ଗୁଣାତ୍ମକ ଶିକ୍ଷାଦାନରେ ଗବେଷଣା ହେଉଛି ମେରୁଦଣ୍ଡ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଏସିଆନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌) ପକ୍ଷରୁ ତ୍ରୟଦିବସୀୟ ଫାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବିପିୟୁଟି ଡିନ୍‌(ମ୍ୟାନେଜମେଣ୍ଟ) ପ୍ରଫେସର ଶକ୍ତି ରଞ୍ଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ବିଜ୍ଞାନର ଗବେଷଣା କ୍ଷେତ୍ରରେ ସଫ୍ଟଓ୍ବେର୍‌ ପ୍ୟାକେଜ୍‌ର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହିଭଳି ଏକ ଉପାଦେୟ ତଥା ଗୁରୁତ୍ୱପୂର୍ଣ୍ଣ ସଫ୍ଟଓ୍ବେର୍‌ ପ୍ୟାକେଜ୍‌ର କର୍ମଶାଳା ସଙ୍ଗଠିତ କରାଇବାରେ ଏଏସ୍‌ବିଏମ୍‌ର ବଳିଷ୍ଠ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ସଭାପତିତ୍ୱ କରି ଏଏସ୍‌ବିଏମ୍‌ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଫେସର ବିଶ୍ୱଜିତ୍‌ ପଟ୍ଟନାୟକ ଗବେଷଣା କ୍ଷେତ୍ରରେ ଗବେଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତି କ୍ଷଣରେ ନାନାଦି ଆହ୍ବାନକୁ ସମ୍ମୁଖୀନ ହେଉଥିବାର ତଥ୍ୟ ମଧ୍ୟ ପ୍ରଦାନ କରିଥିଲେ। ଏହାସହିତ ତାହାର ସରଳ ସମାଧାନର ମାର୍ଗଦର୍ଶନ କରାଇଥିଲେ। ଗୁଣାତ୍ମକ ଏବଂ ଫଳପ୍ରଦ ଶିକ୍ଷାଦାନ କ୍ଷେତ୍ରରେ ଗବେଷଣା ମେରୁଦଣ୍ଡ ସ୍ବରୂପ ବୋଲି ବର୍ଣ୍ଣନା କରିବା ସହ ଉନ୍ନତ ଗବେଷଣା ଶିକ୍ଷାୟତନରେ ପ୍ରୟୋଗାତ୍ମକ ଶିକ୍ଷାଦାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଥାଏ ବୋଲି ମତ ରଖିଥିଲେ। କର୍ମଶାଳାର ଉଦ୍‌ଯାପନୀ ଉତ୍ସବରେ ସୁପ୍ରିମକୋର୍ଟର ବରିଷ୍ଠ ଆଡ୍‌ଭୋକେଟ ଡ. ସୁଶାନ୍ତ କୁମାର କାନୁନ୍‌ଗୋ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ ନିଜ ଗବେଷଣା ଜୀବନର ବହୁବିଧ ଚିତ୍ରକୁ ବର୍ଣ୍ଣନା କରିବା ସହ ଅଂଶଗ୍ରହଣକାରୀଙ୍କୁ ଅଧିକରୁ ଅଧିକ ଗବେଷଣା କ୍ଷେତ୍ରରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ସମସ୍ତଙ୍କୁ ସ୍ବୀକୃତି ପତ୍ର ପ୍ରଦାନ କରିଥିଲେ। କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ଅଧ୍ୟାପିକା, ଅଧ୍ୟାପକ ଓ ଗବେଷକ ଯୋଗଦେଇଥିଲେ। ସଂଯୋଜକ ପ୍ରଫେସର ପଦ୍ମନାଭ ମହାପାତ୍ର ଓ ସହ-ସଂଯୋଜକ ପ୍ରଫେସର ପ୍ରକାଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri