ଚାଇନାକୁ ଘେରିବା ଲାଗି ଯୋଜନା; ଆମଦାନୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୧୯।୬: ସୀମାରେ ଚାଇନାର ଔଦ୍ଧତ୍ୟ ଯୋଗୁ ଭାରତୀୟ ୨୦ ଯବାନ ଶହୀଦ ହେବା ପରେ ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଚାଇନାକୁ ଉଚିତ ଜବାବ ଦେବା ଲାଗି ସୋସିଆଲ ମିଡିଆ କ୍ୟାମ୍ପେନ ସମେତ ସାରା ଦେଶରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶ ମଧ୍ୟରେ ଚାଇନା ସାମଗ୍ରୀ ଓ ପତାକା ପୋଡାଜଳା ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀଗୁଡିକ କୌଣସି ସାମଗ୍ରୀ ଚାଇନାରୁ ନ ଆଣିବା ଲାଗି ଟେଲିକମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏପଟେ ଚାଇନାକୁ ଘେରିବା ଲାଗି ସରକାର ଯୋଜନା କରୁଥିବା ଜଣାପଡିଛି। ଚାଇନାରୁ ଭାରତ ଆମଦାନୀ କରୁଥିବା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ଯୋଜନା ହେଉଛି। ସେଠାରୁ ଆସୁଥିବା ପ୍ରାୟ ୩୦୦ ସାମଗ୍ରୀ ଉପରେ ଉଚ୍ଚ ପରିମାଣର ଟିକସ ଲାଗି କରି ଚାଇନାକୁ ବାଣିଜି୍ୟକ କ୍ଷେତ୍ରରେ ଅସୁବିଧାରେ ପକାଇବାକୁ ସରକାର ବିଚାର କରୁଛନ୍ତି। ଏହି ପ୍ରୟାସ ଦ୍ୱାରା ଘରୋଇ ଶିଳ୍ପଗୁଡିକୁ ସହାୟତା ମିଳିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି।
ଉକ୍ତ ଯୋଜନା ଉପରେ ଗତ ଏପ୍ରିଲ ମାସରୁ ସରକାର ବିଚାର କରୁଥିବା ରଏଟର୍ସ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଅପରପକ୍ଷରେ ଘରୋଇ ବଜାରରେ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ‘ଆତ୍ମନିର୍ଭର ଭାରତ’ ଯୋଜନା ଘୋଷଣା କରିଛନ୍ତି। ଚାଇନା ସାମଗ୍ରୀ ଉପରେ କେତେ ପରିମାଣର ଟିକସ ଲାଗୁ ହେବ ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କାରଣ ଯୋଜନାର ଚୂଡାନ୍ତ ନିଷ୍ପତ୍ତି ଏବେ ଯାଏ ହୋଇନାହିଁ। ଆଗାମୀ କିଛିଦିନ ମଧ୍ୟରେ ଏ ସଂକ୍ରାନ୍ତରେ ସ୍ପଷ୍ଟ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ଏହି ଯୋଜନା ଉପରେ ଅର୍ଥ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ବର୍ତ୍ତମାନ କାମ କରୁଛନ୍ତି। ହେଲେ ରଏଟର୍ସ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଲୋଡାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ଯାଏ ମିଳି ପାରିନାହିଁ। ୧୦୦ରୁ ୨୦୦ ସାମଗ୍ରୀ ଉପରେ ଆମଦାନୀ ଟିକସ ବୃଦ୍ଧି ଏବଂ ଅନ୍ୟ ୧୦୦ ସାମଗ୍ରୀ ଉପରେ ଅଣ ଟାରିଫ କଟକଣା ଯଥା-ଲାଇସେନ୍ସ ଆବଶ୍ୟକତା ଏବଂ ଗୁଣବତ୍ତା ପରୀକ୍ଷା ଭଳି ଦିଗ ଉପରେ ସରକାର କଡାକଡା ଭାବେ ବିଚାର କରିବେ ବୋଲି ଅଧିକାରୀ କହିଛନ୍ତି।
ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଦ୍ୱାରା ଚାଇନାର ୮ରୁ ୧୦ ବିଲିୟନ ସାମଗ୍ରୀ ଉପରେ ଟାର୍ଗେଟ କରାଯିବ। ଅଣଅତ୍ୟାବଶ୍ୟକ ତଥା ନିମ୍ନ ଗୁଣବତ୍ତା ବିଶିଷ୍ଟ ପ୍ରଡକ୍ଟ ଭାରତକୁ ଆଣିବାରେ ମଧ୍ୟ କଟକଣା ଲାଗୁ କରିବାକୁ ବିଚାର କରାଯାଉଛି। ଚାଇନା ଏଭଳି ପ୍ରଡକ୍ଟ ଦ୍ୱାରା ଭାରତୀୟ ବଜାରକୁ କ୍ଷତି ପହଞ୍ଚାଉଛି। ସେହିଭଳି ଅନ୍ୟ ଅଧିକାରୀ ଜଣକ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଭାବେ କୌଣସି ଦେଶକୁ ଏଥିରେ ଟାର୍ଗେଟ କରିବା ଯୋଜନା ନାହିଁ। ମାତ୍ର ଭାରତ ସହ ଚାଇନାର ଅତ୍ୟଧିକ ବାଣିଜ୍ୟ ନିଅଣ୍ଟକୁ କମ୍‌ କରିବା ଦିଗରେ ସରକାର ପଦକ୍ଷେପ ନେବେ। ଚାଇନାରୁ ଆସୁଥିବା ମୋଟ ସାମଗ୍ରୀ ମଧ୍ୟରୁ ରିଟେଲ କ୍ଷେତ୍ରରେ ୧୭ ବିଲିୟନ ଡଲାର ଅଂଶ ରହିଛି। ବିଭିନ୍ନ ବ୍ୟବସାୟୀ ସଂଘ ୪୫୦ ବର୍ଗରେ ୩୦୦୦ ସାମଗ୍ରୀ ବ୍ୟବସାୟୀ ବିକ୍ରି କରିବା ବନ୍ଦ କଲେ ପ୍ରାୟ ୧୭ ବିଲିୟନ ଡଲାରର ଧକ୍କା ଚାଇନା ସହିବ ବୋଲି ଆକଳନ କରାଯାଇଛି।
୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତ ଏବଂ ଚାଇନା ମଧ୍ୟରେ ୮୮ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସମ୍ପାଦିତ ହୋଇଛି। ଏହି ସମୟରେ ଭାରତର ବାଣିଜ୍ୟ ନିଅଣ୍ଟ ୫୩.୨ ବିଲିୟନ ଡଲାର ରହିଛି। ଅର୍ଥାତ୍‌ ଭାରତ ଚାଇନାଠାରୁ ବେଶି ମୂଲ୍ୟର ସାମଗ୍ରୀ କିଣୁଛି। ଏଥିଲାଗି ଭାରତକୁ ବେଶି ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏପ୍ରିଲ ୨୦୧୯ରୁ ଫେବୃୟାରୀ ୨୦୨୦ ମଧ୍ୟରେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ୪୬.୮ ବିଲିୟନ ଡଲାର ରହିଛି।
ଶିଳ୍ପ କ୍ଷେତ୍ରର ଜଣେ ପ୍ରତିନିଧି କହିଛନ୍ତି, ଇଞ୍ଜିନିୟରିଂ ଗୁଡ୍ସ, ଇଲେକ୍‌ଟ୍ରୋନିକ୍ସ, ମେଡିକାଲ ଉପକରଣ ସମେତ ଅନ୍ୟ ସାମଗ୍ରୀଗୁଡିକୁ ଯୋଜନା ପରିସରଭୁକ୍ତ କରାଯାଇପାରେ। ସେହିଭଳି ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି, ଅଣ ଟାରିଫ କଟକଣା, ଗୁଣବତ୍ତା ପ୍ରମାଣନ ସହ ଏୟାର କଣ୍ଡିସନର ସମେତ ଅନ୍ୟ ଆମଦାନୀ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ଯୋଜନା କରାଯାଉଛି। ସ୍ଥାନୀୟ ମାନୁଫାକଚରିଂକୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ମେକ୍‌ ଇନ୍‌ ଇଣ୍ଡିଆ ଘୋଷଣା କରିଥିଲେ। ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଆସିଛି। ବିଦେଶୀ ବାଣିଜ୍ୟଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସରକାର ଇଲେକ୍‌ଟ୍ରୋନିକ୍ସ, ସାମଗ୍ରୀ, ଖେଳନା, ଫର୍ନିଚର ଉପରେ ଆମଦାନୀ ଶୁଳ୍କ ବଢାଇଛନ୍ତି। ଏହାକୁ ନେଇ ଆଇକିଆ ସମେତ ବଡ ବଡ କମ୍ପାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଚାଇନାର ୩୦୦ ପ୍ରଡକ୍ଟ ଉପରେ ଉଚ୍ଚ ଟିକସ ଲଗାଇବା ଲାଗି ସରକାର ବିଭିନ୍ନ ମନ୍ତ୍ରଣାଳୟର ପ୍ରତିକ୍ରିୟା ଲୋଡିଥିବା ରଏଟର୍ସ ରିପୋର୍ଟରେ ପ୍ରକାଶ ପାଇଛି। ବୟନ, ଇଲେକ୍‌ଟ୍ରୋନିକ୍ସ ସମେତ ବିଭିନ୍ନ ବର୍ଗରେ ପ୍ରାୟ ୩,୬୦୦ ଟାରିଫ୍‌ ଲାଇନରେ ୨୦୧୪ ପରଠାରୁ ସରକାର ଆମଦାନୀ ଶୁଳ୍କ ବଢାଇଛନ୍ତି। ଭାରତୀୟ ମାନୁଫାକଚରିଂକୁ ଉତ୍ସାହିତ କରିବା ଦିଗରେ ସରକାର ବିଭିନ୍ନ ଯୋଜନା ହାତକୁ ନେଉଥିବା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri