ଗୌରାଙ୍ଗପୁରରେ କଙ୍ଗାରୁ କୋର୍ଟ : ଘର ଭାଙ୍ଗି ଲୁଟିନେଲେ ଉପକରଣ

ରଣପୁର,୪ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ଗୌରାଙ୍ଗପୁରରେ କଙ୍ଗାରୁ କୋର୍ଟ କରାଯାଇ ରବୀନ୍ଦ୍ର ବେହେରାଙ୍କ ପରିବାରକୁ ପ୍ରଥମେ ବାସନ୍ଦ କରାଗଲା। ଆଉ ଏହାର କିଛିବର୍ଷ ପରେ ମଙ୍ଗଳବାର ତାଙ୍କ ଘର ଭାଙ୍ଗି ସମସ୍ତ ଉପକରଣ ଲୁଟି ନେଲେ। ଏପରି କି ଏକ ବାକ୍ସରେ ରହିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୩୫ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଏ ନେଇ ରବୀନ୍ଦ୍ରଙ୍କ ପନତ୍ୀ ଉର୍ମିଳା ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଗରିବ ଦାଉ ସାଧୁଛି। ସ୍ବାମୀଙ୍କର ଭଲ ରୋଜଗାର ନାହିଁ। ତେବେ ସ୍ବାମୀଙ୍କ ନଁାରେ ଗୌରାଙ୍ଗପୁର ପଞ୍ଚାୟତ ସମ୍ମୁଖରେ ୨ ଡେସିମିଲ ଜମି ରହିଛି। ଆମ ପରିବାର ଏଠାରେ ଘର କରି ୪୦ରୁ ଊର୍ଦ୍ଧ୍ୱ ବର୍ଷ ହେଲା ରହିଆସୁଛୁ। ତେବେ ଘରୁ ଉଠାଇଦେବା ନେଇ କିଛିବର୍ଷ ତଳେ କେତେଜଣ ଲୋକ ଉଦ୍ୟମ କରିଥିଲେ। ସେ ସମୟରେ ଥାନାରେ ଅଭିଯୋଗ ପରେ ପୋଲିସ ହସ୍ତକ୍ଷେପ କରିବାରୁ କିଛି ଅସୁବିଧା ହୋଇ ନ ଥିଲା। ହେଲେ ଗଁାରେ ବାସନ୍ଦ କରି ରଖିଥିଲେ। ମଙ୍ଗଳବାର ସକାଳେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଟାଙ୍ଗିଆ, କଟୁରି, ଦାଆ, ଶାବଳ ଆଦି ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ପରେ ଘର ଭାଙ୍ଗିଥିଲେ।
ମିଳିଲାନି ପୋଲିସ ସୁରକ୍ଷା
ଥାନାରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅଭିଯୋଗ କଲୁ। ୩ ଘଣ୍ଟାର ଅପେକ୍ଷା ପରେ ପୋଲିସ ଅଭିଯୋଗ ଗ୍ରହଣ କଲା। ସନ୍ଧ୍ୟା ଗଡି ରାତି ହୋଇଗଲା। ପୋଲିସ ଗଁାରେ ପହଞ୍ଚିଲାନି। ମକଦ୍ଦମାର କପି ମଧ୍ୟ ଦେଲାନି। ଘର ଭାଙ୍ଗି ଉପକରଣ ଲୁଟିବା ପରେ ବି ପୋଲିସ ସହଯୋଗ କରୁ ନାହିଁ। କ’ଣ କରିବୁ, କିପରି ଚଳିବୁ ସେ ନେଇ ଚିନ୍ତାରେ ଥିବା କହିଛନ୍ତି ଉର୍ମିଳା। ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ମୋ ସରକାର ବ୍ୟବସ୍ଥା କାମ କରୁଥିବା ସରକାର କହୁଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ସବୁ କିଛି ଠିକ୍‌ଠାକ ହୋଇଯିବ ବୋଲି କୁହାଯାଉଛି। କାହିଁ ମୋ ଅଭିଯୋଗର ତ’ ସମାଧାନ ହେଉନି। ବରଂ ମୋ ଟେନସନ ବଢ଼ି ଚାଲିଛି। ପୋଲିସର ସହଯୋଗ ନ ମିଳିବାରୁ ଗଁା ବାହାରେ ରହିଛୁ । ଗତ ୧ ବର୍ଷ ମଧ୍ୟରେ ଏହି ଥାନା ଅଞ୍ଚଳରେ ୪ଟି କଙ୍ଗାରୁ କୋର୍ଟ କରାଯାଇଛି । ହେଲେ କେହି ଏଯାବତ ନ୍ୟାୟ ପାଇ ନାହାନ୍ତି। ଏ ବିଷୟରେ ରଣପୁର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ନୟାଗଡ଼ ଏସ୍‌ପି ଦାୟିତ୍ୱରେ ଥିବା ଦିଲୀପ କୁମାର ସାହାଣୀ କହନ୍ତି, ମୁ ଥାନା ଅଧିକାରୀଙ୍କୁ କହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri