ଗୁଣି ସନ୍ଦେହରେ ଗଡୁଛି ନିରୀହ ଜୀବନ: ୧୫ ମୃତ, ୨୩ ଗୁରୁତର ଆହତ

କେନ୍ଦୁଝର, ୨୫ା୮ (ସ୍ବ.ପ୍ର.)-ରାଜ୍ୟରେ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରେ ହତ୍ୟା ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହିତ କଡ଼ା ଆଇନ ପ୍ରଣୟନ କରିଛନ୍ତି। ଏହା ସତ୍ତ୍ୱେ ନିରୀହ ଲୋକଙ୍କ ଉପରେ ଗୁଣିଗାରେଡି ସନ୍ଦେହରେ ଆକ୍ରମଣ ଓ ହତ୍ୟା ରୋକାଯାଇ ପାରୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ା ଗୁଣିଗାରେଡି ସନ୍ଦେହରେ ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ ଗ୍ରାମରେ ଦୁଇ ଜଣ ନିରୀହ ଆଦିବାସୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇ କୋର୍ଟ ଚାଲାଣ ହେଲେ। କିନ୍ତୁ ସରଳ ଦୁଇ ଆଦିବାସୀ ସବୁଦିନ ପାଇଁ ଆଖିବୁଜିଲେ। ଏଣୁ ଏଭଳି ଘୃଣ୍ୟ ଅପରାଧକୁ ରୋକିବା ସହ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଧିକ ଜନସଚେତନ ସୃଷ୍ଟି କରିବା ସହ ଆଇନକୁ ଅଧିକ କଡ଼ାକଡ଼ିି କରିବା ଓ ଏହାର ଅଧିକ ପ୍ରଚାର ଓ ପ୍ରସାର କରିବାକୁ ଦାବି ହେଉଛି।
ପୋଲିସ ବିଭାଗ ତଥ୍ୟ ଅନୁଯାୟୀ କେନ୍ଦୁଝର ଜିଲାରେ ୨୦୧୯ରେ ସମୁଦାୟ ୮ଟି ଗୁଣିଗାରେଡି ଘଟଣା ଘଟିଥିବା ବେଳେ ଅଦ୍ୟାବଧି ୨ ଜଣଙ୍କ ମୃତ୍ୟୁ ଘଟିଛି ା ୨୦୧୮ରେ ୧୩ ଟି ଘଟଣା ଘଟିଥିବା ବେଳେ ୬ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ୨୦୧୭ ରେ ସମୁଦାୟ ୮ ଟି ଗୁଣିଗାରେଡି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଥିଲେ ା ଗୁଣିଗାରେଡି ରୋକିବା ଏବଂ ଏହା ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସ୍ମୃତିରେ କେନ୍ଦୁଝର ଏସପି ଅଫିସ ପରିସରରେ ଏକ ମେମୋରିଆଲକୁ ପୂର୍ବତନ ଡିଜି ଗତ ମାର୍ଚ୍ଚ ମାସରେ ଉନ୍ମୋଚନ କରିଥିଲେ ଏବଂ ଶିକାର ହୋଇଥିବା ଲୋକଙ୍କୁ ଡାକି ସମ୍ବେଦନା ଜ୍ଞାପନ କରାଯାଇଥିଲା। ଏହା ସତ୍ତ୍ୱେ ଏହି ହୀନ ଘଟଣା ରୋକାଯାଇପାରୁନାହିଁ ା
ଗତ ତିନି ବର୍ଷରେ ୨୯ଟି ଗୁଣିଗାରେଡି ଘଟଣାରେ ସମୁଦାୟ ୧୫ ଜଣ ନିରୀହ ଲୋକ ପ୍ରାଣ ହରାଇଥିବା ବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ପରବର୍ତ୍ତୀ ବର୍ଷରେ ଗୁଣିଗାରେଡିଜନିତ ଘଟଣା ଓ ମୃତାହତ ସଂଖ୍ୟା କମିଛି। ସଚେତନତା କରାଯାଉଥିବାରୁ ଏହି ସଂଖ୍ୟା କମୁଛି ବୋଲି ଡିଏସପି କ୍ରାଇମ ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ରୋକାଯାଇପାରୁ ନ ଥିବାରୁ ଏହାକୁ ନେଇ ସାମାଜିକ କର୍ମୀମାନେ ଚିନ୍ତା ପ୍ରକଟ କରୁଛନ୍ତି। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଗୁଣିଗାରେଡି ଜନିତ ହତ୍ୟାକାଣ୍ଡର ପ୍ରମୁଖ କାରଣ ବୋଲି ମତ ପ୍ରକାଶ ପାଉଛି ା ବିଶେଷ କରି ଗ୍ରାମାଞ୍ଚଳ ତଥା ଦୁର୍ଗମ ଆଦିବାସୀ ଅଞ୍ଚଳରେ କେହି ଜ୍ୱର ବା ରୋଗରେ ପଡିଲେ ସାଧାରଣତଃ ଲୋକମାନେ ଆଧୁନିକ ଚିକିତ୍ସା ସେବା ନ ପାଇ ବା ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାକୁ ଭରସା କରି ଜଡିବୁଟି ଚିକିତ୍ସା କରିଥାନ୍ତି। ତେବେ ଭଲ ନ ହେଲେ ଗୁଣିଆ ଲାଗିଥିବା ବା ଡାହାଣୀ କ୍ଷତି କରିଥିବା ସନ୍ଦେହ କରି ଗୁଣିଆ ଦେଖାଇଥାନ୍ତି। ଯେତେବେଳେ ରୋଗୀ ଗୁରୁତର ହୋଇଯାଏ ଓ ବିଳମ୍ବରେ ଡାକ୍ତରଖାନା ପହଞ୍ଚେ ସେତେବେଳେ ମୃତ୍ୟୁମୁଖରେ ପଡିଥାଏ ା ଅନେକ ସମୟରେ ଡାହାଣୀ ଲାଗିବା ଯୋଗୁ ବା ପୂଜାପାଠ କରି କ୍ଷତି କରିଥିବା ସନ୍ଦେହ କରି ସନ୍ଦେହର କେନ୍ଦ୍ର ବିନ୍ଦୁ ପାଲଟିଥିବା ମହିଳା/ପୁରୁଷଙ୍କୁ ଆକ୍ରମଣ କରି ହତ୍ୟା କରିଥାନ୍ତି। ଏଣୁ ସନ୍ଦେହର କୌଣସି ସୀମା ନାହିଁ। ଫଳରେ ନିରୀହ ଲୋକମାନେ ଏହାର ଶିକାର ହୋଇ ମୃତ୍ୟୁବରଣ କରୁଥିବାରୁ ଏନେଇ ଲୋକଙ୍କୁ ଶିକ୍ଷିତ କରିବା ସହ ସହଜରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା, ପୂର୍ବରୁ ଖବର ରଖି ସଚେତନ କରିବା ଭଳି ପଦକ୍ଷେପ ନେବା ଆବଶ୍ୟକ ବୋଲି ପୂର୍ବତନ କେନ୍ଦ୍ର ସରକାରଙ୍କ କ୍ଷେତ୍ର ପ୍ରଚାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର ମତବ୍ୟକ୍ତ କରିଛନ୍ତି।
ଫଟୋ-
ନ୍ଦେୁଝର ଠାରେ ଥିବା ସ୍ମୃତି ପୀଠ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?