ଗୁମୁଡୁମାହା ଗୁଳିକାଣ୍ଡ: ଦୋଷୀ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି; ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମିଳୁନି କ୍ଷତିପୂରଣ

ଭୁବନେଶ୍ୱର,୨୨ା୧୦:(ବ୍ୟୁରୋ) କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତ ବ୍ୟକ୍ତିଙ୍କ ପରିବାର ଓ ଆହତଙ୍କୁ ଏଯାଏ ମିଳିନି ନ୍ୟାୟ। ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇନାହିଁ। ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଉଛି ପ୍ରଶାସନ। ଶେଷରେ ନ୍ୟାୟ ପାଇଁ ମୃତକଙ୍କ ପରିବାର ପୁଣି ସୋମବାର ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ କମିଶନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ପୋଲିସ ଗୁଳିରେ ଦେଢ଼ ବର୍ଷର ପୁଅ ଓ ସ୍ତ୍ରୀକୁ ହରାଇ ନିଜେ ଗୁରୁତର ଆହତ ହୋଇଥିବା ଲୁଟ୍‌ ଦିଗଲଙ୍କ ସମେତ ବବି ମଳିକ, ବନମାଳୀ ମଳିକ, ଡୁଲାର ଦିଗଲ, ରୀନା ରାଣୀ ଓ ଅନ୍ୟ କେତେଜଣ ମିଳିତ ଭାବେ କମିଶନଙ୍କୁ ଭେଟିଥିଲେ। କୋଳରେ ଛୋଟ ଶିଶୁକୁ ଧରି ଆସିଥିବା ରୀନା କହିଛନ୍ତି, ପୋଲିସ ଗୁଳିଲେ ମୋ ମା’ ଆରପାରିକୁ ଚାଲିଗଲେ। ପରେ ବାପା ବି ଆଖି ବୁଝିଲେ। କେମିତି ଚଳିବୁ ବୋଲି କହି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଗତ ୧୨ ତାରିଖରେ ସେମାନେ ଏହି ଘଟଣା ବିଷୟରେ କମିଶନଙ୍କୁ ଜଣାଇବା ପାଇଁ ଆସିଥିଲେ। କିନ୍ତୁ କାର୍ଯ୍ୟାଳୟ ଛୁଟି ଥିବାରୁ ସେମାନେ ଫେରିଯାଇଥିଲେ। ଗୁଳିକାଣ୍ଡ ଘଟଣାରେ ଦୋଷୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଓ ଆହତଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ସ୍ଥାୟୀ ନିୟୁକ୍ତି, ଗ୍ରାମକୁ ପକ୍କା ରାସ୍ତା, ବିଜୁଳି, ପାଣି, ସ୍ବାସ୍ଥ୍ୟକେନ୍ଦ୍ର, ମୋବାଇଲ୍‌ ଟାଓ୍ବାର ଆଦି ବ୍ୟବସ୍ଥା କରିବା ପାଇଁ ସେମାନେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୮ ଅଗଷ୍ଟ ୨୪ରେ ମୃତକଙ୍କ ପରିବାରକୁ ଦୁଇମାସ ମଧ୍ୟରେ ଅଧିକ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କମିଶନ ଯେଉଁ ଆଦେଶ ଦେଇଥିଲେ ସରକାର ତାହା କାର୍ଯ୍ୟକାରୀ କରି ନ ଥିବା ନେଇ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନଙ୍କ ସହ ଆସିଥିବା ଦୁଇ ମାନବାଧିକାରୀ କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ନରେନ୍ଦ୍ର ମହାନ୍ତି ମଧ୍ୟ ଆଉଏକ ପୃଥକ୍‌ ଅଭିଯୋଗ ଦାଖଲ କରିଛନ୍ତି। ପ୍ରତ୍ୟେକ ପରିବାରଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜମି ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି।
୨୦୧୬ ଜୁଲାଇ ୮ରେ ଏକ ଅଟୋରେ ଗ୍ରାମର କେତେଜଣ ଲୋକ ଯାଉଥିବାବେଳେ କାଦୁଅ ରାସ୍ତାରେ ଫସି ଯାଇଥିଲେ। ସେମାନେ ଅଟୋକୁ କାଦୁଅରୁ ବାହାର କରିବା ପାଇଁ ପଛରୁ ଠେଲୁଥିବାବେଳେ ପୋଲିସ ମାଓବାଦୀ ସନ୍ଦେହ କରି ଆଖିବୁଜା ଗୁଳି ଚଳାଇବାରୁ ୫ଜଣ ନିରୀହ ଆଦିବାସୀଙ୍କ ମୃତ୍ୟୁ ଘଟିଥିଲା ଓ ୮ଜଣ ଗୁରୁତର ଆହତ ହୋଇଥିଲେ। କନ୍ଧମାଳ ଜିଲା ଜଜ୍‌ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଦୋଷୀ ପୋଲିସକୁ ଘଣ୍ଟଘୋଡ଼ାଇବା ପାଇଁ ପରବର୍ତ୍ତୀ ସମୟରେ ରିପୋର୍ଟକୁ ଚାପି ଦିଆଯାଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri