ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ ସଙ୍ଗିନ ମାମଲା ରହିଥିବାବେଳେ ୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠଗୁଡ଼ିକୁ ନ୍ୟାଶନାଲ ଇଲେକ୍‌ଶନ ଓ୍ବାଚ୍‌ ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ଅନୁଧ୍ୟାନ କରାଯାଇ ଏହା ପ୍ରକାଶ କରାଯାଇଛି।
୯ ରାଜ୍ୟର ୭୧ ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ସେହି ଆସନଗୁଡ଼ିକ ହେଲା ବିହାର (୫), ଜମ୍ମୁ ଓ କଶ୍ମୀର (୧), ଝାଡ଼ଖଣ୍ଡ (୩), ମଧ୍ୟପ୍ରଦେଶ (୬), ମହାରାଷ୍ଟ୍ର (୧୭), ଓଡ଼ିଶା (୬), ରାଜସ୍ଥାନ (୧୪), ୟୁପି (୧୩) ଏବଂ ପଶ୍ଚିମବଙ୍ଗ (୮)। ଏହି ଆସନଗୁଡ଼ିକରେ ୯୪୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୯୨୮ ଜଣଙ୍କ ସତ୍ୟପାଠକୁ ଏଡିଆର୍‌ ବିଶ୍ଳେଷଣ କରିଛି। ଅନ୍ୟ ୧୫ ପ୍ରାର୍ଥୀ ନିଜର ସମ୍ପୂର୍ଣ୍ଣ ସତ୍ୟପାଠ ଏବଂ ଉପଯୁକ୍ତ ଦସ୍ତାବିଜର ନକଲ ଦାଖଲ କରି ନ ଥିବାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ଉପରୋକ୍ତ ସତ୍ୟପାଠଗୁଡ଼ିକରୁ ସ୍ପଷ୍ଟ ହୋଇଛି ଯେ, ୪ ପ୍ରାର୍ଥୀ ସେମାନଙ୍କ ବିରୋଧରେ ହତ୍ୟା ମାମଲା ବିଚାରାଧୀନ ଥିବା ମାନିଛନ୍ତି। ସେହିପରି ୨୪ ପ୍ରାର୍ଥୀ ନିଜ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା କହିଛନ୍ତି। ୪ ପ୍ରାର୍ଥୀଙ୍କ ବିରୋଧରେ ଅପହରଣ, ୨୧ ଜଣଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ଏବଂ ୧୬ ପ୍ରାର୍ଥୀଙ୍କ ନାମରେ ଘୃଣା ମନ୍ତବ୍ୟ ନେଇ ମାମଲା ରୁଜୁ ହୋଇଛି। ଦଳଗୁଡ଼ିକ ମଧ୍ୟରେ ଦେଖିଲେ ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପାର ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ଜଣ ନିଜ ବିରୋଧରେ ଆପରାଧିକ ମାମଲା ଚାଲିଥିବା ସତ୍ୟପାଠରେ ଘୋଷଣା କରିଛନ୍ତି। ସେହିପରି କଂଗ୍ରେସର ୫୭ରୁ ୧୮, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୫୪ରୁ ୧୧, ଶିବସେନାର ୨୧ରୁ ୧୨ ଏବଂ ସ୍ବାଧୀନ ଭାବେ ଲଢ଼ୁଥିବା ୩୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ଭାଜପାର ୨୦ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ବିଚାରାଧୀନ ଅଛି। ସେହିପରି କଂଗ୍ରେସର ୯, ବିଏସ୍‌ପିର ୧୦, ଶିବସେନାର ୯ ଏବଂ ୪୫ ସ୍ବାଧୀନ ପ୍ରାର୍ଥୀଙ୍କ ବିରୋଧରେ ଏଭଳି ମାମଲା ଚାଲିଛି ବୋଲି ଏଡିଆର୍‌ ପକ୍ଷରୁ କୁହାଯାଇଛି। ୭୧ ଲୋକ ସଭା ଆସନ ମଧ୍ୟରୁ ୩୭ଟି ଏପରି ଆସନ ରହିଛି, ଯେଉଁଠି ୩ କିମ୍ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri