ଗୋଚର ଜମିରୁ ମୋରମ ଚାଲାଣକୁ ବିରୋଧ

ବଡ଼ସାହି,୧୯ା୧୧(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଭୀମଦା ପଞ୍ଚାୟତ ଟିକାୟତପୁର ଗ୍ରାମରେ ଥିବା ଗୋଚର ଜମିରୁ ବେଆଇନ ମୋରମ ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ସେମାନେ କୁରାଢିଆ ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ା ୮୦ଟ୍ରାକ୍ଟରରୁ ଊର୍ଦ୍ଧ୍ୱ ମୋରମ ଚୋରାରେ ଚାଲାଣ କରି ରାସ୍ତାରେ ପକାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି ା ଗ୍ରାମର ଜନୈକ ବ୍ୟକ୍ତି ୧ଏକରରୁ ଊର୍ଦ୍ଧ୍ୱ ଗୋଚର ଜମିକୁ ଦୀର୍ଘଦିନ ଧରି ବାଡ଼ ଘେରି ଜବରଦଖଲ କରିଛନ୍ତି। ସେହି ଜମିରୁ ଟ୍ରାକ୍ଟର ଯୋଗେ ଦିନରାତି ମୋରମ ଉତ୍ତୋଳନ କରି ନିକଟସ୍ଥ ଦୁର୍ଗାଦେବୀ ରାସ୍ତାରେ ବିଛାଯାଉଛି ା ଏପରିକି ସେହି ଜମିରେ ବଡ଼ ବଡ଼ ଖାଲ କରି ଦେଉଥିବାରୁ ଜନସାଧାରଣ ଓ ଗୃହପାଳିତ ପଶୁମାନେ ବିଭିନ୍ନ ଦୁର୍ଘଟଣାର ଶିକାର ହେଉଛନ୍ତି ା ରାଜସ୍ବ ବିଭାଗ ପକ୍ଷରୁ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ୱାର୍ଡସଭ୍ୟ ବଳରାମ ମହାଳିକ, ସୁକଦେବ ସିଂ,ବଂଶୀଧର ମାହାର୍ଣ୍ଣା ପ୍ରମୁଖ ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri