ଗ୍ରାମାଞ୍ଚଳରେ ବହୁତଳ କୋଠା ନିର୍ମାଣ ପାଇଁ କଟକଣା:ପ୍ଲାନ୍‌ ଅନୁମୋଦନ ଜରୁରୀ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ): ସହରତଳି ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ମନଇଚ୍ଛା ବହୁତଳ କୋଠା, ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ କରିହେବ ନାହିଁ। ଏଥିପାଇଁ ସହର ଯୋଜନା(ଟାଉନ ପ୍ଲାନିଂ) ନିର୍ଦ୍ଦେଶକଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି ଗ୍ରାମାଞ୍ଚଳରେ କୌଣସି ଆବାସିକ କିମ୍ବା ବ୍ୟବସାୟିକ ଗୃହ ନିର୍ମାଣ ପ୍ରକଳ୍ପ ୫୦୦ ବର୍ଗମିଟର କିମ୍ବା ୩ ମହଲା କିମ୍ବା ଲେ ଆଉଟ ଏରିଆ ୧.୦୦ ଏକରରୁ ଊର୍ଦ୍ଧ୍ୱ ହୋଇଥିବ ତେବେ ଘର ନିର୍ମାଣ ପୂର୍ବରୁ ପ୍ଲାନ ଅନୁମୋଦନ କରିବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗୃହ ନିର୍ମାଣ ପୂର୍ବରୁ ପ୍ରଥମେ ସମ୍ପୃକ୍ତ ପଞ୍ଚାୟତ ସମିତିକୁ ପ୍ଲାନ ଅନୁମୋଦନ ପାଇଁ ଆବେଦନ କରିବାକୁ ହେବ। ପଞ୍ଚାୟତ ସମିତି ଏହାକୁ ଜିଲା ଟାଉନ ପ୍ଲାନିଂ ୟୁନିଟ୍‌କୁ ପଠାଇବ। ଟାଉନ ପ୍ଲାନିଂ ନିର୍ଦ୍ଦେଶକଙ୍କଠାରୁ ଅନୁମତି ନେଇ ଟାଉନ ପ୍ଲାନିଂ ୟୁନିଟ୍‌ ପ୍ଲାନ ଅନୁମୋଦନ କରିବ।
ଗ୍ରାମାଞ୍ଚଳରେ ଗଢ଼ିଉଠୁଥିବା ବହୁତଳ କୋଠା ଏବଂ ବ୍ୟବସାୟିକ ଗୃହକୁ ବ୍ୟବସ୍ଥିତ କରିବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଯଦି କୌଣସି କୋଠାବାଡ଼ି ବିନା ପ୍ଲାନ ଅନୁମୋଦନରେ ନିର୍ମାଣ କରାଯାଇଛି ସେଗୁଡ଼ିକ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେଶନ୍‌ସ ନିୟମ ଅନୁଯାୟୀ ଜରିମାନା ଦେଇ ଗୃହକୁ ନିୟମିତ (ରେଗୁଲାରାଇଜ) କରିପାରିବେ। ଓଡ଼ିଶା ସ୍ପେଶାଲ ପ୍ଲାନିଂ ଅଥରିଟିଜ୍‌ ଆଣ୍ଡ ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ୍‌ସ କମନ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲ୍‌ସ-୨୦୧୭ ଗ୍ରାମାଞ୍ଚଳରେ ଆପାର୍ଟମେଣ୍ଟ କିମ୍ବା ବାସଗୃହ ପ୍ରକଳ୍ପ କିମ୍ବା ବ୍ୟବସାୟିକ ପ୍ରକଳ୍ପ ନିର୍ମାଣ ପାଇଁ ଲାଗୁହେବ। କଟକ, ଭୁବନେଶ୍ୱର ଭଳି ରାଜ୍ୟର ବଡ଼ ବଡ଼ ସହରତଳି ଅଞ୍ଚଳରେ ଅବ୍ୟବସ୍ଥିତ ଭାବେ ବହୁ ନଭଶ୍ଚୁମ୍ବୀ ଅଟ୍ଟାଳିକା ଗଢ଼ିଉଠୁଛି। ସ୍ବେରେଜ, ଡ୍ରେନେଜ ପାଇଁ କୌଣସି ବ୍ୟବସ୍ଥା ହେଉନାହିଁ। ବର୍ଷା ଦିନରେ ସେସବୁ ଅଞ୍ଚଳ ଜଳମଗ୍ନ ହୋଇ ରହୁଛି। ଯଦି କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ଲେ ଆଉଟ ପ୍ଲାନ ଅନୁମୋଦନ ନ କରି ଘର ନିର୍ମାଣ କରିବେ ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଗ୍ରାମାଞ୍ଚଳରେ ଗଢ଼ିଉଠୁଥିବା ଆପାର୍ଟମେଣ୍ଟ, ବାସଗୃହ ପ୍ରକଳ୍ପ, ବ୍ୟବସାୟିକ ଗୃହ ନିର୍ମାଣକୁ ବ୍ୟବସ୍ଥିତ କରିବା ପାଇଁ ଏହି ନୂତନ ରୁଲ୍‌ କାର୍ଯ୍ୟକାରୀ କରାଯାଇଛି। ସହରତଳି ଅଞ୍ଚଳରେ ଅବ୍ୟବସ୍ଥିତ ଭାବେ ବହୁ ସଂଖ୍ୟାରେ ଆପାର୍ଟମେଣ୍ଟ ବିନା ଅନୁମୋଦନରେ ଗଢ଼ିଉଠୁଛି। ଏହାଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଛି। ଗୃହ ନିର୍ମାଣ କରାଯାଉଥିଲେ ମଧ୍ୟ ବର୍ଜ୍ୟ ଜଳ ଓ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ସ୍ବେରେଜ କିମ୍ବା ଡ୍ରେନ ବ୍ୟବସ୍ଥା କରାଯାଉ ନାହିଁ। ଗ୍ରାମାଞ୍ଚଳ ପାଇଁ ପ୍ଲାନ ଅନୁମୋଦନ ନେବା ବାଧ୍ୟତାମୂଳକ କରାଯାଇଛି, ଯଦ୍ଦ୍ବାରା ସ୍ବେରେଜ, ଡ୍ରେନେଜ ବ୍ୟବସ୍ଥାକୁ ବ୍ୟବସ୍ଥିତ ଢଙ୍ଗରେ କରିହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri