ଚାଇନାର ୪ ଭୁଲ୍‌: କରୋନା ସମ୍ପର୍କରେ ପୂର୍ବରୁ ମିଳିଥିଲେ ସୂଚନା ପୃଥିବୀରେ ସଂକ୍ରମଣ ୯୫ ପ୍ରତିଶତ ହୋଇଥାନ୍ତା କମ୍‌

ଓ୍ବାଶିଂଟନ,୭।୪: ଦିନକୁ ଦିନ ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ସମସ୍ତ ଉଦ୍ୟମ ଅସଫଳ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀର ପ୍ରାୟ ୯୯ ପ୍ରତିଶତ ଲୋକ କରୋନା ସଂକ୍ରମଣ ଲାଗି ଚାଇନାକୁ ଦାୟୀ କରିଛନ୍ତି। ଚାଇନାର ୪ଟି ଭୁଲ୍‌ ପାଇଁ ପୃଥିବୀର ୨୦୬ ଦେଶରେ କରୋନା ସଂକ୍ରମଣ ହୋଇଥିବା ଇସ୍ରାଏଲର ଲାଇଟ୍‌ କମ୍ପାନୀ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଫଳରେ ଏବେ ସାରା ପୃଥିବୀରେ ସଂକ୍ରମଣ ବଢ଼ିଚାଲିଥିବାବେଳେ ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ବହୁ ରାଷ୍ଟ୍ରରେ ଲୋକ ଲକ୍‌ଡାଉନ୍‌ ଯୋଗୁ ଘରେ ବନ୍ଦ ହୋଇଥିବାବେଳେ କରୋନା ସୃଷ୍ଟି ହୋଇଥିବା ଉହାନ ସହର ପୁଣି ସ୍ବାଭାବିକ ହେବାରେ ଲାଗିଛି। କରୋନା ସମ୍ପର୍କରେ ପୂର୍ବରୁ ସୂଚନା ମିଳିଥିଲେ ପୃଥିବୀରେ ସଂକ୍ରମଣ ୯୫ ପ୍ରତିଶତ କମ୍‌ ହୋଇଥାନ୍ତା ବୋଲି ରିପୋର୍ଟରେ କୁହାଯାଇଛି। ସଂକ୍ରମଣ ହେବାର ଏକ ମାସ ପର୍ଯ୍ୟନ୍ତ ଏହା ମଣିଷଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଥାଏ ବୋଲି ଚାଇନା ପ୍ରକାଶ କରି ନ ଥିଲା। କରୋନା ସମ୍ପର୍କରେ ଚାଇନା ସମସ୍ତ ତଥ୍ୟ ଲୁଚାଇବା ଦ୍ୱାରା କେହି ଏହାର ଭୟାବହତା ଜାଣିପାରି ନ ଥିଲେ। ସେହିପରି ଚାଇନା ଅନ୍ତର୍ଜାତୀୟସ୍ତରରେ ବିମାନ ଉଡ଼ାଣ ଜାରି ରହିଥିଲା। ଏହାଯୋଗୁ ବିଭିନ୍ନ ଦେଶକୁ କରୋନା ସଂକ୍ରମିତ ହୋଇଥିଲା। ଏହା ଚାଇନାର ପ୍ରଥମ ଭୁଲ୍‌। ସେହିପରି ଇଟାଲିରେ ୩ ଲକ୍ଷରୁ ଅଧିକ ଚାଇନା ନାଗରିକ ବସବାସ କରୁଛନ୍ତି। ସେମାନେ ଜାନୁୟାରୀରେ ଚାଇନା ଆସି ପୁଣି ଇଟାଲି ଫେରି ଯାଇଥିଲେ। ଚାଇନାରେ ନୂଆ ବର୍ଷ ଜାନୁୟାରୀ ୨୫ରେ ପାଳନ କରାଯାଇଥିଲା। ଏହାପରେ ଲୋକେ ଇଟାଲି ଫେରିଥିଲେ। ଏହାଦ୍ୱାରା ଇଟାଲି କରୋନା ସଂକ୍ରମଣ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହା ଚାଇନାର ଦ୍ୱିତୀୟ ଭୁଲ୍‌ ବୋଲି କୁହାଯାଉଛି। ୭ ସପ୍ତାହ ପରେ ଚାଇନା ଉହାନକୁ ଲକ୍‌ଡାଉନ୍‌ କଲା। ଏହା ପୂର୍ବରୁ ଏପରି କରାଯାଇଥିଲେ ପୃଥିବୀର ଅନ୍ୟ ସ୍ଥାନକୁ କରୋନା ସଂକ୍ରମଣ ହୋଇ ପାରି ନ ଥାନ୍ତା। ଏହା ଚାଇନାରେ ତୃତୀୟ ଭୁଲ୍‌। କରୋନା ସଂକ୍ରମଣ ରୋକିବାରେ ଚାଇନା ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ଚତୁର୍ଥ ଭୁଲ୍‌ ବୋଲି ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ପବନ ଖେରାଙ୍କୁ ବଡ଼ ଝଟ୍‌କା: ଆଗୁଆ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: କଂଗ୍ରେସ ନେତା ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତେଲଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କୋର୍ଟ…

ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଅପମାନିତ କଲା ଏହି ମୁସଲିମ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ଲଜ୍ଜା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ୟୁରୋପୀୟ ଦେଶଗୁଡ଼ିକ ଗ୍ରୀନଲ୍ୟାଣ୍ଡର ତାଙ୍କ…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବଡ଼ ରେକର୍ଡ କଲେ ସମ୍ରାଟ ଚୌଧୁରୀ: ପ୍ରଥମଥର ବିହାରରେ…

ପାଟନା,୧୫।୪: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ…

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri