ଗୃହିଣୀମାନଙ୍କର ସ୍ବାସ୍ଥ୍ୟ

ଗୃହିଣୀଟିର ଅକ୍ଳାନ୍ତ ପରିଶ୍ରମ, ଅବର୍ଣ୍ଣନୀୟ ଦୂରଦର୍ଶିତା, ଅକଳ୍ପନୀୟ ସ୍ବାର୍ଥ ତ୍ୟାଗ ତଥା ଅତୁଳନୀୟ ପାରଦର୍ଶିତା ହିଁ ଗୋଟିଏ ପରିବାରକୁ ସରସ ସୁନ୍ଦର କରିତୋଳେ, ତେଣୁ ଗୃହିଣୀଟିକୁ ସମ୍ମାନ ଦେବା ସହ ତା’ର ସ୍ବାସ୍ଥ୍ୟର ଯନତ୍ ନେବା ସାରା ପରିବାରର କର୍ତ୍ତବ୍ୟ…
ଗୃହିଣୀ ଅର୍ଥ ହେଉଛି ଗୃହର କର୍ତ୍ତୀ ବା ଯିଏ ଗୃହକୁ ଚଳାଇଥାଏ। ସେ ସମଗ୍ର ପରିବାର ପାଇଁ ନିଃସ୍ବାର୍ଥପର ଭାବରେ ସେବା କରିଥାଏ ଏବଂ ତା’ର ଜୀବନ ସମସ୍ତଙ୍କର ସୁଖ ପାଇଁ ଉତ୍ସର୍ଗୀକୃତ କରିଦେଇଥାଏ। ତା’ର ସ୍ନେହ ଓ ମମତାରେ ସେ ସାରା ପରିବାରକୁ ସଂପର୍କର ଏକ ରେଶମୀ ସୂତାରେ ବାନ୍ଧି ଦେଇଥାଏ। ତେବେ ଘରର ଯାବତୀୟ କାମ ଭିତରେ ସେମାନେ ନିଜର ଦେହ କଥା ଭୁଲିଯାଆନ୍ତି। ସମସ୍ତଙ୍କର ସ୍ବାସ୍ଥ୍ୟ କଥା ବୁଝୁବୁଝୁ ନିଜ ସ୍ବାସ୍ଥ୍ୟକୁ ଅବହେଳା କରିବସନ୍ତି ବା କୌଣସି ରୋଗର ଲକ୍ଷଣ ଦେଖାଦେଲେ କାହାକୁ କହି ନ ଥାନ୍ତି, ଫଳରେ ଠିକ୍‌ ସମୟରେ ଚିକିତ୍ସା ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି।
ଗୃହିଣୀମାନଙ୍କ ସ୍ବାସ୍ଥ୍ୟ ସମସ୍ୟା :
– ପ୍ରଥମେ ଖାଦ୍ୟ ଓ ନ୍ୟୁଟ୍ରିଶନ୍‌ ବିଷୟ ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ଗୃହିଣୀଟିଏ ପରିବାରର ସମସ୍ତଙ୍କୁ ଖାଇବାକୁ ଦେବାପରେ ସବାଶେଷରେ ଖାଏ ଓ ସବୁଠାରୁ କମ୍‌ ଖାଏ। ତେଣୁ ସେ ରକ୍ତହୀନତା ଓ ପୁଷ୍ଟିହୀନତା ଭଳି ଜଟିଳତା ଭୋଗିଥାଏ ଏବଂ ଏଥିପାଇଁ ଦୁର୍ବଳ ଲାଗିବା, ଧଇଁସଇଁ ହୋଇଯିବା ସହ ବେଳେ ବେଳେ ହାର୍ଟ ଫେଲ୍ୟୁୟର ମଧ୍ୟ ହୋଇଥାଏ।
– ଏବେବି ଅନେକ ଗୃହିଣୀ ଅଳ୍ପ ବୟସରେ ବିବାହ କରୁଛନ୍ତି। ଫଳରେ ସେମାନଙ୍କ ମଧ୍ୟରୁ ଅନେକେ ଅଳ୍ପବୟସରେ ଗର୍ଭଧାରଣ କରୁଛନ୍ତି। ହେଲେ ଏହାଦ୍ୱାରା ସେମାନେ ଅନେକ ଗୁଡ଼ିଏ ଜଟିଳତାର ଶିକାର ହୋଇଥାନ୍ତି। ଯଥା: ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ବାରମ୍ବାର ଗର୍ଭନଷ୍ଟ, ଅପରିଣତ ପ୍ରସବ, ପ୍ରସବ ସମୟରେ ଅସୁବିଧା, ସିଜରିଆନ ସେକସନ୍‌, ପ୍ରସବ ପରେ ଜଟିଳତା ଆଦି। ତେଣୁ ଏ କ୍ଷେତ୍ରରେ ଗୃହିଣୀଙ୍କୁ ନିଜେ ସଚେତନ ହେବା ସହ ଅବହେଳା ନ କରି ଠିକ୍‌ ସମୟରେ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ କଲେ ବିଭିନ୍ନ ଜଟିଳତାରୁ ରକ୍ଷା ମିଳିଥାଏ।
– ଆହୁରି କେତେକ ଗୃହିଣୀ ଅଛନ୍ତି, ଯେଉଁମାନେ ସାରା ପରିବାରର କାମ କରିବା ସହ ଭାରି ଜିନିଷ ଉଠାଇଥାନ୍ତି ଓ ବିଶେଷ ପରିଶ୍ରମ କରିଥାନ୍ତି, ଫଳରେ ଜରାୟୁ ତଳକୁ ଖସିଆସେ (ପ୍ରୋଲାପ୍‌ସ ଅଫ୍‌ ୟୁଟେରସ୍‌)। ଏଥିରେ ବାରମ୍ବାର ସଂକ୍ରମଣ ହୋଇ ଧଳା ସ୍ରାବ ହୁଏ। ନିଜର ଯନତ୍ ନ ନେଇପାରି ଗୃହିଣୀଟିଏ ରୁଗ୍‌ଣ ହୋଇଥାଏ। ଅନ୍ୟର ସ୍ବାସ୍ଥ୍ୟ କଥା ବୁଝୁବୁଝୁ ନିଜେ ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇଯାଏ, ଯେପରିକି ସାଦାସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ରାବ ଏବଂ ରକ୍ତ ମିଶା ସ୍ରାବକୁ ଅଣଦେଖା କରି ଜରାୟୁ ମୁଖ କର୍କଟ ରୋଗ ଓ ଜରାୟୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଏ।
– କେବଳ ଏତିକି ନୁହେଁ ଅନେକ ଗୃହିଣୀଙ୍କଠାରେ ଅଜ୍ଞତା ଓ ସଚେତନତାର ଅଭାବ ଯୋଗୁ ସ୍ତନକର୍କଟ ରୋଗ ବି ଦେଖାଯାଏ। ନିଜର ଅବହେଳା ଯୋଗୁ ଅନେକ ଗୃହିଣୀ ନିଜର ସ୍ତନ ପରୀକ୍ଷା ନିଜେ କରିପାରନ୍ତି ନାହିଁ, ଫଳରେ ରୋଗ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥାଏ। ଏପରି ନ ହେବା ଲାଗି ପ୍ରତିମାସରେ ଗୃହିଣୀଟିଏ ନିଜ ହାତରେ ନିଜ ସ୍ତନ ପରୀକ୍ଷା କରି ଅର୍ବୁଦ ଥିଲେ ଡାକ୍ତରଙ୍କର ପରାମର୍ଶ କରିବା ସହ ପ୍ରାଥମିକ ଅବସ୍ଥାରୁ ରୋଗ ଚିହ୍ନଟ ଓ ଚିକିତ୍ସା କରାଇବା ଜରୁରୀ।
– ବେଳେ ବେଳେ ଗୃହିଣୀମାନେ ମାନସିକ ଅବସନ୍ନତାର ଶିକାର ହୁଅନ୍ତି। ନିଜେ ଉପାର୍ଜନକ୍ଷମ ହୋଇପାରି ନ ଥିବାରୁ ବା କର୍ମଜୀବୀ ମହିଳା କେବଳ ‘ମିଅର ହାଉସ୍‌ ୱାଇଫ’ କହିବା ବେଳେ ସେମାନେ ବିଷାଦଗ୍ରସ୍ତ ହୋଇଯାଆନ୍ତି। ସେମାନେ ହୀନମନ୍ୟତା ଭୋଗନ୍ତି ଏବଂ ସେମାନେ ଭାବନ୍ତି ଯେ, ଘରେ ସମସ୍ତେ ତାଙ୍କୁ ଅବହେଳା କରୁଛନ୍ତି। ବିଶେଷ ଭାବରେ ସେମାନେ ମାନସିକ ବିଷର୍ଣ୍ଣତା ବା ଅବସାଦର ଶିକାର ହୋଇଥାନ୍ତି।
– ଆଉ ଗୋଟିଏ ଦିଗକୁ ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ଅନେକ ଗୃହିଣୀ ଅଛନ୍ତି ଯେଉଁମାନେ କୌଣସି ଖାଦ୍ୟ ନଷ୍ଟ କରିବାକୁ ଚାହାନ୍ତି ନାହିଁ, ତେଣୁ ଘରର ଯେ କୌଣସି ସଦସ୍ୟ ଖାଇବାପରେ କିଛି ଖାଦ୍ୟ ବଳିଗଲେ ବା’ ଛାଡ଼ିଦେଲେ ସେମାନେ ନଷ୍ଟ ନ କରି ଖାଇ ଦିଅନ୍ତି, ଫଳରେ କ୍ୟାଲୋରୀ ଇନ୍‌ଟେକ୍‌ ବହୁତ ବଢ଼ିଯାଏ। ଘରକାମ କରୁ କରୁ ଜଣଜଣଙ୍କର ଅନବରତ ପାଟି ଚାଲିଥାଏ, ତେଣୁ ଫାଷ୍ଟଫୁଡ, ଚେନାଚୁର୍‌ ଆଦି ଖାଇ ସେମାନେ ଅତ୍ୟଧିକ ମୋଟା ହୋଇଯାନ୍ତି। ସେମାନଙ୍କୁ ମେଦହ୍ରାସ କରିବା ଲାଗି କିଛି ବ୍ୟାୟାମ୍‌ ଯଥା: ଚାଲିବା, ସାଇକେଲ ଚଳାଇବା, ସ୍କିପିଂ ବା ଦଉଡ଼ି ଡ଼ିଆଁ, ଜଗିଙ୍ଗ ବା ଟ୍ରେଡ୍‌ ମିଲ୍‌ରେ ଚାଲିବା ଆଦି କରିବା ଆବଶ୍ୟକ।
ନିଜର ସବୁଠାରୁ ମୂଲ୍ୟବାନ ସମୟକୁ ଜଳାଞ୍ଜଳି ଦେବାଠୁଁ ଭଳିଆ ଆଉ କିଛି ସ୍ବାର୍ଥ ତ୍ୟାଗ ଏ ଦୁନିଆରେ ନାହିଁ, ଯାହା ଗୃହିଣୀ ଟିଏ ତା’ର ପରିବାରକୁ ଦାନ ସୂତ୍ରରେ ଦେଇଥାଏ। ତେଣୁ ଗୃହିଣୀଙ୍କୁ କେବେ ହେୟ ମନେ ନ କରି ତା’ର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟର ଯନତ୍ ନେବା ଆବଶ୍ୟକ। ଗୋଟିଏ ଗୃହକର୍ତ୍ତାଙ୍କ ସଫଳ କର୍ମମୟ ଜୀବନ ପଛରେ ଗୋଟିଏ ଗୃହିଣୀର ଦାୟିତ୍ୱଶୀଳତା ଥାଏ। ଗୃହିଣୀଟିର ଅକ୍ଳାନ୍ତ ପରିଶ୍ରମ, ଅବର୍ଣ୍ଣନୀୟ ଦୂରଦର୍ଶିତା, ଅକଳ୍ପନୀୟ ସ୍ବାର୍ଥ ତ୍ୟାଗ ତଥା ଅତୁଳନୀୟ ପାରଦର୍ଶିତା ହିଁ ଗୋଟିଏ ପରିବାରକୁ ସରସ ସୁନ୍ଦର କରିତୋଳେ। ତେଣୁ ଗୃହିଣୀଟିକୁ ସମ୍ମାନ ଦେବା ସହ ତା’ର ସ୍ବାସ୍ଥ୍ୟର ଯନତ୍ ନେବା ସାରା ପରିବାରର କର୍ତ୍ତବ୍ୟ।

ଡା. ସରୋଜିନୀ ଷଡ଼ଙ୍ଗୀ
-ଲିଙ୍କରୋଡ୍‌, କଟକ
୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri