ଗଛରେ ପିଟି ହେଲା ବୋଲେରୋ: ଜଣେ ମୃତ, ୪ ଗୁରୁତର

ଧର୍ମଗଡ,୨୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନିଠାରେ ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗଛରେ ପଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭାଗ୍ୟବାନ ପଟେଲ। ଗୁରୁତରଙ୍କ ମଧ୍ୟରୁ ୩ ଜଣ ପୀତାମ୍ବର ଶବର, ବିକାଶ ଶବର ଓ ଚୁଳ ଶବରଙ୍କୁ ଧର୍ମଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଭୁବନ ଶବରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଗୋଲାମୁଣ୍ଡାର ଗୋଟିଏ ପରିବାରର ନିଜ ବୋଲେରୋ ଯୋଗେ ଧର୍ମଗଡକୁ କୌଣସି କାମରେ ଆସିଥିଲେ। କାମ ସାରି ସେମାନେ ବିଳମ୍ବିତ ରାତିରେ ଧର୍ମଗଡରୁ ଗୋଲାମୁଣ୍ଡାକୁ ଫେରୁଥିବା ବେଳେ ଖଲିଆକାନିଠାରେ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପଟି ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ।