ଗୁଜୁରାଣରେ ବାଧକ ସ୍ବଳ୍ପ ବେତନ : ଦୁର୍ଦ୍ଦିନରେ ଡ୍ୟାନ୍ସିଂ ହୋମ୍‌ଗାର୍ଡ ପ୍ରତାପ

ଭୁବନେଶ୍ୱର,୨୩।୯ : ହସ ହସ ମୁହଁରେ ଟ୍ରାଫିକ୍‌ ପୋଷ୍ଟରେ ଦିଅନ୍ତି ସିଗ୍‌ନାଲ। ଯଦି କେହି ହେଲ୍‌ମେଟ କିମ୍ବା ସିଟ୍‌ବେଲ୍ଟ ବାନ୍ଧି ନ ଥାନ୍ତି ସେ ତାଙ୍କର ସ୍ବତନ୍ତ୍ର ଭଙ୍ଗିରେ ଦିଅନ୍ତି ପରାମର୍ଶ। ଏହିପରି ସହରବାସୀଙ୍କ ହୃଦୟ ଜିଣିଥିବା ସୁପରିଚିତ ଡ୍ୟାନ୍ସିଂ ଟ୍ରାଫିକ୍‌ ହୋମ୍‌ଗାର୍ଡ ପ୍ରତାପ ଖଣ୍ଡୁଆଳ କିନ୍ତୁ ଆଜି ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ପେଟରେ ଭୋକ, ମନରେ ଦୁଃଖକୁ ଲୁଚାଇ ରଖି ଆଜି ବି ସେ ନିଜର ଡ୍ୟୁଟିକୁ ଭଗବାନ ଭାବି ଟ୍ରାଫିକ ପରିଚାଳନା କରୁଛନ୍ତି। ସ୍ବଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହୋଇପଡୁଥିବାବେଳେ ଉପରିସ୍ଥ ଅଧିକାରୀଙ୍କ ଈର୍ଷା ପାଇଁ ସେ ଆଜି ଅଲୋଡ଼ା ହୋଇପଡିଛନ୍ତି।
ପ୍ରତାପଙ୍କ ପ୍ରତି ବଢ଼ୁଥିବା ଲୋକପ୍ରିୟତା ପାଇଁ ଅନେକ ଉଚ୍ଚ ଅଧିକାରୀ ତାଙ୍କ ଉପରେ ଈର୍ଷାନ୍ବିତ ହୋଇ ଡ୍ୟୁଟି ଦେଉନାହାନ୍ତି। କେବେ କେବେ ଯଦି ତାଙ୍କୁ ଏକ ନିଛାଟିଆ ଛକରେ ଡ୍ୟୁଟି ମିଳେ, ସେ ତାହାକୁ ମଧ୍ୟ ଠିକ୍‌ ଭାବେ ପାଳନ କରିଥାନ୍ତି। ଆକ୍ସନ ମାଧ୍ୟମରେ ସିଗ୍‌ନାଲ ଦେବା ସହ ସଚେତନ ମଧ୍ୟ କରିଥାନ୍ତି। ହେଲେ ଅଧିକାରୀଙ୍କ ଅଣଦେଖା ଓ ପରିବାରର ବୋଝ ଭିତରେ ଚାପି ହୋଇଗଲେଣି ପ୍ରତାପ। ମାସକୁ ୯ହଜାର ଟଙ୍କା ବେତନରେ ରାଜଧାନୀରେ ପରିବାର ସହ ନିଜ ଖର୍ଚ୍ଚ ମେଣ୍ଟାଇବା ସମ୍ଭବ ହେଉନି। ପରିବାରର ଭରଣପୋଷଣ ତାଙ୍କ ପାଇଁ ଭାରି ପଡ଼ୁଛି। ଘରେ ଦି ଓଳି ଖାଇବା ଦେବା ପାଇଁ ସେ ଅନେକ ସମୟରେ ଉପାସ ରହି କାର୍ଯ୍ୟ କରୁଛନ୍ତି।
ଏନେଇ ପ୍ରତାପ କହିଛନ୍ତି, ଡ୍ୟାନ୍ସ କରି ସିଗ୍‌ନାଲ ଦେବା ପରେ ଲୋକେ ସିଗ୍‌ନାଲ ମାନିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ସେମାନେ ଟ୍ରାଫିକ ସିଗ୍‌ନାଲ ମାନୁଥିବାରୁ ଏପରି ଡ୍ୟାନ୍ସ କରିବାରେ ତାଙ୍କୁ ଖୁସିଲାଗେ ବୋଲି ସେ କହିଛନ୍ତି। ମୋ ପରି ହୋମ୍‌ଗାର୍ଡମାନଙ୍କୁ ବହୁତ କମ୍‌ ଦରମା ମିଳୁଛି। ମାସକୁ ୩ଦିନ ଛୁଟି ନେଲେ ଦରମା କଟିଯାଇ ୮ ହଜାର ମିଳୁଛି। ସେଥିରୁ ୩ହଜାର ଟଙ୍କା ଘରଭଡା ବାବଦକୁ ଚାଲିଯାଉଛି। ବଳକାରେ ନା ପେଟ ପୁରୁଛି ନା ଦେହ ଲୁଚୁଛି। ଏହି ଟଙ୍କାରେ ସେ ଖାଇବେ କ’ଣ, ଗାଡିରେ ତେଲ ପକାଇବେ କେତେ ଏବଂ ସ୍ତ୍ରୀ ଓ ବାପା ମା’ଙ୍କ ପାଇଁ କିପରି କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କି ପରିବାର ଲୋକଙ୍କ ଦେହ ଖରାପ ହେଲେ ମେଡିସିନ ଦେବାକୁ ଅଧିକାଂଶ ସମୟରେ ଟଙ୍କା ନ ଥାଏ। ସରକାର ଯଦି ହୋମଗାର୍ଡଙ୍କ ଦରମା ବଢାନ୍ତେ ମୋଭଳି ଅନେକଙ୍କ ପରିସ୍ଥିତି ସୁଧୁରି ଯାଆନ୍ତା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତାପଙ୍କ ଘର କେନ୍ଦ୍ରାପଡା ଜିଲାର ପାଟକୁରାର କୋରୁଆ ଗ୍ରାମରେ। ସେ ୯ବର୍ଷ ହେବ ଭୁବନେଶ୍ୱରରେ ହୋମଗାର୍ଡ ଭାବେ ଚାକିରି କରୁଛନ୍ତି। ପ୍ରଥମେ ଶ୍ରୀୟା ଛକରେ ଡ୍ୟୁଟି କରିବା ସମୟରେ ଏଭଳି ଡ୍ୟାନ୍ସ ମାଧ୍ୟମରେ ଟ୍ରାଫିକ ସିଗନାଲ ଦେଇଥିଲେ। ପ୍ରଥମେ ଲୋକେ ତାଙ୍କୁ ନେଇ ଭିନ୍ନ କିଛି ଚିନ୍ତା କରିଥିଲେ। ହେଲେ ପ୍ରତିଦିନ ତାଙ୍କର ମଜାଳିଆ ଟ୍ରାଫିକ ପରିଚାଳନାକୁ ଦେଖି ସହଜରେ ଗ୍ରହଣ କରିନେଇଥିଲେ। ବହୁ ସମୟରେ ସେହିବାଟ ଦେଇ ଯାଉଥିବା ଲୋକେ ମଧ୍ୟ ତାଙ୍କର ଡ୍ୟାନ୍ସିଂ ଟ୍ରାଫିକ୍‌ ପରିଚାଳନାକୁ ଦେଖୁଥିଲେ। ତେବେ ବିଭିନ୍ନ ଝଡ଼ଝଞ୍ଜା ସତ୍ତ୍ୱେ ସେବେଠୁ ଏବେ ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟକୁ ଠିକ୍‌ ଭାବେ ସମ୍ପାଦନ କରି ଆସିଛନ୍ତି ପ୍ରତାପ।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ବଡ଼ ସର୍ତ୍ତ ସହ ଅଭିଜିତ ଦୀପକେ, ସୌରଭ ଦାସ,ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୧୧।୧୦: ‘କକରୋଚ ଜନତା ପାର୍ଟି’ (CJP)ର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି। ତେବେ, ସେମାନଙ୍କ ମୁକ୍ତି ଏକ ସର୍ତ୍ତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?