Posted inଫୁରସତ

ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌

ତାମିଲନାଡ଼ୁର ମଦୁରାଇଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ୧୯୫୯ ମସିହାରେ ଗଢ଼ି ଉଠିଥିଲା, ଯାହାର ନାଁ ହେଉଛି ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌। କେହି କେହି ଏହାକୁ ଗାନ୍ଧୀ ମ୍ୟୁଜିୟମ୍‌ ବି କହିଥାନ୍ତି। ତେବେ ଦେଶରେ ଦେଖିବାକୁ ମିଳୁଥିବା ପ୍ରମୁଖ ୫ଟି ଗାନ୍ଧୀ ମ୍ୟୁଜିୟମ୍‌ ବା ଗାନ୍ଧୀ ସଂଗ୍ରହାଳୟ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏଠାରେ ଗାନ୍ଧିଜୀଙ୍କ ଜୀବନୀ ତଥା ସ୍ମୃତି ସହ ଜଡିତ ଥିବା ଅନେକ ବିରଳ ଜିନିଷ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ରକ୍ତରେ ଜୁଡୁବୁଡୁ ହୋଇଥିବା ଏକ ଧୋତି ହେଉଛି ଅନ୍ୟତମ, ଯାହାକୁ ଗାନ୍ଧିଜୀ ସେତେବେଳେ ପିନ୍ଧିଥିଲେ ଯେତେବେଳେ ତାଙ୍କ ଉପରକୁ ଗୁଳି ଚଳାଇ ତାଙ୍କୁ ମାରି ଦିଆଯାଇଥିଲା।
ଇତିହାସ

୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଥିଲା। ପରିସ୍ଥିତି ଟିକେ ଶାନ୍ତ ହେବା ପରେ ଗାନ୍ଧିଜୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ଗଢ଼ିବା ପାଇଁ ବିଭିନ୍ନ ମହଲରେ ଏପରିକି ସାଧାରଣ ଲୋକେ ବି ମତବ୍ୟକ୍ତ କରିଥିଲେ। ପରେ ସମସ୍ତଙ୍କ ମିଳିତ ସହଯୋଗରେ ମହାତ୍ମା ଗାନ୍ଧୀ ନ୍ୟାଶନାଲ୍‌ ମେମୋରିଆଲ୍‌ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଢି ଉଠିଥିଲା। ଆଉ ସେହି ଟ୍ରଷ୍ଟ ଦ୍ୱାରା ହିଁ ମଦୁଠାଇଠାରେ ଏହି ମ୍ୟୁଜିୟମ୍‌ଟିର ଶୁଭାରମ୍ଭ ହୋଇଥିଲା, ଯାହାକୁ ୧୯୫୯ ଏପ୍ରିଲ୍‌ ୧୫ ତାରିଖରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଉଦ୍‌ଘାଟନ କରିଥିଲେ। ତେବେ ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ମଦୁରାଇର ଏହି ଗାନ୍ଧୀ ମ୍ୟୁଜିୟମ୍‌ଟି ଏବେ ଯେଉଁ ସ୍ଥାନରେ ରହିଛି ବା ଯେଉଁ ମହଲରେ ତାହା ଶୋଭା ପାଉଛି, ପୂର୍ବେ ତାହା ମଦୁରାଇ ନାୟକ ରାଜବଂଶର ରାଣୀ ମଙ୍ଗମ୍ମଲଙ୍କର ପ୍ରାସାଦ ଭାବେ ଜଣାଯାଉଥିଲା। ହେଲେ ଗାନ୍ଧିଜୀଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ନ୍ୟାଶନାଲ୍‌ ମେମୋରିଆଲ୍‌ ଟ୍ରଷ୍ଟର ଉଦ୍ୟମରେ ରାଣୀ ମଙ୍ଗମ୍ମଲଙ୍କର ସେହି ପ୍ରାସାଦଟିକୁ ମ୍ୟୁଜିୟମ୍‌ରେ ପରିବର୍ତ୍ତିତ କରାଯାଇଥିଲ। ଏଠାକାର ଶାନ୍ତ ତଥା ନିର୍ମଳ ପରିବେଶକୁ ଦେଖି ପରେ ୟୁନାଇଟେଡ୍‌ ନେଶନ୍ସ ଅର୍ଗାନାଇଜେଶନ୍‌ ତରଫରୁ ଉକ୍ତ ମ୍ୟୁଜିୟମ୍‌କୁ ବିଶ୍ୱସ୍ତରରେ ଏକ ଶାନ୍ତିପୂର୍ଣ୍ଣ ମ୍ୟୁଜିୟମ୍‌ର ପରିଚିତ ମିଳିଥିଲା।

କ’ଣ ଦେଖିବେ
ଏହି ମ୍ୟୁଜିୟମ୍‌ରେ ଇତିହାସ ତଥା ଗାନ୍ଧିଜୀଙ୍କ ଜୀବନୀ ସହ ସମ୍ପର୍କ ଥିବା ଅନେକ ସ୍ମୃତିପୂର୍ଣ୍ଣ ଜିନିଷକୁ ସାଇତି ରଖାଯାଇଛି। ତା’ଛଡ଼ା ମ୍ୟୁଜିୟମ୍‌ ଭିତରେ ତିନୋଟି ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି ଯଥା: ‘ଇଣ୍ଡିଆ ଫାଇଟ୍ସ ଫର୍‌ ଫ୍ରିଡମ୍‌’, ‘ଭିଜୁଆଲ୍‌ ବାୟୋଗ୍ରାଫି ଅଫ୍‌ ଗାନ୍ଧିଜୀ’ ଏବଂ ‘ରେଲିକ୍ସ ଆଣ୍ଡ ରେପ୍ଲିକାସ୍‌’। ‘ଇଣ୍ଡିଆ ଫାଇଟ୍ସ ଫର୍‌ ଫ୍ରିଡମ୍‌’ ବିଭାଗରେ ଏକ ସ୍ପେଶାଲ୍‌ ଫଟୋ ଏକ୍‌ଜିବିଶନ୍‌କୁ ସ୍ଥାନ ଦିଆଯାଇଛି, ଯେଉଁଥିରେ ସ୍ବତନ୍ତ୍ରତା ଆନ୍ଦୋଳନ ସମ୍ବନ୍ଧୀୟ ପ୍ରାୟ ୨୬୫ଟି ଫଟୋ ଥିବା ଦେଖିବାକୁ ମିଳିଥାଏ। ସେହିପରି ‘ଭିଜୁଆଲ୍‌ ବାୟୋଗ୍ରାଫି ଅଫ୍‌ ଗାନ୍ଧିଜୀ’ ବିଭାଗରେ ଗାନ୍ଧିଜୀଙ୍କର ପିଲାବେଳଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସମୟର ଫଟୋ, ପେଣ୍ଟିଙ୍ଗ୍ସ ଆଦିକୁ ସ୍ଥାନ ଦିଆଯାଇଛି। ତା’ଛଡ଼ା ଏହି ବିଭାଗରେ ଗାନ୍ଧିଜୀଙ୍କର ବିଭିନ୍ନ ମୂର୍ତ୍ତି ସହିତ ତାଙ୍କର ହାତଲେଖା ଚିଠିକୁ ବି ସାଇତି ରଖାଯାଇଛି। ଅନ୍ୟପକ୍ଷେ ‘ରେଲିକ୍ସ ଆଣ୍ଡ ରେପ୍ଲିକାସ୍‌’ ବିଭାଗରେ ଗାନ୍ଧିଜୀ ବ୍ୟବହାର କରୁଥିବା କେତେକ ଜିନିଷକୁ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏହି ବିଭାଗରେ ଗାନ୍ଧିଜୀଙ୍କ ମୃତ୍ୟୁ ସମୟର ସେହି ରକ୍ତଭିଜା ଧୋତିକୁ ଏକ ଭ୍ୟାକୁମ୍‌ ଗ୍ଲାସ୍‌ ବକ୍ସ ଭିତରେ ସାଇତିି ରଖାଯାଇଛି। କିନ୍ତୁ କେହି କେହି ବି ଏହି ଧୋତିକୁ ସତ ନୁହେଁ ବରଂ ଏକ ନମୁନା ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। ତେବେ ସେ ଯାହା ବି ହେଉ ଏହି ମ୍ୟୁଜିୟମ୍‌ରେ ଥିବା ଜିନିଷ ସବୁକୁ ଦେଖିଲେ ଇତିହାସର ସ୍ମୃତି ସବୁ ପୁଣିଥରେ ଉଜ୍ଜୀବିତ ହୋଇଗଲା ପରି ନିଶ୍ଚୟ ମନେହେବ। ସେହିପରି ଏହି ମ୍ୟୁଜିୟମ୍‌ରେ ଏକ ଲାଇବ୍ରେରି ମଧ୍ୟ ରହିଛି, ଯେଉଁଠାରେ ଗାନ୍ଧିଜୀ ନିଜେ ଲେଖିଥିବା ତଥା ଗାନ୍ଧିଜୀ ଓ ଭାରତୀୟ ସଂସ୍କୃତି ଉପରେ ଆଧାରିତ ଥିବା ପୁସ୍ତକ ସବୁକୁ ସ୍ଥାନ ଦିଆଯାଇଛି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯାଇହେବ। କିନ୍ତୁ ସପ୍ତାହର ପ୍ରତି ଶୁକ୍ରବାର ଏହା ବନ୍ଦ ରହୁଥିବା ଶୁଣିବାକୁ ମିଳିଥାଏ। ତା’ଛଡ଼ା ଉକ୍ତ ମ୍ୟୁଜିୟମ୍‌ଟି ସକାଳ ୧୦ଟାରୁ ଦିନ ୧ଟା ଯାଏଁ ଏବଂ ପୁନର୍ବାର ଦିନ ୨ଟାରୁ ଅପରାହ୍ନ ୫.୪୫ ଯାଏଁ ଖୋଲା ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଟ୍ୟାକ୍ସି, ବସ୍‌ ତଥା ଅଟୋରିକ୍ସାର ମଧ୍ୟ ସୁବିଧା ରହିଛି। ମଦୁରାଇ ଇଣ୍ଟର ନ୍ୟାଶନାଲ୍‌ ଏୟାର୍‌ପୋର୍ଟଠାରୁ ଏହା ପ୍ରାୟ ୧୨ କି.ମି. ଏବଂ ମଦୁରାଇ ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନଠାରୁ ଏହା ପ୍ରାୟ ସାଢେ ୪ କି.ମି ଦୂରରେ ଅବସ୍ଥିତ। ତା’ଛଡ଼ା ଶୁଣିବାକୁ ମିଳେ ଏଠାକୁ ଯିବା ପାଇଁ ଏଣ୍ଟ୍ରି ଟିକେଟ୍‌ ପଡ଼େନାହିଁ, କିନ୍ତୁ କ୍ୟାମେରା ପ୍ରବେଶ ପାଇଁ କିଛିଟା ପଇସା ଦେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri