ଚର୍ଚ୍ଚାରେ କଂଗ୍ରେସ ସାଂଗଠନିକ ନେତୃତ୍ୱ: ଯୁବ ସଭାପତି ଚୟନକୁ ନେଇ ବଢୁଛି ଅଡୁଆ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ପୁଣିଥରେ କଂଗ୍ରେସର ସାଙ୍ଗଠନିକ ନେତୃତ୍ୱକୁ ନେଇ ବିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ବର୍ତ୍ତମାନ ଯୁବ କଂଗ୍ରେସକୁ ନେଇ ବିବାଦ ମୁଣ୍ଡ ଟେକିଲାଣି। ଚଳିତ ମାସ ଗତ ୭ ତାରିଖରେ ପିସିସି ପକ୍ଷରୁ ଯୁବ କଂଗ୍ରେସ ସଭାପତି ଚୟନ କରିବା ପାଇଁ ଏକ ନୂଆ କମିଟି ଗଢାଯାଇଥିଲା। ତେବେ ଉକ୍ତ କମିଟିକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ଅଧିକାର ପିସିସିର ନ ଥିବା ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ସୋମବାର ସୂଚନା ଦେଇଛନ୍ତି। ରଘୁବଂଶୀଙ୍କ ଏଭଳି ବୟାନ ପରେ ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ପିସିସି ପକ୍ଷରୁ ଗଠନ କରାଯାଇଥିବା କମିଟିର ବୈଧତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋମବାର ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ପ୍ରଦେଶ ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଘୁବଂଶୀ ଯୋଗଦେଇ ଲୋକନାଥ ମହାରଥୀ ବର୍ତ୍ତମାନ ମଧ୍ୟ ଯୁବ କଂଗ୍ରେସ ସଭାପତି ଥିବା କହିଛନ୍ତି। ଏଥିସହିତ ପିସିସି ପକ୍ଷରୁ ଗଠନ କରାଯାଇଥିବା କମିଟିର କାର୍ଯ୍ୟକ୍ରମ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ଉକ୍ତ କମିଟି ପକ୍ଷରୁ ଗତ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ଏକ ମତାମତ ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ରାଜ୍ୟରେ ଯେଉଁ ଯୁବ କଂଗ୍ରେସ କର୍ମୀ ଓ ନେତା ଦଳ ପାଇଁ କାମ କରୁଛନ୍ତି ସେମାନେ ଦଳର ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ କ’ଣ କରାଯିବା ଦରକାର ସେନେଇ ନିଜର ମତାମତ ରଖିପାରିବେ ବୋଲି କୁହାଯାଇଥିଲା। ସେହି ଅନୁଯାୟୀ ବହୁ ଯୁବ ନେତା ନିଜର ମତାମତ ରଖିଥିଲେ। ଏହାସହ ନିର୍ବାଚନ ପଦ୍ଧତି ନ କରି ଚୟନ ପ୍ରକ୍ରିୟାରେ ଯୁବ କଂଗ୍ରେସ ସଭାପତି ବାଛିବାକୁ ବହୁ ଯୁବ ନେତା ମତ ରଖିଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ପରେ ପ୍ରତିକ୍ରିୟା ରଖିଥିଲେ। ପ୍ରାୟ ୫ଜଣ ଯୁବ ନେତା ସଭାପତି ହେବାକୁ ଆଗ୍ରହୀ ଥିବା ମଧ୍ୟ ସେ କହିଥିଲେ। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାପରେ ପିସିସିକୁ ପଠାଯିବ। ପିସିସି ପକ୍ଷରୁ ଉକ୍ତ ରିପୋର୍ଟକୁ ଏଆଇସିସିକୁ ଦିଆଯିବ ବୋଲି ମଧ୍ୟ ସେ କହିଥିଲେ। ହେଲେ ଯୁବ ସଭାପତି ଚୟନ ପାଇଁ ପିସିସିର ଅଧିକାର ନ ଥିବା ରଘୁବଂଶୀ କହିବାପରେ ନୂଆ ରାଜନୀତି ଦେଖାଦେଇଛି। ଏହାସହିତ ଯୁବ ସଭାପତି ପାଇଁ ଆଗ୍ରହୀ ଥିବା ନେତାମାନେ ନିଜ ସମର୍ଥକମାନଙ୍କ ସହ ଦଳୀୟ କାର୍ଯ୍ୟାଳୟଠାରେ ପହଞ୍ଚି ରଘୁବଂଶୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏପରି ସ୍ଥିତିରେ ରଘୁବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଦୀପ ମାଝୀ କହିଛନ୍ତି, ଦଳର ଯୁବ, ଛାତ୍ର ଏବଂ ମହିଳା ସଙ୍ଗଠନ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି। ତେଣୁ ପିସିସିକୁ ସକ୍ରିୟ କରିବା ପାଇଁ ଏହିସବୁ ସଙ୍ଗଠନ ସଜାଡିବା ଆବଶ୍ୟକ। ଖୁବ୍‌ଶୀଘ୍ର ପିସିସିର ନୂଆ କମିଟି ଗଠନ ହୋଇଯିବ। ଏହାପରେ ଯୁବ, ଛାତ୍ର ଓ ମହିଳା ସଭାପତି ନୂତନ ବଛାଯିବେ ବୋଲି ସେ କହିଛନ୍ତି।
ଅନ୍ୟପଟେ ଦଳର ଜଣେ ଆଗଧାଡିର ନେତାଙ୍କ କହିବାନୁଯାୟୀ, ଦଳ ବର୍ତ୍ତମାନ ଏକାଧିକ ଗୋଷ୍ଠୀରେ ବିଭକ୍ତ ହୋଇରହିଛି। ବର୍ତ୍ତମାନର ଯୁବ ସଭାପତିଙ୍କ ସହ ପିସିସି ସଭାପତିଙ୍କ ପଡୁନାହିଁ। ସେଥିଲାଗି ସେ ଗୋଟିଏ ଗୋଷ୍ଠୀ ଜରିଆରେ ନୂତନ ସଭାପତି ଚୟନ ପାଇଁ ଲାଗିଛନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ନିରଞ୍ଜନଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟ ଗୋଟି ଚାଳନା ଆରମ୍ଭ କରିଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?