ଗୁମୁଡୁମାହା ଗୁଳିକାଣ୍ଡ: ଦୋଷୀ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି; ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମିଳୁନି କ୍ଷତିପୂରଣ

ଭୁବନେଶ୍ୱର,୨୨ା୧୦:(ବ୍ୟୁରୋ) କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତ ବ୍ୟକ୍ତିଙ୍କ ପରିବାର ଓ ଆହତଙ୍କୁ ଏଯାଏ ମିଳିନି ନ୍ୟାୟ। ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇନାହିଁ। ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଉଛି ପ୍ରଶାସନ। ଶେଷରେ ନ୍ୟାୟ ପାଇଁ ମୃତକଙ୍କ ପରିବାର ପୁଣି ସୋମବାର ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ କମିଶନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ପୋଲିସ ଗୁଳିରେ ଦେଢ଼ ବର୍ଷର ପୁଅ ଓ ସ୍ତ୍ରୀକୁ ହରାଇ ନିଜେ ଗୁରୁତର ଆହତ ହୋଇଥିବା ଲୁଟ୍‌ ଦିଗଲଙ୍କ ସମେତ ବବି ମଳିକ, ବନମାଳୀ ମଳିକ, ଡୁଲାର ଦିଗଲ, ରୀନା ରାଣୀ ଓ ଅନ୍ୟ କେତେଜଣ ମିଳିତ ଭାବେ କମିଶନଙ୍କୁ ଭେଟିଥିଲେ। କୋଳରେ ଛୋଟ ଶିଶୁକୁ ଧରି ଆସିଥିବା ରୀନା କହିଛନ୍ତି, ପୋଲିସ ଗୁଳିଲେ ମୋ ମା’ ଆରପାରିକୁ ଚାଲିଗଲେ। ପରେ ବାପା ବି ଆଖି ବୁଝିଲେ। କେମିତି ଚଳିବୁ ବୋଲି କହି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଗତ ୧୨ ତାରିଖରେ ସେମାନେ ଏହି ଘଟଣା ବିଷୟରେ କମିଶନଙ୍କୁ ଜଣାଇବା ପାଇଁ ଆସିଥିଲେ। କିନ୍ତୁ କାର୍ଯ୍ୟାଳୟ ଛୁଟି ଥିବାରୁ ସେମାନେ ଫେରିଯାଇଥିଲେ। ଗୁଳିକାଣ୍ଡ ଘଟଣାରେ ଦୋଷୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଓ ଆହତଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ସ୍ଥାୟୀ ନିୟୁକ୍ତି, ଗ୍ରାମକୁ ପକ୍କା ରାସ୍ତା, ବିଜୁଳି, ପାଣି, ସ୍ବାସ୍ଥ୍ୟକେନ୍ଦ୍ର, ମୋବାଇଲ୍‌ ଟାଓ୍ବାର ଆଦି ବ୍ୟବସ୍ଥା କରିବା ପାଇଁ ସେମାନେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୮ ଅଗଷ୍ଟ ୨୪ରେ ମୃତକଙ୍କ ପରିବାରକୁ ଦୁଇମାସ ମଧ୍ୟରେ ଅଧିକ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ଯେଉଁ ଆଦେଶ ଦେଇଥିଲେ ସରକାର ତାହା କାର୍ଯ୍ୟକାରୀ କରି ନ ଥିବା ନେଇ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନଙ୍କ ସହ ଆସିଥିବା ଦୁଇ ମାନବାଧିକାରୀ କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ନରେନ୍ଦ୍ର ମହାନ୍ତି ମଧ୍ୟ ଆଉଏକ ପୃଥକ୍‌ ଅଭିଯୋଗ ଦାଖଲ କରିଛନ୍ତି। ପ୍ରତ୍ୟେକ ପରିବାରଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜମି ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି।
୨୦୧୬ ଜୁଲାଇ ୮ରେ ଏକ ଅଟୋରେ ଗ୍ରାମର କେତେଜଣ ଲୋକ ଯାଉଥିବାବେଳେ କାଦୁଅ ରାସ୍ତାରେ ଫସି ଯାଇଥିଲେ। ସେମାନେ ଅଟୋକୁ କାଦୁଅରୁ ବାହାର କରିବା ପାଇଁ ପଛରୁ ଠେଲୁଥିବାବେଳେ ପୋଲିସ ମାଓବାଦୀ ସନ୍ଦେହ କରି ଆଖିବୁଜା ଗୁଳି ଚଳାଇବାରୁ ୫ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟିଥିଲା ଓ ୮ଜଣ ଗୁରୁତର ଆହତ ହୋଇଥିଲେ। କନ୍ଧମାଳ ଜିଲା ଜଜ୍‌ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଦୋଷୀ ପୋଲିସକୁ ଘଣ୍ଟଘୋଡ଼ାଇବା ପାଇଁ ପରବର୍ତ୍ତୀ ସମୟରେ ରିପୋର୍ଟକୁ ଚାପି ଦିଆଯାଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…

କରଡ଼ା ଘାଟିରେ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ୫୦ ଫୁଟ ଗାତକୁ ଖସିଲା ଟ୍ରକ

ରାଇକିଆ,୧୯।୨(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ଘାଟିର ୫୦ ଫୁଟ ଘାଟି ତଳକୁ ଖସିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri