ଗୃହଦାହ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ତିହିଡି, ୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ମନ୍ଦାରମାଳ  ଥାନା ଅନ୍ତର୍ଗତ ତିହିଡ଼ି ଗ୍ରାମର ପଦୁ ସାମଲ ଓ ଜଗବନ୍ଧୁ ମସାଲଙ୍କ ଘର ସୋମବାର ରାତିରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି। ଗ୍ରାମର ମନସୀ ସାମଲ ନାମ୍ନୀ ଜଣେ ମହିଳା ଏହି ଗୃହଦାହରେ ସମ୍ପୃକ୍ତ ଥିବା ସନ୍ଦେହ କରି ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପଦୁ ସାମଲଙ୍କ ଅଭିଯୋଗ କ୍ରମେ ତିହିଡ଼ି ଥାନାରେ ଏକ ମାମଲା (ନଂ.୨୯୯/୧୯) ଏବଂ ମାନସୀଙ୍କ ଅଭିଯୋଗ କ୍ରମେ ଅନ୍ୟ ଏକ ମାମଲା(ନଂ.୩୦୦/୧୯) ରୁଜୁ ହୋଇଛି।

ଉଲ୍ଲେଖନୀୟ ଯେ, କିଛିଦିନ ପୂର୍ବେ ମାନସୀଙ୍କର ଏକ ଦୋକାନ ଘର ପୋଡ଼ିଯାଇଥିଲା। ସେତେବେଳେ ମାନସୀ ଥାନାରେ ପଦୁ ଓ ଜଗବନ୍ଧୁଙ୍କ ବିରୋଧରେ ଗୃହଦାହ ଅଭିଯୋଗ କରିଥିଲେ।