Posted inଜାତୀୟ

ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୧୯ା୬:ସୀମାରେ ଲାଗି ରହିଥିବା ଭାରତ ଓ ଚାଇନା ସେନାର ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ ଦେଶବାସୀଙ୍କୁ ମର୍ମାହତ କରିଛି। ଏହି ସମୟରେ ଚାଇନାକୁ ଉଚିତ ଜବାବ ଦେବା ଲାଗି ଲୋକଙ୍କଠାରୁ ଆରମ୍ଭ କରି ସରକାରୀଙ୍କ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହାର ଫଳସ୍ବରୂପ ଭାରତୀୟ ରେଳ ଚାଇନା କମ୍ପାନୀ ସହ କରିଥିବା ୪୭୧ କୋଟିର ଏକ ରେଳ ପ୍ରକଳ୍ପ କାର୍ଯ୍ୟ ଚୁକ୍ତିକୁ ରଦ୍ଦ କରିଦେଇଛି। ଭାରତୀୟ ରେଳର ପୂର୍ବାଞ୍ଚଳ ମାଲ୍‌ କରିଡ଼ର ଅଞ୍ଚଳ କାନପୁରରୁ ମୋଗଲସରାଇ ପର୍ଯ୍ୟନ୍ତ ପ୍ରାୟ ୪୧୭କି.ମି. ବିଶିଷ୍ଟ ଟେଲି କମ୍ୟୁନିକେସନ ପ୍ରକଳ୍ପ କାର୍ଯ୍ୟକୁ ଚାଇନାର ବେଜିଂ ନ୍ୟାଶନାଲ ରେଲଓ୍ବେ ରିସର୍ଚ୍ଚ ଆଣ୍ଡ ଡ଼ିଜାଇନ ଇନଷ୍ଟ୍ୟୁଟି ଅଫ୍‌ ସିଗନାଲ ଆଣ୍ଡ କମ୍ୟୁନିକେଶନ ଗ୍ରୁପକୁ ୨୦୧୬ରେ କଣ୍ଟ୍ରାକ୍ଟ ଦିଆଯାଇଥିଲା। ଚୁକ୍ତି ମୁତାବକ କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ୨୦୧୯ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା କମ୍ପାନୀ ମାତ୍ର ୨୦% କାର୍ଯ୍ୟ କରିଛି। ଠିକ୍‌ ସମୟରେ କାର୍ଯ୍ୟଶେଷ କରିବା ନେଇ ସମସ୍ୟା ଦେଖା ଦେବାରୁ ରେଲଓ୍ବେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ସେହିଭଳି ରାଷ୍ଟ୍ରାୟତ୍ତ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ଆଗାମୀ ଦିନରେ କୌଣସି ଚାଇନା ସାମଗ୍ରୀ ବ୍ୟବହାର ନ କରିବାକୁ କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ ବିଚାର କରିବାକୁ ଘରୋଇ ଟେଲିକମ୍‌ କମ୍ପାନୀଗୁଡିକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri