ଗ୍ରୀନ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥା ଏମ୍‌ଡି ଗିରଫ

ବ୍ରହ୍ମପୁର ଅଫିସ,୨୫ା୧-ଛତିଶଗଡ଼ ପୋଲିସର ଏକ ୬ ଜଣିଆ ଟିମ ବ୍ରହ୍ମପୁର ପୋଲିସ ସହାୟତାରେ ଶୁକ୍ରବାର ବ୍ରହ୍ମପୁରରେ ଚଢ଼ାଉ କରି ଗ୍ରୀନ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟତମ ଏମ୍‌ଡି ଜିତେନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି। ତାଙ୍କୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ୍‌)ଙ୍କ କୋର୍ଟରେ ହାଜର କରାଯାଇଥିଲା। ସିଜେଏମ ଦାୟିତ୍ୱରେ ଥିବା ସିଭିଲ ରେଜିଷ୍ଟ୍ରାର ଅମିତ ସ୍ବରୂପ ସେଠ୍‌ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବା ପାଇଁ ଛତିଶଗଡ଼ ପୋଲିସକୁ ଅନୁମତି ଦେଇଛନ୍ତି। ଛତିଶଗଡ଼ ରାଜ୍ୟ ଚେରିମେରି ଥାନା ଇଲାକାରେ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ନେଇ ୨୦୧୬ ମାର୍ଚ୍ଚ ୫ରେ ଅଭିଯୋଗ ହୋଇଥିଲା। ଏ ନେଇ ଚେରିମେରି ଥାନା ଥାନାରେ ମାମଲା ନଂ. ୭୯/୧୬ ରୁଜୁ ହୋଇଥିଲା। ସେବେଠାରୁ ସଂସ୍ଥାର ଏମଡି ଜିତେନ୍ଦ୍ରଙ୍କୁ ପୋଲିସ ଖୋଜୁଥିଲା। ବଡ଼ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀପେଣ୍ଠ ଗଣପତି ନଗରରେ ଜିତେନ୍ଦ୍ର ଲୁଚି ରହୁଥିବା ସୂଚନା ମିଳିଥିଲା। ତେଣୁ ଛତିଶଗଡ଼ ପୋଲିସ ଗୁରୁବାର ଠାରୁ ବ୍ରହ୍ମପୁରରେ ଡ଼େରା ପକାଇଥିଲା। ବ୍ରହ୍ମପୁର ଟାଉନ ଥାନା ପୋଲିସ ସହାୟତାରେ ଚଢ଼ାଉ କରାଯାଇ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଛି। ଛତିଶଗଡ଼ର ଡିଏସ୍‌ପି କରିନା କୁମାର ୱାଇ, ଇନ୍ସପେକ୍ଟର ଅଭିଳାଶ ଦୁବେଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଶୁକ୍ରବାର ବ୍ରହ୍ମପୁର ଆସି ଜିତେନ୍ଦ୍ରଙ୍କୁ ଛତିଶଗଡ଼ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri