ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନି: ଜିଲାପାଳ

ଛତ୍ରପୁର,୩।୬(ଡି.ଏନ.ଏ.)-ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସଂଖ୍ୟା ଗଞ୍ଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ଜିଲାରେ ୧୫୬ କରୋନା ପଜିଟିଭ୍‌ ଆକ୍ଟିଭ୍‌ ଅଛନ୍ତି। ଏମାନଙ୍କୁ ଟାଟା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଛି ା ଅପରପକ୍ଷରେ ବୁଧବାର ଗୋଟିଏ ଦିନରେ ଗଞ୍ଜାମ ଜିଲାରେ ୪୧ କରେନା ପଜିଟିଭ୍‌ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୫ ପଜିଟିଭ୍‌ ବାହାରିଛି। ଏଥିରେ ଆନ୍ଧ୍ରପ୍ରଦେଶରୁ ଜଣେ, ଗୁଜରାଟରୁ ୧୦ ଜଣ ଏବଂ ମହାରାଷ୍ଟ୍ରରୁ ଫେରିଥିବା ୪ ଜଣ ଅଛନ୍ତି। ଏଥିସହ ମହାରାଷ୍ଟ୍ର ଓ ଗୁଜରାଟରୁ ଫେରିଥିବା ୨୧ଜଣ ପ୍ରବାସୀ ପଜିଟିଭ୍‌ ହୋଇଛନ୍ତି ଏବଂ ଏମାନେ ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ। କରୋନ ପଜିଟିଭ୍‌ଙ୍କ କନଟାକ୍ଟରେ ଆସି ୫ ଜଣ ମଧ୍ୟ କରେନା ପଜିଟିଭ୍‌ ହୋଇଛନ୍ତି। ଅପରପକ୍ଷରେ ବୁଧବାର ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏମାନଙ୍କୁ କୋଭିଡ୍‌ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଗଞ୍ଜାମକୁ ଫେରିଥିବା ପ୍ରବାସୀଙ୍କ ସଂସ୍ପର୍ଶରେ ଆସି କେତେକଙ୍କ ଠାରେ ପଜିଟିଭ୍‌ ବାହାରିଛି ଏବଂ ବର୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିପାଇଁ କୌଣସି ଭୟଭୀତ ନ ହେବାକୁ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri