ଗର୍ଭବତୀଙ୍କ ଚିକିତ୍ସା କରିବାକୁ ମନାକଲେ ୮ ହସ୍ପିଟାଲ: ୧୩ ଘଣ୍ଟାପରେ ଆମ୍ବୁଲାନ୍ସ୍‌ରେ ଘଟିଲା ମୃତ୍ୟୁ

ନୋଏଡ଼ା, ୭।୬: ଦେଶରେ କରୋନା ସଂକ୍ରମଣ ନେଇ ଲୋକେ ଏଭଳି ଆତଙ୍କିତ ହୋଇ ପଡ଼ିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଥିବା ସାଧାରଣ ମାନବିକତା ମଧ୍ୟ ଏବେ ହଜି ଯାଇଛି। ଏହାର ସଦ୍ୟତମ ଉଦାହରଣ ଦିଲ୍ଲୀର ନୋଏଡ଼ାରେ ଘଟିଛି। ଏଠାରେ କରୋନା ଲକ୍ଷଣ ଥିବା ଜଣେ ଗର୍ଭବତୀଙ୍କୁ ୮ ହସ୍ପିଟାଲ ଭର୍ତ୍ତି କରିବାକୁ ମନା କରିଥିଲେ। ଦୀର୍ଘ ୧୩ ଘଣ୍ଟାକାଳ ସେ ଆମ୍ବଲାନ୍ସ୍‌ରେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ଯିବା ଆସିବା କରିଥିଲେ। ଶେଷରେ ପ୍ରସବ ଯନ୍ତ୍ରଣା ସହି ନ ପାରି ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଗାଜିଆବାଦ୍‌ ଖୋଦା କଲୋନୀ ବାସିନ୍ଦା ୩୦ ବର୍ଷ ବୟସ୍କା ନୀଲମ୍‌ କୁମାରୀ ୮ ମାସର ଗର୍ଭବତୀ ଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଶୁକ୍ରବାର ସକାଳ ୬ଟାରେ ଅଟୋରେ ହସ୍ପିଟାଲ ଅଣାଯାଇଥିଲା। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦେଇଥିଲେ। ଏହା ଜାରି ରହିଥିଲା। ଏକ ଗଣମାଧ୍ୟମ ସଂସ୍ଥାର ମେଣ୍ଟେନାନ୍ସ୍‌ ବିଭାଗରେ କାର୍ଯ୍ୟ କରୁଥିବା ନୀଲମ୍‌ଙ୍କ ସ୍ବାମୀ ବିଜେନ୍ଦ୍ର ସିଂ ତାଙ୍କୁ ନୋଏଡ଼ାର ସେକ୍ଟର ୨୪ରେ ଥିବା ଇଏସ୍‌ଆଇସି ହସ୍ପିଟାଲକୁ ନେଇଥିଲେ। ସେଠାରୁ ତାଙ୍କୁ କିଛି ସମୟ ରଖାଯିବା ପରେ ସେକ୍ଟର ୩୦ରେ ଥିବା ଜିଲା ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଭର୍ତ୍ତି କରିବାକୁ ମନା କରାଯାଇଥିଲା। ସେ ଖୋଦା କଣ୍ଟେନମେଣ୍ଟ୍‌ ଜୋନ୍‌ରୁ ଆସିଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ ନାହିଁ ବୋଲି କୁହାଯାଇଥିଲା। ପରେ ନୀଲମ୍‌ଙ୍କୁ ସେକ୍ଟର ୫୧ରେ ଥିବା ଶିଓ୍ବାଲିକ୍‌ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବା କହି ହସ୍ପିଟାଲ କର୍ତ୍ତୃପକ୍ଷ ଅନ୍ୟ ଭଲ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ। ଏଭଳି ଭାବେ ଶେଷରେ ନୀଲମ୍‌ଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଜଣାପଡ଼ିବା ପରେ ନୋଏଡ଼ା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?