Posted inଜାତୀୟ

ଗଗନଯାନ ମିଶନର ମହାକାଶଚାରୀଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା କଲା ଡିଆର୍‌ଡିଓ

ବେଙ୍ଗାଲୁରୁ,୭।୧: ଗଗନଯାନ ୨୦୨୨ରେ ମହାକାଶ ଯାତ୍ରା କରିବ। ଏଥିପାଇଁ ବୈଜ୍ଞାନିକମାନେ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏହି ମିଶନରେ ଯାଉଥିବା ମହାକାଶଚାରୀଙ୍କ ପାଇଁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେଶନ୍‌ (ଡିଆର୍‌ଡିଓ) ପକ୍ଷରୁ ସ୍ବତନ୍ତ୍ର ଖାଦ୍ୟ ମେନ୍ୟୁର ବ୍ୟବସ୍ଥା କରାଯାଇଛି। ଏହି ଖାଦ୍ୟଗୁଡିକୁ ଡିଆର୍‌ଡିଓର ମହୀଶୂର ପ୍ରୟୋଗଶାଳାରେ ତିଆରି କରାଯାଇଛି। ମହାକାଶଚାରୀଙ୍କ ଖାଇବା ପାଇଁ ଡିଆରଡିଓ ଏଗ୍‌ ରୋଲ, ଭେଜ୍‌ ରୋଲ, ଇଡ୍‌ଲି, ମୁଗ ଡାଲି, ହାଲ୍‌ଓ୍ବା ଓ ଭେଜ୍‌ ପୁଲାଓ ପ୍ରସ୍ତୁତ କରିଛି। କହିବାକୁ ଗଲେ ଏହି ଖାଦ୍ୟଗୁଡ଼ିକ ସାମାନ୍ୟ ଲାଗୁଛି। ହେଲେ ଯେପରି ଜିରୋ ଗ୍ରାଭିଟିରେ ମହାକାଶଚାରୀ ଭଲଭାବେ ଏହାକୁ ଖାଇପାରିବେ ସେନେଇ ବ୍ୟବସ୍ଥା କରାଯାଇଛି। ଖାଇବା ସମୟରେ ସେମାନଙ୍କୁ ଯେପରି କୌଣସି ଅସୁବିଧା ନ ଉପୁଜେ ତାହାକୁ ଦୃଷ୍ଟିରେ ରଖି ଡିଆର୍‌ଡିଓ ଏହି ଖାଦ୍ୟ ପ୍ରସ୍ତୁତ କରିଛି। କେବଳ ସେତିକି ନୁହେଁ, ଖାଇବା ଗରମ କରିବା ପାଇଁ ମଧ୍ୟ ସେମାନଙ୍କୁ ଫୁଡ୍‌ ହିଟର ପ୍ରଦାନ କରାଯିବ। ଏହାକୁ ମଧ୍ୟ ଡିଆର୍‌ଡିଓର ମହୀଶୂର ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଛି। ଆଉ ଏଥିପାଇଁ ସ୍ବତନ୍ତ୍ର କଣ୍ଟେନର ମଧ୍ୟ ତିଆରି କରାଯାଇଛି। ଯାହାଦ୍ୱାରା ମହାକାଶଚାରୀ ଜିରୋ ଗ୍ରାଭିଟିରେ ବି ପାଣି ଓ ଜୁସ୍‌ ମଧ୍ୟ ପିଇପାରିବେ। କିଛିଦିନ ତଳେ ଏକ ଖବରଦାତା ସମ୍ମିଳନୀରେ ଗଗନଯାନ ପାଇଁ ୪ ମହାକାଶଚାରୀ ଚୟନ ହୋଇଥିବା ବେଳେ ସେମାନେ ବାୟୁସେନାର ସଦସ୍ୟ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଥିଲେ। ଆଉ ଏମାନଙ୍କର ପ୍ରଶିକ୍ଷଣ ଜାନୁୟାରୀ ତୃତୀୟ ସପ୍ତାହରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଗୋଟିଏ ରନ୍‌ଓ୍ବେରେ ୨ ବିମାନ ମୁହାଁମୁହିଁ, ଗୋଟିଏ କଲ୍‌ ପରେ…

ମୁମ୍ବାଇ,୮ା୭: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ରନଓ୍ବେରେ ଏୟାର ଇଣ୍ଡିଆର  ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମୁହାଁମୁହିଁ ହେବା ପରେ ମୁମ୍ବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri