଚରିଂକୁ ଉତ୍ସାହିତ କରିବା ନେଇ ସରକାର ଅଗ୍ରସର ହେଉଥିବା ଜଣାପଡିଛି। କରୋନା ସଙ୍କଟ ଲାଗି ବହୁଦେଶୀୟ କମ୍ପାନୀଗୁଡିକ ସୋମନଙ୍କ ଉତ୍ପାଦନ ଏବଂ ଯୋଗାଣ ଚେନ୍‌କୁ ଗୋଟିଏ ସ୍ଥାନରେ ସୀମିତ କରି ରଖିବାକୁ ଆଉ ଚାହୁଁନାହାନ୍ତି। କେଉଁ କମ୍ପାନୀଗୁଡିକ ଚାଇନାରୁ ସେମାନଙ୍କ ମାନୁଫାକଚରିଂ ଫାସିଲିଟି ବାହାରକୁ ଆଣିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଆଲୋଚନା କରିବା ଲାଗି ସରକାର କିଛି ଗ୍ରୁପ୍‌ ପ୍ରସ୍ତୁତ କରିବେ।
ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇଲେକଟ୍ରୋନିକ୍ସ ମେଡିକାଲ ଡିଭାଇସ ବାଦ୍‌ ସରକାର ଅନ୍ୟ କିଛି କ୍ଷେତ୍ରକୁ ମଧ୍ୟ ଫୋକସ କରିଛନ୍ତି। କର୍ପୋରେଟ ଟିକସ କମାଯାଇଥିବା ବେଳେ ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରିଲେ ଭାରତ ଆହୁରି ପ୍ରତିଦ୍ୱନ୍ଦ୍ୱୀଶୀଳ ବଜାର ହୋଇପାରିବ। ଭାରତରେ ବୃହତ୍‌ ବଜାର ରହିଛି। ଫାସିଲିଟି ବସାଇବା ଲାଗି ସବୁ ପ୍ରକାର ସୁବିଧା ଦେବାକୁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ହୋଇ କାମ କରୁଛନ୍ତି। ସରକାର ବର୍ତ୍ତମାନ ସୁଦ୍ଧା ୧୦୦ ବହୁଦେଶୀୟ କମ୍ପାନୀଙ୍କ ସହ ଆଲୋଚନା କରି ସାରିଛନ୍ତି। ଏପଟେ ଚାଇନାରୁ କମ୍ପାନୀ ଜାପାନ ଆଣିବା ଲାଗି ସେଠାକାର ସରକାର ୨.୨ ବିଲିୟନ ଡଲାରର ପ୍ୟାଜେକ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ଫୋକସ ପ୍ରଥମେ ଗ୍ଲୋବାଲ ସପ୍ଲାଇଚେନ୍‌ ଉପରେ ରହିଥିଲା। ବର୍ତ୍ତମାନ ଭାରତକୁ କମ୍ପୋନେଣ୍ଟ ଏବଂ ଫିନିସିଡ୍‌ ପ୍ରଡକ୍ଟ କ୍ଷେତ୍ରରେ ଏକ ଅଗ୍ରଣୀ ସ୍ଥାନ ଭାବେ ଗଢି ତୋଳିବାକୁ ଯୋଜନା ହାତକୁ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri