ଗରିବୀ ହ୍ରାସ ଲାଗି ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ନୂଆଦିଲ୍ଲୀ,୧୭-୧୦: ୧୯୯୦ ପରେ ଗରିବୀସ୍ଥିତିରେ ଉନ୍ନତି ଆଣିବା ଲାଗି ଭାରତ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଏ କ୍ଷେତ୍ରରେ ଅନେକ ସୁଧାର ଆସିବା ସହ ଗରିବୀ ହାର ଅଧାକୁ ହ୍ରାସ ଘଟିଥିବା ବିଶ୍ୱବ୍ୟାଙ୍କ ବୁଧବାର ଭାରତକୁ ପ୍ରଶଂସା କରି ଏହା କହିଛି। ଭାରତ ଗତ ୧୫ ବର୍ଷରେ ୭%ରୁ ଅଧିକ ହାରରେ ଜିଡିପି ଅଭିବୃଦ୍ଧି ହାସଲ କରିଛି। ଗରିବି ଦୁରୀକରଣ କାର୍ଯ୍ୟକ୍ରମ ସହ ପରିବେଶର ସନ୍ତୁଳନ ଦିଗରେ ବିଶ୍ୱସ୍ତରକୁ ଏହା ଯୋଗଦାନ ରଖିଛି। ଏହି ସମୟ ମଧ୍ୟରେ ଭାରତ ଅଧିକାଂଶ ମାନବ ବିକାଶ ସୂଚକାଙ୍କରେ ପ୍ରଗତି ହାସଲ କରିଛି। ଆଗାମୀ ଦିନରେ ଭାରତ ଏହାର ଅଭିବୃଦ୍ଧି ଧାରାକୁ ବଜାୟ ରଖିବା ସହ ଏକ ଦଶନ୍ଧି ମଧ୍ୟରେ ଅତିଗରିବୀକୁ ହ୍ରାସ କରିବାକୁ ସକ୍ଷମ ହେବ ବୋଲି ବିଶ୍ୱବ୍ୟାଙ୍କ ଆଶାବାଦୀ ଥିବା କହିଛି।
ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଭାରତର ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି। ଭାରତ ଏହାର ପରଫରମାନ୍ସ ଉନ୍ନତ କରିବା ସହ ଦେଶ ମଧ୍ୟରେ ରହିଥିବା ସୁଯୋଗକୁ ଭରପୂର ଉପଯୋଗ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ସହରୀ କ୍ଷେତ୍ର ଅର୍ଥ ବ୍ୟବସ୍ଥାକୁ ବିଚାରକୁ ନେବା ସହ ଗ୍ରାମାଞ୍ଚଳରେ କୃଷି ଉତ୍ପାଦନ ବୃଦ୍ଧି କରି ଜମିର ଉନ୍ନତ ବ୍ୟବହାର କରିବା ଉପରେ ବିଶ୍ୱବ୍ୟାଙ୍କ ଗୁରୁତ୍ୱାରୋପ କରିଛି। ଏହାବାଦ ଜଳର ଉନ୍ନତ ବ୍ୟବହାରକୁ ଗୁରୁତ୍ୱ ଦେବା ସହ ଏ ଦିଗରେ ନୀତି ଆଣିବାକୁ ଏହା ପ୍ରକାଶ କରିଛି। ଏହାବାଦ ୨୩ କୋଟି ଲୋକ ବିଜୁଳି ଗ୍ରୀଡ ସହ ଏବେବି ଭଲ ଭାବେ ଯୋଡି ହୋଇ ନ ଥିବାରୁ ଏଦିଗରେ ଅଧିକ କାର୍ଯ୍ୟ କରିବା ସହ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କମ୍‌ କରିବା ଉପରେ ପ୍ରାଥମିକତା ଦିଆଯାଇଛି।
୨୦୨୦ ସୁଦ୍ଧା ୮.୮% ଜିଡିପି ଅଭିବୃଦ୍ଧି ହାସଲ ଲାଗି ୩୪୩ ବିଲିୟନ ଡଲାର ନିବେଶର ଆବଶ୍ୟକତା ରହିଛି। ଘରୋଇ ବଜାରରେ ନିଯୁକ୍ତି ସୃଷ୍ଟି ଉପରେ ଏହା ପରାମର୍ଶ ଦେଇଛି। ଦେଶରେ ପ୍ରତିବର୍ଷ ୧.୦୩ କୋଟି ରୋଜଗାରକ୍ଷମ ବୟସର ହେଉଥିବା ବେଳେ ମାତ୍ର ୩୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର ସୃଷ୍ଟି କରାଯାଇ ପାରୁଛି। ମହିଳା କର୍ମଚାରୀଙ୍କ ସଂଖ୍ୟା କମୁଥିବାରୁ ଏହା ଏକ ଚ୍ୟାଲେଞ୍ଜ ବୋଲି ବିଶ୍ୱ ବ୍ୟାଙ୍କ ପ୍ରକାଶ କରିଛି। ଭାରତର ମୋଟ ଶ୍ରମଶକ୍ତିକୁ ମହିଳାଙ୍କ ଯୋଗଦାନ ପ୍ରାୟ ୨୭% ରହିଛି ଯାହା ବିଶ୍ୱସ୍ତର ତୁଳନାରେ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର, କମିଗଲା…

ନୂଆଦିଲ୍ଲୀ,୧୫।୧୨: ନଭେମ୍ୱର ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ନକାରାତ୍ମକ ହୋଇଗଲା, ଯାହା ବର୍ଷ ବର୍ଷ ଧରି 0.32% ହ୍ରାସ ପାଇଲା। ଏହି ହ୍ରାସ ମୁଖ୍ୟତଃ ଖାଦ୍ୟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri