ଗୀତିନାଟ୍ୟରୁ ଦଣ୍ଡନୃତ୍ୟ ଯାଏ : ଚରିତ୍ରରେ ଚମକ ଭରିଛନ୍ତି ଅକ୍ଷୟ

ବଅଁରପାଳ,୨୩।୬ – କେବେ ବ୍ରହ୍ମା ତ କେବେ ବିଷ୍ଣୁ, ପୁଣି କେବେ ମହେଶ୍ୱର ବେଶରେ ଆସିଛନ୍ତି ଦର୍ଶକଙ୍କ ଆଗକୁ। କେତେବେଳେ ରାଜା, ମନ୍ତ୍ରୀ ସାଜିଛନ୍ତି ଗୀତିନାଟ୍ୟରେ। ବାଇଧନ, ଶିବ, ବିଣାକାରିଆ ଓ ବାବାଜୀ ଭୂମିକା ନିଭାଇଛନ୍ତି ଦଣ୍ଡନୃତ୍ୟରେ। ଦୀର୍ଘ ୩୦ ବର୍ଷ ମଧ୍ୟରେ ଏପରି ଶତାଧିକ ଚରିତ୍ରରେ ଅଭିନୟ କରି ନିଜ ଚମକ ଦେଖାଇଛନ୍ତି ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଅକ୍ଷୟ ଜେନା (୫୨)।
ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟର କାର୍ବନ ଏରିଆ ଗ୍ରୀନ ଆନର୍ଡର ସୁପରିଣ୍ଟେଣ୍ଡେଣ୍ଟ ଭାବେ କାମ କରୁଥିବା ଅକ୍ଷୟଙ୍କ କଳାକାର ଜୀବନ ଆରମ୍ଭ ହୋଇଥିଲା ସ୍କୁଲରୁ। ସପ୍ତମରେ ପଢ଼ୁଥିବାବେଳେ କଳା ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ସ୍କୁଲସ୍ତରୀୟ ଅନେକ ଗୀତିନାଟ୍ୟ ଓ ଡ୍ରାମାରେ ସେ ଅଭିନୟ କରିଥିଲେ। ହେଲେ ଅସଲ କଳାକାର ଜୀବନ ଆରମ୍ଭ ହୋଇଥିଲା ୧୯୯୦ରୁ। କୁଲାଡ଼ ମା’ କାଳୀ ଦଣ୍ଡ ଅନୁଷ୍ଠାନରେ ସେ ସାମିଲ ହୋଇ ଗୀତିନାଟ୍ୟରେ ଅଭିନୟ କରିଥିଲେ। କେତେବେଳେ ତାଙ୍କୁ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରିବାକୁ ପଡ଼ୁଥିଲା ତ ପୁଣି କେବେ ଯୁଧିଷ୍ଠିର, ଅର୍ଜୁନ ହେବାକୁ ପଡ଼ୁଥିଲା। ଦାରୁ ଦେବତା, ଭୂତକିଳି, ନାବକେଳି, ଗଣ୍ଡାବଧ, ଜୟଦ୍ରଥ ବଧ, କୀଚକ ବଧ, ଲକ୍ଷ୍ମୀପୁରାଣ ଆଦି ଶତାଧିକ ଗୀତିନାଟ୍ୟରେ ସେ ଅଭିନୟ କରିଛନ୍ତି। ଅନୁଷ୍ଠାନର କଳାକାରମାନଙ୍କ ସହ ସେ ଗଁ। ଗଁ। ବୁଲି ନାଟକ ପରିବେଷଣ କରିଛନ୍ତି। ସେ ଯେଉଁ ଚରିତ୍ରରେ ଅଭିନୟ କରନ୍ତି ତାଙ୍କୁ ତାହା ବେଶ୍‌ ମାନିଥାଏ। ସେଥିପାଇଁ ଅନୁଷ୍ଠାନର ସବୁ ଗୀତିନାଟ୍ୟ, ନାଟକରେ ତାଙ୍କ ଅଭିନୟକୁ ପ୍ରଶଂସା ମିଳେ। ଦିନରେ ପ୍ଲାଣ୍ଟରେ କାର୍ଯ୍ୟ କରିବା ପରେ ରାତିରେ ମୁହଁରେ ରଙ୍ଗମାରି ସେ କଳା ପ୍ରଦର୍ଶନ କରିଥାନ୍ତି। ଗୀତିନାଟ୍ୟ ବ୍ୟତୀତ ଦଣ୍ଡନୃତ୍ୟରେ ମଧ୍ୟ ସେ ଅଭିନୟ କରିଛନ୍ତି। ଏବେ ବୟସ ସହ ଅଭିଜ୍ଞତା ବଢ଼ିଯାଇଥିବାରୁ ତାଙ୍କୁ କଳାକାର ବଦଳରେ ଅନେକ ସମୟରେ ଦଣ୍ଡନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବେ ଦେଖିବାକୁ ମିଳୁଛି। ଇତିମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗିତାରେ ସେ ବିଚାରକ କାର୍ଯ୍ୟ ତୁଲାଇ ସାରିଛନ୍ତି। ଦଣ୍ଡଗୁରୁ ଅଜାତି ଅମାନ୍ତ ଓ ଗୀତିନାଟ୍ୟ ଗୁରୁ ରାଧାନାଥ ଧୀରଙ୍କ ପାଇଁ ସେ ଆଜି ସ୍ଥାନୀୟ ଅଞ୍ଚଳରେ ଜଣେ ଦକ୍ଷ କଳାକାର ଭାବେ ନିଜକୁ ପରିଚିତ କରିପାରିଛନ୍ତି ବୋଲି ଅକ୍ଷୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri