Posted inଫୁରସତ

ଗୋଟିଏ ଦିନରେ ଜନ୍ମ ନେଇଥିଲେ ୫ ଭାଇଭଉଣୀ : ଏକାସାଙ୍ଗରେ ହେବେ ବାହା

ଗୋଟିଏ ଦିନରେ ଜନ୍ମ ନେଇଥିବା ୫ ଭାଇଭଉଣୀଙ୍କ ମଧ୍ୟରୁ ଏକାଦିନରେ ୪ ଭଉଣୀଙ୍କର ବିବାହ ସ୍ଥିର ହୋଇଥିବାବେଳେ ଭାଇଙ୍କ ବିବାହ ଏହି ଦିନରେ କରିବା ପାଇଁ କିଛିଦିନ ସମୟ ନେଇଛନ୍ତି ଭଉଣୀମାନେ। ଏପରି ଘଟଣା ଦେଖିବାକୁ ମିଳିଛି କେରଳରେ। ଚାରି ଭଉଣୀ ଉଥ୍‌ରାଜା, ଉଥାରା, ଉଥମା, ଉଥ୍‌ରା ଏବଂ ଭାଇ ଉଥ୍‌ରାଜନଙ୍କ ଜନ୍ମ ୧୯୯୫ ନଭେମ୍ବର ୧୮ରେ ହୋଇଥିଲା। ଆସନ୍ତା ୨୦୨୨ ଏପ୍ରିଲ ୨୬ରେ ଶ୍ରୀକୃଷ୍ଣ ମନ୍ଦିରରେ ବିବାହ ବନ୍ଧନରେ ୪ ଭଉଣୀ ଆବଦ୍ଧ ହେବେ। ଯେଉଁଦିନ ଏମାନେ ଜନ୍ମ ନେଇଥିଲେ ତାଙ୍କ ପିତା ଘରର ନାମ ‘ପଞ୍ଚ ରତ୍ନମ୍‌’ ରଖିଥିଲେ। ସମ୍ପର୍କୀୟ କୁହନ୍ତି, ୯ ବର୍ଷ ପର୍ଯ୍ୟନ୍ତ ୫ ପିଲାଙ୍କୁ ତାଙ୍କ ପିତା ଏକାପ୍ରକାର ସ୍କୁଲ ବ୍ୟାଗ୍‌, ଛତା, ଜୋତା ଏବଂ ଅନ୍ୟାନ୍ୟ ଜିନିଷ ଦେଇଆସୁଥିଲେ। ୨୦୦୪ ମସିହାରେ ମା’ ହୃଦ୍‌ପିଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ। ଏଥିରେ ବହୁ ଅର୍ଥ ଖର୍ଚ୍ଚ କରି ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଲା। ଏଥିରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଦେଲେ ପିତା। ମାଆ କୁହନ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ସେ ଅସହାୟା ହୋଇପଡ଼ିଥିଲେ। ତେଣୁ ପିଲାମାନଙ୍କ ପାଇଁ ବଞ୍ଚିବେ ବୋଲି ସଂଘର୍ଷ ଜାରି ରଖିଲେ। ନିଜେ କଷ୍ଟ କରି ପିଲାମାନଙ୍କୁ ପାଠ ପଢ଼ାଇଲେ। ଆଜି ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି। ୪ ଝିଅଙ୍କ ମଧ୍ୟରୁ ଜଣେ ଫେଶନ ଡିଜାଇନର, ଦୁଇଜଣ ଆନାସ୍ଥେସିଆ ଟେକ୍ନିସିଆନ୍‌ ଅନ୍ୟ ଜଣେ ଅନ୍‌ଲାଇନ୍‌ ଲେଖକ। ସେହିପରି ଭାଇ ସଫ୍ଟଓ୍ବେୟାର ଇଞ୍ଜିନିୟର। ଏବେ ୪ ଭଉଣୀଙ୍କର ବିବାହ ହେବ। ସେମାନେ କୁହନ୍ତି, ଆମେ ଗୋଟିଏ ଦିନରେ ଜନ୍ମ ହୋଇଥିଲୁ ଗୋଟିଏ ଦିନରେ ବିବାହ କରିବୁ ବୋଲି ଭାଇର କନ୍ୟାପତ୍ର ଠିକ୍‌ ହେବା ପର୍ଯ୍ୟନ୍ତ ୨୦୨୨କୁ ଅପେକ୍ଷା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri