Posted inଗଜପତି

ଗଜପତିରେ ପୁଣି ୧୬ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଲା

ପାରଳାଖେମୁଣ୍ଡି, ୩୧ା୫ (ସ୍ବ.ପ୍ର.) – ଗଜପତି ଜିଲାରେ ପୁଣି ୧୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ା ସେମାନଙ୍କୁ ଆର୍‌.ସୀତାପୁରଠାରେ ଥିବା କୋଭିଡ୍‌ ହସ୍ପିଟାଲରେ ରବିବାର ଭର୍ତ୍ତି କରାଯାଇଛି ା ଗଜପତି ଜିଲାପାଳ ଅନୁପମ ଶାହା ଏକ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଏହା ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗଜପତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ଯେଉଁ ୧୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ସେମାନେ ଗତ ୧୮ ଓ ୧୯ତାରିଖରେ ମହାରାଷ୍ଟ୍ରରୁ ଗଜପତି ଫେରିଥିଲେ ା ସେମାନେ ଗଜପତି ଜିଲାର ପ୍ରବାସୀ । ସେମାନଙ୍କୁ ଏକ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ା ସେମାନଙ୍କଠାରୁ ସ୍ବାବ୍‌ ସଂଗ୍ରହ କରାଯାଇଥିଲା ା ୧୬ ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିଲା ା ସେମାନଙ୍କ ମଧ୍ୟରେ ୨ ମହିଳା, ୧୩ ପୁରୁଷ ଓ ଜଣେ ୧୫ ବର୍ଷର ନାବାଳକ ଅଛନ୍ତି ା ୨ ମହିଳାଙ୍କ ବୟସ ୨୦ ଓ ୨୫ ବର୍ଷ ହୋଇଥିବା ବେଳେ ପୁରୁଷଙ୍କ ବୟସ ୧୯ରୁ ୪୫ ବର୍ଷ ମଧ୍ୟରେ ରହିଛି ା କୌଣସି ଲକ୍ଷଣ ପରିଲକ୍ଷିତ ନ ହେବାରୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ୨୮୦୦ଜଣଙ୍କୁ ସୁସ୍ଥ ଭାବେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗଜପତି ଜିଲାକୁ ବାହାର ରାଜ୍ୟରୁ ୮୫୯୯ ପ୍ରବାସୀ ଫେରିଛନ୍ତି । ଗଜପତି ଜିଲାରୁ ମୋଟ ୨୨୫୭ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି ା ୧୯୨୪ ଜଣଙ୍କ ରିପୋର୍ଟରୁ ୩୬ଜଣ ପଜିଟିଭ ଥିବା ବେଳେ ଅନ୍ୟମାନେ ନେଗେଟିଭ୍‌ ଅଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri