ବ୍ରହ୍ମପୁର ଅଫିସ,୨୫ା୧-ଛତିଶଗଡ଼ ପୋଲିସର ଏକ ୬ ଜଣିଆ ଟିମ ବ୍ରହ୍ମପୁର ପୋଲିସ ସହାୟତାରେ ଶୁକ୍ରବାର ବ୍ରହ୍ମପୁରରେ ଚଢ଼ାଉ କରି ଗ୍ରୀନ ଇଣ୍ଡିଆ ଚିଟ୍ଫଣ୍ଡ ସଂସ୍ଥାର ଅନ୍ୟତମ ଏମ୍ଡି ଜିତେନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି। ତାଙ୍କୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ୍)ଙ୍କ କୋର୍ଟରେ ହାଜର କରାଯାଇଥିଲା। ସିଜେଏମ ଦାୟିତ୍ୱରେ ଥିବା ସିଭିଲ ରେଜିଷ୍ଟ୍ରାର ଅମିତ ସ୍ବରୂପ ସେଠ୍ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବା ପାଇଁ ଛତିଶଗଡ଼ ପୋଲିସକୁ ଅନୁମତି ଦେଇଛନ୍ତି। ଛତିଶଗଡ଼ ରାଜ୍ୟ ଚେରିମେରି ଥାନା ଇଲାକାରେ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ନେଇ ୨୦୧୬ ମାର୍ଚ୍ଚ ୫ରେ ଅଭିଯୋଗ ହୋଇଥିଲା। ଏ ନେଇ ଚେରିମେରି ଥାନା ଥାନାରେ ମାମଲା ନଂ. ୭୯/୧୬ ରୁଜୁ ହୋଇଥିଲା। ସେବେଠାରୁ ସଂସ୍ଥାର ଏମଡି ଜିତେନ୍ଦ୍ରଙ୍କୁ ପୋଲିସ ଖୋଜୁଥିଲା। ବଡ଼ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀପେଣ୍ଠ ଗଣପତି ନଗରରେ ଜିତେନ୍ଦ୍ର ଲୁଚି ରହୁଥିବା ସୂଚନା ମିଳିଥିଲା। ତେଣୁ ଛତିଶଗଡ଼ ପୋଲିସ ଗୁରୁବାର ଠାରୁ ବ୍ରହ୍ମପୁରରେ ଡ଼େରା ପକାଇଥିଲା। ବ୍ରହ୍ମପୁର ଟାଉନ ଥାନା ପୋଲିସ ସହାୟତାରେ ଚଢ଼ାଉ କରାଯାଇ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଛି। ଛତିଶଗଡ଼ର ଡିଏସ୍ପି କରିନା କୁମାର ୱାଇ, ଇନ୍ସପେକ୍ଟର ଅଭିଳାଶ ଦୁବେଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଶୁକ୍ରବାର ବ୍ରହ୍ମପୁର ଆସି ଜିତେନ୍ଦ୍ରଙ୍କୁ ଛତିଶଗଡ଼ ନେଇଛନ୍ତି।
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’
ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…
ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍ରେ ତଥ୍ୟ ପ୍ରଦାନ କଲେ ନଗରପାଳ
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…
ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ
ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…
Archives

