Posted inରାଜ୍ୟ

ଘରଭଙ୍ଗା ତଦନ୍ତରେ ଅନିୟମିତତା: ତହସିଲ କାର୍ଯ୍ୟାଳୟ ଘେରିଲେ ବାତ୍ୟା ବିପନ୍ନ

ବାଲିଆ,୮।୬: ଫନୀ ବାତ୍ୟା ପ୍ରଭାବରେ ବିରିଡ଼ି ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ପଲିଥିନ୍‌ ଖଣ୍ଡେ ମିଳିପାରିଲା ନାହିଁ। ଏପରି କି ଘରଭଙ୍ଗା ତଦନ୍ତ ଠିକ୍‌ ଭାବେ ନ ହେବାରୁ ବିପନ୍ନ ପରିବାର ଆରଆଇଙ୍କ ଦ୍ୱାରା ପ୍ରସ୍ତୁତ କ୍ଷତିଗ୍ରସ୍ତ ତାଲିକାରୁ ବାଦ୍‌ପଡିଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବାଲିଆ ଗୋପୀନାଥପୁର ପଞ୍ଚାୟତର ଶତାଧିକ ବିପନ୍ନ ପରିବାର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଏହି ଧାରଣାରେ ରିଆନା ବିବି, ସଞ୍ଜୁକ୍ତା ବେହେରା, ପୁନି ଦାସ, ବାସନ୍ତୀ ବେହେରା, ରଜୋ ବିବି, ହସିନା ବିବି, ମୁସ୍ତରି ବିବି, ପାଲୁଣି ଦେଈ, ନୟନୁ ବିବି, ସାହିଦା ବିବି, ଅମାତୁନ ବିବି, ଜାନି ବିବି, ଉର୍ମିଳା ଭୋଇ, ତିଳ ବେୱା, ବିପନ୍ନ ଭୋଇ, ଦେବେନ୍ଦ୍ର ବେହେରା, ସୁଧିର ବେହେରା, ତାରୁନ ବିବିଙ୍କ ସମେତ ବହୁ ବିପନ୍ନ ପରିବାର ସାମିଲ ହୋଇଥିଲେ। ବାତ୍ୟାରେ ସେମାନଙ୍କ ଘର ଛପର ଉଡ଼ିଯାଇଛି। କେତେଜଣଙ୍କ ଘର କାନ୍ଥ ଭାଙ୍ଗି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ବହୁ ଲୋକ ଖୋଲା ଆକାଶ ତଳେ ବସବାସ କରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ପଲିଥିନ ଖଣ୍ଡିଏ ମିଳିଲାନାହିଁ। ବର୍ଷା ହେଲେ ଘର ଭିତରେ ପାଣି ଲଡଡ଼ି ମାରୁଛି। ବାଲିଆ ଗୋପୀନାଥପୁର ପଞ୍ଚାୟତରେ ଘରଭଙ୍ଗା ତଦନ୍ତ ଦାୟିତ୍ୱରେ ଥିବା ଆରଆଇ ସୁନାକର ବେହେରା କେତେଜଣ ମୁଷ୍ଟିମେୟ ଲୋକଙ୍କ ପ୍ରରୋଚନାରେ ରିପୋର୍ଟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଏଥିରେ ଥିଲାବାଲା ଲୋକଙ୍କ ନଁା ଥିବାବେଳେ ପ୍ରକୃତ କ୍ଷତିଗ୍ରସ୍ତ ବାଦ୍‌ପଡିଛନ୍ତି। ଥିଲାବାଲା ଲୋକଙ୍କ ଗୁହାଳ, ରୋଷେଇ ଘର ଆଦି ଦେଖି ରିପୋର୍ଟରେ ସ୍ଥାନ ଦିଆଯାଇଛି। ବିଜୁ ପକ୍କାଘର ଓ ଇନ୍ଦିରା ଆବାସ ଆଦି ପାଇଥିବା ଲୋକଙ୍କ ଘର ଭାଙ୍ଗିଥିବା ଦର୍ଶାଯାଇଛି। ତେଣୁ ଏହାର ପୁନର୍ବାର ତଦନ୍ତ କରିବାକୁ ଧାରଣାରତ ବିପନ୍ନ ପରିବାର ଦାବି କରିଥିଲେ। ୪୫ ମିନିଟ୍‌ ଧାରଣା ପରେ ଆରଆଇ ବେହେରା ପହଞ୍ଚତ୍ବାରୁ ବିପନ୍ନ ଲୋକେ ତାଙ୍କୁ ଘେରିଯାଇ କାହିଁକି ସେମାନଙ୍କ ଘର ତଦନ୍ତ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ। ମାତ୍ର ଆରଆଇ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତୁମ ଘର ତଦନ୍ତ ହେବ ନାହିଁ, ଯାଅ ମୋ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବ ବୋଲି ରୋକଠୋକ୍‌ କହିଥିଲେ। ଫଳରେ ଧାରଣାକାରୀମାନେ ତୀବ୍ର ବିରୋଧ କରିଥିଲେ। ଏପରି କି ଆରଆଇଙ୍କ ସହ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଆରଆଇ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ତହସିଲଦାରଙ୍କ କକ୍ଷ ଭିତରେ ପଶିଯାଇଥିଲେ। ତହସିଲଦାର ନ ଥିବାରୁ ଅନ୍ୟ କର୍ମଚାରୀମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁନର୍ବାର ବାଲିଆ ଗୋପୀନାଥପୁର ପଞ୍ଚାୟତରେ ଘରଭଙ୍ଗା ତଦନ୍ତ ହେବ ବୋଲି କର୍ମଚାରୀମାନେ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri