ଗଜପତିଙ୍କ ଗୁରୁ ଗାଦି ଥିଲା ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଭାଙ୍ଗିବ ବଡ଼ ଆଖଡା ମଠ। ଶ୍ରୀକ୍ଷେତ୍ରର ପୁରାତନ ମଠ ମଧ୍ୟରୁ ଏହା ଅନ୍ୟତମ। ଏହି ମଠର ଐତିହ୍ୟ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ସର୍ବଭାରତୀୟସ୍ତରର ଶ୍ରୀପଞ୍ଚରାମାନନ୍ଦୀୟ ଦିଗମ୍ବର ବୈଠକ ବଡ଼ ଆଖଡା ମଠ ଭାବେ ଶ୍ରୀକ୍ଷେତ୍ରରେ ପରିଚିତ। ଏହାକୁ ମଧ୍ୟ ଦିଗମ୍ବର ଆଖଡ଼ା କୁହାଯାଏ। ଆଖଡ଼ା ତିନି ଭାଗରେ ବିଭକ୍ତ। ନିର୍ବାଣୀ ଆଖଡ଼ା, ନିର୍ମୋହୀ ଆଖଡ଼ା ଓ ଦିଗମ୍ବର ଆଖଡ଼ା। ଆଖଡ଼ାଗୁଡ଼ିକ ଶ୍ରୀରାମାନନ୍ଦାଚାର୍ଯ୍ୟ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ। ଭାରତର ସାଂସ୍କୃତିକ ସଂହତି ଦୃଷ୍ଟିରୁ ଶଙ୍କରାଚାର୍ଯ୍ୟ ୪ ଦିଗରେ ଚାରୋଟି ପୀଠ ସ୍ଥାପନ କଲା ପରି ଶ୍ରୀରାମାନନ୍ଦାଚାର୍ଯ୍ୟ ୬ଟି ଆଖଡ଼ା ପ୍ରତିଷ୍ଠା କରିଥିଲେ। ତନ୍ମଧ୍ୟରୁ ପୁରୀରେ ଗୋଟିଏ ଦିଗମ୍ବର ଆଖଡ଼ା ପ୍ରତିଷ୍ଠା କରିଥିଲେ। ଏହାକୁ ୬ବୈଠକ କୁହାଯାଏ। ଅର୍ଥାତ୍‌ ୬ଟି ଯାକ ବୈଠକର ନାଗାମାନେ ଏକାଠି ହେଲେ ତାକୁ କୁହାଯାଏ ଦିଗମ୍ବର ଅଣି ଆଖଡ଼ା। ଏମାନେ କୁମ୍ଭମେଳାରେ ଓ ପୁରୀର ରଥଯାତ୍ରାରେ ଏକାଠି ହୁଅନ୍ତି। ହାରାହାରି ୧୩୫୨ ମସିହାରେ ଶ୍ରୀରାମାନନ୍ଦାଚାର୍ଯ୍ୟ ଶ୍ରୀଜଗନ୍ନାଥ ଧାମରେ ପଦାର୍ପଣ କରିଥିଲେ। ସେ ଏଠାରେ ପଦାର୍ପଣ କଲାବେଳେ ଆଡ଼ପମଣ୍ଡପରେ ମହାପ୍ରଭୁ ବିଜେ କରିଥିଲେ। ସେ ପ୍ରଥମ ଦିନ ଆଡ଼ପମଣ୍ଡପକୁ ଯାଇ ଯେବେ ଦର୍ଶନ କଲେ ସେଦିନ ଥିଲା ସନ୍ଧ୍ୟା ଦର୍ଶନ। ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦେଖି ଭାବ ବିହ୍ବଳ ହୋଇଯାଇଥିଲେ। ତିନିଠାକୁରଙ୍କୁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ରୂପରେ ଦର୍ଶନ କରିଥିଲେ। ସେତେବେଳେ ତାଙ୍କ ପାଟିରୁ ଶ୍ଳୋକ ବାହାରି ଆସିଥିଲା। ସେହି ଦିନଠାରୁ ବଡ଼ ଆଖଡା ମଠର ସାଧୁମାନେ ସନ୍ଧ୍ୟା ଦର୍ଶନ ଦିନ ମଠର ନିଶାଣ ନେଇ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ସେହି ଶ୍ଳୋକଟି ବୋଲନ୍ତି।
ଯେଉଁଠି ଛତା ପୋତି ଅବସ୍ଥାନ କରିଥିଲେ ସେହି ମଠଟି ବଡ଼ ଆଖଡା ମଠ ରୂପେ ଏବେ ପରିଚିତ। ଶ୍ରୀମନ୍ଦିର ଉପରେ ଆକ୍ରମଣ କାଳରେ ରାମାନନ୍ଦ ସମ୍ପ୍ରଦାୟର ନାଗା ସାଧୁମାନେ ନିଜ ଜୀବନକୁ ବାଜି ଲଗାଇ ଆକ୍ରମଣକାରୀଙ୍କ ସହିତ ଯୁଦ୍ଧ କରି ନିଜର ପ୍ରାଣପାତ କରିବାର ଇତିହାସ ରହିଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଯେଉଁ ତ୍ୟାଗ ରହିଥିଲା ତାକୁ ସମ୍ମାନ ଜଣାଇ ଗଜପତି ସେମାନଙ୍କ ଚିତାକୁ ଶ୍ରୀମନ୍ଦିରର ଅଁଳା ବେଢାରେ ସ୍ଥାନିତ କରିଛନ୍ତି। ବଡ଼ ଆଖଡ଼ା ମଠକୁ ନିଜର ଗୁରୁ ଗାଦି ବୋଲି ଗ୍ରହଣ କରିଥିଲେ। ଆଖଡ଼ାର ମହନ୍ତମାନଙ୍କୁ ଗୁରୁ ରୂପେ ବରଣ କରି ତାଙ୍କଠାରୁ ମନ୍ତ୍ର ଦୀକ୍ଷା ନେଉଥିଲେ। ରାମାନନ୍ଦାଚାର୍ଯ୍ୟଙ୍କ ପାଦୁକା ଶ୍ରୀକ୍ଷେତ୍ରରେ ଥିବା ତାଙ୍କ ସମ୍ପ୍ରଦାୟର ୨୬ଟି ମଠ ମଧ୍ୟରେ କେବଳ ବଡ଼ ଆଖଡା ମଠରେ ବିଦ୍ୟାମାନ ଥିଲା। କାଳକ୍ରମେ ତାହା ନଷ୍ଟ ହୋଇଯିବାରୁ ବର୍ତ୍ତମାନ ନୂତନ ପାଦୁକା ପୂଜା ପାଉଛି। ଶ୍ରୀରାମାନନ୍ଦାଚାର୍ଯ୍ୟ ପୂର୍ଣ୍ଣ ଅବୟବ ମୂର୍ତ୍ତି ମଧ୍ୟ ସ୍ବତନ୍ତ୍ର ମନ୍ଦିରରେ ଉପାସନା ହେଉଛି। ଶ୍ରୀରାମାନନ୍ଦାଚାର୍ଯ୍ୟ ମୂଳରୁ ଏହି ମଠରେ ସ୍ଥାପନ କରିଥିବା ୩୨ଟି ଶାଳଗ୍ରାମ ଶିଳା ଆଜି ବି ପୂଜା ପାଉଛନ୍ତି। ଏହି ମଠ ମନ୍ଦିରରେ ତିନି ବିଗ୍ରହ (ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା)ଙ୍କୁ ମଠର ଥାନପତି ଭାବରେ ପୂଜା କରାଯାଉଛି। ବଡ଼ ଆଖଡା ମଠର ଉପାସ୍ୟ ହେଉଛନ୍ତି ଶ୍ରୀହନୁମାନ। ସେଥିପାଇଁ ଶ୍ରୀହନୁମାନଙ୍କର ଏକ ସ୍ବତନ୍ତ୍ର ମନ୍ଦିର ମଧ୍ୟ ମଠରେ ରହିଛି। ଶ୍ରୀରାମାନନ୍ଦାଚାର୍ଯ୍ୟ ଏହି ମଠରୁ ହିଁ ରାମତାରକ ଅନୁଶାସନ ଘୋଷଣା କରିଥିଲେ। ସେ ଏହି ପୀଠରୁ ଏକ ସାଂସ୍କୃତିକ ସମୀକରଣର ବାର୍ତ୍ତା ସମଗ୍ର ମାନବ ସମାଜକୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri