Posted inଜାତୀୟ

ଗଲଓ୍ବାନ ଘାଟିର ୨୦ ଶହୀଦ: ବିହାର ରେଜିମେଣ୍ଟର ସର୍ବାଧିକ ଯବାନ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଭିନ୍ନ ଭିନ୍ନ ରେଜିମେଣ୍ଟର ଯବାନ ରହିଛନ୍ତି। ୧୬-ବିହାର ରେଜିମେଣ୍ଟର ସର୍ବାଧିକ ୧୨ ଜଣ ଯବାନ ଅଛନ୍ତି। ସେହିପରି ୩-ପଞ୍ଜାବ ରେଜିମେଣ୍ଟର ୩ ଜଣ, ୩-ମିଡ଼ିୟମ୍‌ ରେଜିମେଣ୍ଟର ୨ ଜଣ, ୧୨-ବିହାର ରେଜିମେଣ୍ଟର ଜଣେ ଯବାନ ଶହୀଦ ହୋଇଛନ୍ତି। ୮୧- ମାଉଣ୍ଟ ବିଗ୍ରେଡ୍‌ ସିଗନାଲ କମ୍ପାନୀର ଜଣେ ଏବଂ ୮୧-ଫିଲ୍ଡ ରେଜିମେଣ୍ଟର ଜଣେ ଯବାନ ଅଛନ୍ତି। ବିହାର ରେଜିମେଣ୍ଟର ୧୩ ଜଣ ଯବାନ ଏଥିରେ ଶହୀଦ ହୋଇଛନ୍ତି। ୧୬-ବିହାର ରେଜିମେଣ୍ଟର ଶହୀଦ ଯବାନମାନେ ହେଉଛନ୍ତି ସିପାହୀ କୁନ୍ଦନ କୁମାର, ଅମନ କୁୁମାର, ସୁନୀଲ କୁମାର, ଦୀପକ କୁମାର, ଚନ୍ଦନ କୁମାର, ଗଣେଶ କୁଞ୍ଜାମ, ଗଣେଶ ରାମ, କେ.କେ. ଓଝା, ରାଜେଶ ଓରାମ୍‌, ସି.କେ. ପ୍ରଧାନ, ନାଏବ ସୁବେଦାର ନନ୍ଦୁରାମ, କର୍ନେଲ ବି. ସନ୍ତୋଷ ବାବୁ ପ୍ରମୁଖ। ପଞ୍ଜାବ ରେଜିମେଣ୍ଟର ସିପାହୀ ଗୁରତେଜ ସିଂ, ଅଙ୍କୁଶ, ଗୁରବିନ୍ଦର ସିଂ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ମିଡ଼ିୟମ୍‌ ରେଜିମେଣ୍ଟର ନାଏବ ସୁବେଦାର ସତନାମ୍‌ ସିଂ, ମନଦୀପ୍‌ ସିଂ ରହିଛନ୍ତି। ୧୨ ବିହାର ରେଜିମେଣ୍ଟର ସିପାହୀ ଜୟ କିଶୋର ସିଂ, ମାଉଣ୍ଟ ବ୍ରିଗେଡ୍‌ ସିଗନାଲ କମ୍ପାନୀର ହାବିଲଦାର ବିପୁଲ ରାୟ ଏବଂ ଫିଲ୍ଡ ରେଜିମେଣ୍ଟର ହାବିଲଦାର କେ. ପାଲାନି ଶହୀଦ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri