ଘରଭଙ୍ଗା କାର୍ଯ୍ୟରେ ଲଗାଇଲେ ପ୍ରଧାନ ଶିକ୍ଷକ: ଛାତ୍ରୀଛାତ୍ରଙ୍କ ହାତରେ ଶାବଳ, କୋଡ଼ି

ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କଣ୍ଟକୁଳ ପଞ୍ଚାୟତ ଜମ୍ବୁଗଡ଼ିଆ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶନିବାର ଛାତ୍ରୀଛାତ୍ରମାନଙ୍କୁ ଘର ଭଙ୍ଗା କାର୍ଯ୍ୟରେ ଲଗାଇଥିବା ଅଭିଭାବକମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ବିଦ୍ୟାଳୟର ମରାମତି ତଥା ଉନ୍ନୟନ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପାଣ୍ଠି ଦେଉଥିଲେ ମଧ୍ୟ ପ୍ରଧାନଶିକ୍ଷକ ପିଲାମାନଙ୍କୁ ଏପରି ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ବିଚିତ୍ର ସ୍ବାଇଁ, ଅମିତା ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି। ଏପରି କି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ନିଜ ଶାର୍ଟ ଖୋଲି ବୁଲୁଥିବାରୁ ଅଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ହୋତା କହିଛନ୍ତି, ଏକ ପରିତ୍ୟକ୍ତ ଶ୍ରେଣୀଗୃହ ଭଙ୍ଗା ଅବସ୍ଥାରେ ଅଛି। ସେଠାକୁ ପିଲାମାନେ ଯାଉଥିବାରୁ ବିପଦ ଆଶଙ୍କା ରହୁଛି। ତେଣୁ ନିଜେ ଉକ୍ତ ପରିତ୍ୟକ୍ତ ଘରର କାନ୍ଥ ଭାଙ୍ଗୁଥିବା ବେଳେ ଶାର୍ଟ ଚିରି ଯାଇଥିଲା। ସେଥିପାଇଁ ତାହା ଖୋଲି ଦେଇଥିଲି। ପ୍ରାର୍ଥନା ପରେ ସପ୍ତମ ଶ୍ରେଣୀ ପିଲାଙ୍କୁ ନେଇ ସେଠାକୁ ଯାଇଥିଲୁ। ଏଥିରେ ଅପରାଧ ଅଛି କି ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ। ଘଟଣା ବିଷୟରେ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକ କହିଛନ୍ତି, ସୋମବାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ଏହାର ତଦନ୍ତ କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ନିଟିବାଡି ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁଁହି, ଟଳିଲେ ୨…

ଫୁଲବାଣୀ, ୨୨।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ…

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ବାହାଘର ପରେ କନିଆକୁ ଧରି ଘରକୁ ଫେରୁଥିଲେ, ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଧରି ପ୍ରେମିକ ଛୁ

ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର…

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ମହାପୁରୁଷଙ୍କୁ କି ଦଣ୍ଡ: ସର୍ବ ସମ୍ମୁଖରେ …

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ମହାପୁରୁଷ ମାନଙ୍କୁ କି ପ୍ରକାର ଦଣ୍ଡ। ସର୍ବ ସମ୍ମୁଖରେ ମହାପୁରୁଷ ମାନଙ୍କୁ ଏଭଳି ଅପମାନିତ କରିବାକୁ କାହାର ସାହସ ହେଲା ତାହା ସହରରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri