ଗୋଟିଏ ଫୋନକୁ ୭୨ ପରିବାର: ଗଛରେ ଓହଳାଇ କରୁଛନ୍ତି ଯୋଗାଯୋଗ

ବନ୍ତଳା,୨୬ା୧୨ – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଏପରି ଏକ ଗଁ। ଅଛି ଯେଉଁଠି ମୋବାଇଲ ଫୋନ ସେବା ପାଇବାକୁ ଅନେକ ହଇରାଣ ହେବାକୁ ପଡ଼ୁଛି ଲୋକଙ୍କୁ। ଦାମୀ ଆଣ୍ଡ୍ରଏଡ୍‌ ସେଟ୍‌ ରଖିଥିଲେ ବି ଗଁ।ରେ ଆସୁନି ନେଟଓ୍ବର୍କ। ତେଣୁ କାହା ସହ କଥା ହେବାକୁ ହେଲେ ସେମାନଙ୍କୁ ଗଁାଠାରୁ ୫ କିମି ଦୂରକୁ ଯିବାକୁ ପଡ଼ୁଛି। ଏପରି କ୍ଷେତ୍ରରେ ବିକଳ୍ପ ସାଜିଛି ଗ୍ରାମର ବସନ୍ତ ରାଉତଙ୍କ ଫିଚର ଫୋନ। ତାଙ୍କ ଦୋକାନ ସମ୍ମୁଖ ବଉଳ ଗଛ ନିକଟରେ ଏକ ଘରୋଇ କମ୍ପାନୀର ନେଟଓ୍ବର୍କ କେବଳ ସେହି ଫୋନରେ ଆସୁଛି। କିନ୍ତୁ ସେଥିପାଇଁ ତାଙ୍କୁ ମୋବାଇଲ ଫୋନକୁ ଗଛରେ ଝୁଲାଇବାକୁ ପଡ଼ୁଛି। କେବଳ ଗଁ। ଲୋକେ ନୁହନ୍ତି, ପ୍ରଶାସନ ନିକଟରେ ମଧ୍ୟ ଏହି ଖବର ରହିଛି। ଜରୁରୀ ସମୟରେ ପ୍ରଶାସନ ବସନ୍ତଙ୍କ ସେହି ଫୋନ ମାଧ୍ୟମରେ ଗଁ। ଲୋକଙ୍କ ନିକଟକୁ ବାର୍ତ୍ତା ପଠାଉଥିବା ବେଳେ ଗ୍ରାମବାସୀ ବି ଆବଶ୍ୟକସ୍ଥଳେ ଲାଉଡସ୍ପିକର ଦେଇ ଅନ୍ୟ ସହ କଥା ହୋଇପାରୁଛନ୍ତି।
ସାତକୋଶିଆ ଆଭୟରଣ୍ୟ ମଧ୍ୟରେ ଥିବା ଏହି ଗଁ। ହେଲା କୋଠଭୂଇଁ ପଞ୍ଚାୟତର ଦଣ୍ଡାବାହାଳି ଗ୍ରାମ। ଏଠାରେ ୭୨ ପରିବାର ରହୁଥିବା ବେଳେ ପ୍ରାୟ ଲୋକଙ୍କ ନିକଟରେ ମୋବାଇଲ ରହିଛି। ହେଲେ ନେଟ୍‌ଓ୍ବର୍କ ନ ଥିବା ଯୋଗୁ ସେସବୁ ବେକାର। ଗଁାଠାରୁ ଦୂରକୁ ଗଲେ କାହା ସହ କଥାବାର୍ତ୍ତା କରିବା ସମ୍ଭବ ହେଉଛି। କିନ୍ତୁ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ, ଦମକଳ, ଥାନାକୁ ଯୋଗାଯୋଗ କରିବାକୁ ହେଲେ ସେମାନଙ୍କୁ ବସନ୍ତଙ୍କ ସହଯୋଗ ନେବାକୁ ପଡ଼ୁଛି। ଗଛରେ ବସନ୍ତ ଓହଳାଇଥିବା ଉକ୍ତ ଫିଚର ଫୋନରେ ଲାଉଡସ୍ପିକର ଦେଇ କଥାକରି ହେଉଛି। ଏ ସମ୍ପର୍କରେ ବସନ୍ତ କହିଛନ୍ତି, ଗଁା ଲୋକଙ୍କ ସୁବିଧା ପାଇଁ ତାଙ୍କୁ ଭୋର ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗଛରେ ମୋବାଇଲ ଫୋନ ଝୁଲାଇ ରଖିବାକୁ ପଡ଼ୁଛି। ଗଁାର କାହା ପାଇଁ କିଛି ଖବର ଥିଲେ ବାହାର ଲୋକେ ତାଙ୍କ ମୋବାଇଲକୁ ହିଁ ଯୋଗାଯୋଗ କରୁଛନ୍ତି। ଏପରି କି ପ୍ରଶାସନ ପକ୍ଷରୁ କୌଣସି ସୂଚନା ଆସିଲେ ସେ ତାହା ଗଁା ଲୋକଙ୍କୁ ଜଣାଇ ଦେଉଛନ୍ତି। କେହି ଚାହିଁଲେ ତାଙ୍କ ଫୋନରୁ ଅନ୍ୟ କାହା ସହ କଥା ମଧ୍ୟ ହୋଇପାରୁଛନ୍ତି। ଏହି ସାହାଯ୍ୟ ସହଯୋଗ ପାଇଁ ସେ କେବେ ଅର୍ଥ ନେଇନାହାନ୍ତି କି ଦାବି ମଧ୍ୟ କରିନାହାନ୍ତି। କିନ୍ତୁ ଫୋନ କରିବା ବେଳେ ଟିକେ ହଲଚଲ ହୋଇଗଲେ ନେଟଓ୍ବର୍କ ଚାଲିଯିବାର ଭୟ ଥିବାରୁ ଲାଉଡସ୍ପିକର ଦେଇ କଥା ହେବାକୁ ପଡ଼ୁଥିବା ବସନ୍ତ ପ୍ରକାଶ କରିଛନ୍ତି। ଆଶାକର୍ମୀ ଉପାସୀ ଦେହୁରୀ କହିଛନ୍ତି, ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ବସନ୍ତ ବାବୁଙ୍କ ନମ୍ବରରୁ ଖବର ପାଇବା ପରେ ତୁରନ୍ତ ୧୦୮ କି ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥାଏ। ସମସ୍ତଙ୍କ ପାଇଁ ସେହି ଗୋଟିଏ ଫୋନ ହିଁ ଭରସା। ଗଁାର ପ୍ରକାଶ ଚନ୍ଦ୍ର ପ୍ରଧାନ, ବିଜୟ ପ୍ରଧାନ, ତ୍ରିଲୋଚନ ପ୍ରଧାନ, କୈଳାଶ ପ୍ରଧାନ, ସଙ୍ଗୀତା ଜେନା କହିଛନ୍ତି, ବନ୍ଧୁ ଘର ହେଉ କି ଝିଅର ଶାଶୁ ଘର ଯୋଗାଯୋଗ ପାଇଁ ସମସ୍ତଙ୍କୁ ବସନ୍ତଙ୍କ ନମ୍ବର ହିଁ ଦିଆଯାଇଛି। ଫୋନ ଆସିବା ମାତ୍ରେ ସେ ଖବର ପଠାନ୍ତି। କିଛି ସମୟ ପରେ ସେହି ନମ୍ବରକୁ ଫୋନ କରି କଥା ହୋଇଥାଉ। ଯେତେ ଥର ଫୋନ କଲେ କି ଆସିଲେ ବସନ୍ତ ଖରାପ ଭାବନ୍ତି ନାହିଁ। ଏଥିପାଇଁ ସେ ପ୍ରଶଂସାର ପାତ୍ର ବୋଲି ଦଣ୍ଡାବାହାଳିବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri