ଘରେ ସାମଗ୍ରୀ ପହଞ୍ଚାଉଛି ବିଗ୍‌ ବଜାର

ମୁମ୍ବାଇ,୨୬। ୩: ଲକ୍‌ଡାଉନ ଘୋଷଣା ଲାଗି ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ସେବାକୁ ବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ ପ୍ରମୁଖ ସୁପରମାର୍କେଟ ଚେନ୍‌ ବିଗ ବଜାର ପକ୍ଷରୁ ଘରେ ଘରେ ସାମଗ୍ରୀ ଡେଲିଭରି କରିବା ସୁବିଧା ହାତକୁ ନେଇଛି। କମ୍ପାନୀର ଏହି ସୁବିଧା ଭୁବନେଶ୍ୱର ସହ ନୂଆଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ତଥା ଗୁରୁଗ୍ରାମ ଭଳି ସହରରେ ଉପଲବ୍ଧ ହେବ। ବୁଧବାର ଏ ନେଇ କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରାଯିବା ସହ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଅବଗତ କରାଯିବା ସହ ମୋବାଇଲ ନମ୍ବରରେ ସମ୍ପର୍କ କରିବାକୁ କୁହାଯାଇଛି। କଟକଣା ଯୋଗୁ ହୋମ ଡେଲିଭରି କିଛି ସମୟ ଅଧିକ ଲାଗିପାରେ ମାତ୍ର ଗ୍ରାହକଙ୍କ ଆବଶ୍ୟକତା ଆଧାରରେ ତ୍ୱରିତ ପଦକ୍ଷେପ ନେବାକୁ ସବୁ ସୁବିଧା କରାଯାଇଛି ବୋଲି ବିଗ୍‌ ବଜାର ପକ୍ଷରୁ ସୂଚନା ରହିଛି। କିଶୋର ବିୟାନୀଙ୍କ ନେତୃତ୍ୱାଧିନ ଫ୍ୟୁଚର ଗ୍ରୁପ ରାଞ୍ଚି, ଉତ୍ତରାଖଣ୍ଡ, ନଏଡା, ଗାଜିଆବାଦ, ମଧ୍ୟପ୍ରଦେଶ, ହିମାଞ୍ଚଳ ପ୍ରଦେଶ, ଜମ୍ମୁ, ପଞ୍ଜାବ, ହରିୟାଣା, ଫରିଦାବାଦ, ଗୁଜରାଟ ଏବଂ ରାଜସ୍ଥାନ ଭଳି ସହରରେ ଏହି ସେବା ଆରମ୍ଭ କରିଛି। ଇ-କମର୍ସ ଗ୍ରୋସରୀ ଆପ୍‌ ଗ୍ରୋଫର୍ସ, ବିଗ୍‌ ବାସ୍କେଟ, ଦୁଧଓ୍ବାଲେ ଡଟ୍‌କମ୍‌ରୁ ଏବେ ସେବା ଉପଲବ୍ଧ ହୋଇପାରୁନାହିଁ। ସାମଗ୍ରୀ ଯୋଗାଣ ବିଳମ୍ବ ହେବା ନେଇ ଗ୍ରୋଫର୍ସ ଆମାଜନ ଗ୍ରାହକଙ୍କୁ ଅବଗତ କରାଇ ଦେଇଛନ୍ତି। ଏବେ ବିଗ୍‌ ବାସ୍କେଟ କେବଳ କ୍ଷୀର ଯୋଗାଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri