ଚର୍ଚ୍ଚାରେ କଂଗ୍ରେସ ସାଂଗଠନିକ ନେତୃତ୍ୱ: ଯୁବ ସଭାପତି ଚୟନକୁ ନେଇ ବଢୁଛି ଅଡୁଆ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ପୁଣିଥରେ କଂଗ୍ରେସର ସାଙ୍ଗଠନିକ ନେତୃତ୍ୱକୁ ନେଇ ବିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ବର୍ତ୍ତମାନ ଯୁବ କଂଗ୍ରେସକୁ ନେଇ ବିବାଦ ମୁଣ୍ଡ ଟେକିଲାଣି। ଚଳିତ ମାସ ଗତ ୭ ତାରିଖରେ ପିସିସି ପକ୍ଷରୁ ଯୁବ କଂଗ୍ରେସ ସଭାପତି ଚୟନ କରିବା ପାଇଁ ଏକ ନୂଆ କମିଟି ଗଢାଯାଇଥିଲା। ତେବେ ଉକ୍ତ କମିଟିକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଯୁବ କଂଗ୍ରେସ ସଭାପତି ପରିବର୍ତ୍ତନ ଅଧିକାର ପିସିସିର ନ ଥିବା ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ସୋମବାର ସୂଚନା ଦେଇଛନ୍ତି। ରଘୁବଂଶୀଙ୍କ ଏଭଳି ବୟାନ ପରେ ଯୁବ କଂଗ୍ରେସ ସଭାପତି ଚୟନ ପାଇଁ ପିସିସି ପକ୍ଷରୁ ଗଠନ କରାଯାଇଥିବା କମିଟିର ବୈଧତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋମବାର ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ପ୍ରଦେଶ ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଘୁବଂଶୀ ଯୋଗଦେଇ ଲୋକନାଥ ମହାରଥୀ ବର୍ତ୍ତମାନ ମଧ୍ୟ ଯୁବ କଂଗ୍ରେସ ସଭାପତି ଥିବା କହିଛନ୍ତି। ଏଥିସହିତ ପିସିସି ପକ୍ଷରୁ ଗଠନ କରାଯାଇଥିବା କମିଟିର କାର୍ଯ୍ୟକ୍ରମ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ଉକ୍ତ କମିଟି ପକ୍ଷରୁ ଗତ ରବିବାର ଦଳୀୟ କାର୍ଯ୍ୟାଳୟଠାରେ ଏକ ମତାମତ ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ରାଜ୍ୟରେ ଯେଉଁ ଯୁବ କଂଗ୍ରେସ କର୍ମୀ ଓ ନେତା ଦଳ ପାଇଁ କାମ କରୁଛନ୍ତି ସେମାନେ ଦଳର ସଙ୍ଗଠନକୁ କ୍ରିୟାଶୀଳ କରିବା ପାଇଁ କ’ଣ କରାଯିବା ଦରକାର ସେନେଇ ନିଜର ମତାମତ ରଖିପାରିବେ ବୋଲି କୁହାଯାଇଥିଲା। ସେହି ଅନୁଯାୟୀ ବହୁ ଯୁବ ନେତା ନିଜର ମତାମତ ରଖିଥିଲେ। ଏହାସହ ନିର୍ବାଚନ ପଦ୍ଧତି ନ କରି ଚୟନ ପ୍ରକ୍ରିୟାରେ ଯୁବ କଂଗ୍ରେସ ସଭାପତି ବାଛିବାକୁ ବହୁ ଯୁବ ନେତା ମତ ରଖିଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ପରେ ପ୍ରତିକ୍ରିୟା ରଖିଥିଲେ। ପ୍ରାୟ ୫ଜଣ ଯୁବ ନେତା ସଭାପତି ହେବାକୁ ଆଗ୍ରହୀ ଥିବା ମଧ୍ୟ ସେ କହିଥିଲେ। ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାପରେ ପିସିସିକୁ ପଠାଯିବ। ପିସିସି ପକ୍ଷରୁ ଉକ୍ତ ରିପୋର୍ଟକୁ ଏଆଇସିସିକୁ ଦିଆଯିବ ବୋଲି ମଧ୍ୟ ସେ କହିଥିଲେ। ହେଲେ ଯୁବ ସଭାପତି ଚୟନ ପାଇଁ ପିସିସିର ଅଧିକାର ନ ଥିବା ରଘୁବଂଶୀ କହିବାପରେ ନୂଆ ରାଜନୀତି ଦେଖାଦେଇଛି। ଏହାସହିତ ଯୁବ ସଭାପତି ପାଇଁ ଆଗ୍ରହୀ ଥିବା ନେତାମାନେ ନିଜ ସମର୍ଥକମାନଙ୍କ ସହ ଦଳୀୟ କାର୍ଯ୍ୟାଳୟଠାରେ ପହଞ୍ଚି ରଘୁବଂଶୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏପରି ସ୍ଥିତିରେ ରଘୁବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଦୀପ ମାଝୀ କହିଛନ୍ତି, ଦଳର ଯୁବ, ଛାତ୍ର ଏବଂ ମହିଳା ସଙ୍ଗଠନ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି। ତେଣୁ ପିସିସିକୁ ସକ୍ରିୟ କରିବା ପାଇଁ ଏହିସବୁ ସଙ୍ଗଠନ ସଜାଡିବା ଆବଶ୍ୟକ। ଖୁବ୍‌ଶୀଘ୍ର ପିସିସିର ନୂଆ କମିଟି ଗଠନ ହୋଇଯିବ। ଏହାପରେ ଯୁବ, ଛାତ୍ର ଓ ମହିଳା ସଭାପତି ନୂତନ ବଛାଯିବେ ବୋଲି ସେ କହିଛନ୍ତି।
ଅନ୍ୟପଟେ ଦଳର ଜଣେ ଆଗଧାଡିର ନେତାଙ୍କ କହିବାନୁଯାୟୀ, ଦଳ ବର୍ତ୍ତମାନ ଏକାଧିକ ଗୋଷ୍ଠୀରେ ବିଭକ୍ତ ହୋଇରହିଛି। ବର୍ତ୍ତମାନର ଯୁବ ସଭାପତିଙ୍କ ସହ ପିସିସି ସଭାପତିଙ୍କ ପଡୁନାହିଁ। ସେଥିଲାଗି ସେ ଗୋଟିଏ ଗୋଷ୍ଠୀ ଜରିଆରେ ନୂତନ ସଭାପତି ଚୟନ ପାଇଁ ଲାଗିଛନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ନିରଞ୍ଜନଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟ ଗୋଟି ଚାଳନା ଆରମ୍ଭ କରିଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri