ଘରେ ସାମଗ୍ରୀ ପହଞ୍ଚାଉଛି ବିଗ୍‌ ବଜାର

ମୁମ୍ବାଇ,୨୬। ୩: ଲକ୍‌ଡାଉନ ଘୋଷଣା ଲାଗି ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ସେବାକୁ ବନ୍ଦ ଘୋଷଣା କରିଛନ୍ତି। ଏହି ସମୟରେ ପ୍ରମୁଖ ସୁପରମାର୍କେଟ ଚେନ୍‌ ବିଗ ବଜାର ପକ୍ଷରୁ ଘରେ ଘରେ ସାମଗ୍ରୀ ଡେଲିଭରି କରିବା ସୁବିଧା ହାତକୁ ନେଇଛି। କମ୍ପାନୀର ଏହି ସୁବିଧା ଭୁବନେଶ୍ୱର ସହ ନୂଆଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ତଥା ଗୁରୁଗ୍ରାମ ଭଳି ସହରରେ ଉପଲବ୍ଧ ହେବ। ବୁଧବାର ଏ ନେଇ କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରାଯିବା ସହ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଅବଗତ କରାଯିବା ସହ ମୋବାଇଲ ନମ୍ବରରେ ସମ୍ପର୍କ କରିବାକୁ କୁହାଯାଇଛି। କଟକଣା ଯୋଗୁ ହୋମ ଡେଲିଭରି କିଛି ସମୟ ଅଧିକ ଲାଗିପାରେ ମାତ୍ର ଗ୍ରାହକଙ୍କ ଆବଶ୍ୟକତା ଆଧାରରେ ତ୍ୱରିତ ପଦକ୍ଷେପ ନେବାକୁ ସବୁ ସୁବିଧା କରାଯାଇଛି ବୋଲି ବିଗ୍‌ ବଜାର ପକ୍ଷରୁ ସୂଚନା ରହିଛି। କିଶୋର ବିୟାନୀଙ୍କ ନେତୃତ୍ୱାଧିନ ଫ୍ୟୁଚର ଗ୍ରୁପ ରାଞ୍ଚି, ଉତ୍ତରାଖଣ୍ଡ, ନଏଡା, ଗାଜିଆବାଦ, ମଧ୍ୟପ୍ରଦେଶ, ହିମାଞ୍ଚଳ ପ୍ରଦେଶ, ଜମ୍ମୁ, ପଞ୍ଜାବ, ହରିୟାଣା, ଫରିଦାବାଦ, ଗୁଜରାଟ ଏବଂ ରାଜସ୍ଥାନ ଭଳି ସହରରେ ଏହି ସେବା ଆରମ୍ଭ କରିଛି। ଇ-କମର୍ସ ଗ୍ରୋସରୀ ଆପ୍‌ ଗ୍ରୋଫର୍ସ, ବିଗ୍‌ ବାସ୍କେଟ, ଦୁଧଓ୍ବାଲେ ଡଟ୍‌କମ୍‌ରୁ ଏବେ ସେବା ଉପଲବ୍ଧ ହୋଇପାରୁନାହିଁ। ସାମଗ୍ରୀ ଯୋଗାଣ ବିଳମ୍ବ ହେବା ନେଇ ଗ୍ରୋଫର୍ସ ଆମାଜନ ଗ୍ରାହକଙ୍କୁ ଅବଗତ କରାଇ ଦେଇଛନ୍ତି। ଏବେ ବିଗ୍‌ ବାସ୍କେଟ କେବଳ କ୍ଷୀର ଯୋଗାଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?