Posted inଜାତୀୟ

ଚନ୍ଦ୍ରାୟନ-୨: ସହଜ ନୁହେଁ ଯାତ୍ରା; ରହିଛି ୭ ସମସ୍ୟା

ନୂଆଦିଲ୍ଲୀ, ୪।୬: ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୨ ମହାକାଶକୁ ଉତ୍‌କ୍ଷେପଣ କରାଯିବାର ଯୋଜନା ରହିଛି। ତେବେ ଏହାର ସଫଳତା ବାଟରେ ୭ ସମସ୍ୟା ରହିଥିବା କୁହାଯାଉଛି। ଏହା ଜୁଲାଇ ୯ରୁ ୧୬ ମଧ୍ୟରେ ମହାକାଶକୁ ଛଡାଯିବ। ଏହାର ଉତ୍‌ କ୍ଷେପଣଠାରୁ ଆରମ୍ଭ କରି ଚନ୍ଦ୍ରରେ ଅବତରଣ କରିବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମସ୍ୟା ରହିଛି। ଏସବୁ ସମସ୍ୟାର ସମାଧାନ ସହଜରେ କରାଯାଇପାରିବ ବୋଲି ଇସ୍ରୋ ବୈଜ୍ଞାନିକ ଆଶା କରୁଛନ୍ତି। ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ସମୟରେ ପୃଥବୀଠାରୁ ଚନ୍ଦ୍ରର ଦୂରତା ୩ଲକ୍ଷ ୮୪ ହଜାର ୪ଶହ କିଲୋମିଟର ରହିଥିବ। ମହାକାଶରେ ଉପଯୁକ୍ତ ପଥରେ ଚନ୍ଦ୍ରାୟନ-୨କୁ ଛଡାଗଲେ ଏହା ବିନା ପ୍ରତିବନ୍ଧକରେ ସହଜରେ ଚନ୍ଦ୍ରରେ ପହଞ୍ଚିବା କାଠିକର ପାଠ। କାରଣ ଯିବା ପଥରେ କେତେକ ବସ୍ତୁ ଘୁରିବୁଲୁଥିବାର ଆଶଙ୍କା ରହିଛି। ସେହିପରି ପୃଥିବୀଠାରୁ ଅଧିକ ଦୂରରେ ରହିଲେ ରେଡିଓ ସିଗନାଲ୍‌ ଆଦାନ ପ୍ରଦାନରେ ବିଳମ୍ବ ହେବାର ଆଶଙ୍କା ରହିଛି। ଅପରପକ୍ଷରେ ମହାକାଶରେ ସୃଷ୍ଟି ହେଉଥିବା କ୍ରିୟା ଓ ପ୍ରତିକ୍ରିୟା ସିଗନାଲ୍‌ ସଞ୍ଚରଣରେ ବାଧା ଉତ୍ପନ୍ନ କରିବାର ଆଶଙ୍କା ରହିଛି। ଚନ୍ଦ୍ରାୟନ-୨କୁ ଚନ୍ଦ୍ରର କକ୍ଷପଥରେ ପହଞ୍ଚାଇବା କଷ୍ଟକର। କାରଣ କକ୍ଷପଥରେ ଚନ୍ଦ୍ରର ଘୂର୍ଣ୍ଣନ ଯୋଗୁ ଉପଯୁକ୍ତ ପଥରେ ଏହାକୁ ଅବସ୍ଥାନ କରାଇବା ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି। ସେହିପରି ତଥ୍ୟ ସଂଗ୍ରହ ପାଇଁ ଚନ୍ଦ୍ର ଚାରିପଟେ ଘୂରିବୁଲିବା ସହଜ ନୁହେଁ। ଚନ୍ଦ୍ର ପୃଷ୍ଠରେ ଧୀରେ ସହଜରେ ଅବତରଣ କରିବା ଏକ କଷ୍ଟକର ବ୍ୟାପାର। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଠାରୁ ୪ଗୁଣା କମ୍‌। ଫଳରେ ଚନ୍ଦ୍ରାୟନ-୨କୁ ସନ୍ତୁଳନ କରିବା ସମସ୍ୟା ବହୁଳ। ଅବତରଣ ପରେ ଚନ୍ଦ୍ରରେ ସୃଷ୍ଟି ହେବାକୁଥିବା ଧୁଳି, ଧୁଆଁ ଆଦି ଚନ୍ଦ୍ରାୟନ-୨କୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ସେହିପରି ଚନ୍ଦ୍ରର ତାପମାତ୍ରା ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାରୁ ଲାଣ୍ଡର ତଥା ରୋଭରର କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ଇସ୍ରୋ ପକ୍ଷରୁ ଏହି ୭ଟି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri