ଖୋଲୁଛି ଏସ୍‌ଓଜି ଟ୍ରେନିଂ ସେଣ୍ଟର ଗୁମର: ଖାଇବାକୁ ଦେଲେନି, ବିଶ୍ୱଜିତ ଅସୁସ୍ଥ

ଭୁବନେଶ୍ୱର, ୧୬(ବ୍ୟୁରୋ)

ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଟ୍ରେନିଂ ନେଉଥିବା ପୋଲିସ ଅଫିସରଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଏ ସଂକ୍ରାନ୍ତରେ କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଚନ୍ଦକା ଥାନାରେ ଦୁଇଟି ଅଭିଯୋଗ ହେବା ପରେ ଟ୍ରେନିଂ ସେଣ୍ଟରର ଗୁମର ପଦାରେ ପଡିଛି। ଏଥିସହ ସେଠାରେ ଟ୍ରେନିଂ ବାବଦକୁ ଆସୁଥିବା ଅର୍ଥକୁ ହରିଲୁଟ୍‌ କରାଯାଉଥିବା ନେଇ ମଧ୍ୟ କେତେଜଣ ଅଧିକାରୀ ମୁହଁ ଖୋଲିବା ପରେ ବଡ଼ ବିବାଦ ମୁଣ୍ଡ ଟେକିଛି। ତେବେ ବଦନାମ ମୁଣ୍ଡାଇବା ପରେ ଗଣମାଧ୍ୟମ ନିକଟରେ ମୁହଁ ଖୋଲିଥିବା ଓ ଅଭିଯୋଗ ଆଣିଥିବା ଟ୍ରେନି ଅଧିକାରୀଙ୍କ ଉପରେ ନିର୍ଯାତନା ଆହୁରି ବଢ଼ିଯାଇଛି। ସେମାନଙ୍କୁ ଖାଦ୍ୟ ଓ ପାଣି ଦିଆ ନ ଯିବାରୁ କ୍ରମଶଃ ଦୁର୍ବଳ ହେବାରେ ଲାଗିଛନ୍ତି। କ୍ୟାଣ୍ଟିନ୍‌କୁ ଗଲେ ଉପରୁ ଖାଇବାକୁ ଦେବାକୁ ମନା କରାଯାଇଥିବା କହି ବିଦା କରିଦିଆଯାଉଛି। ଫଳରେ ଦୁଇଦିନ ହେବ ନ ଖାଇ ଜଣେ ଅଭିଯୋଗକାରୀ ଏସ୍‌ଆଇ ବିଶ୍ୱଜିତ ବେହେରା ସୋମବାର ସକାଳେ ଗୁରୁତର ହୋଇପଡିଥିଲେ। ସକାଳ ପ୍ରାୟ ୮ଟାରେ ସେ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ତୁରନ୍ତ ଟ୍ରେନିଂ ସେଣ୍ଟର ପରିସର ହସ୍ପିଟାଲକୁ ନିଆଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟାଭାବରୁ ସ୍ବାସ୍ଥ୍ୟାବସ୍ଥା ଏପରି ହୋଇଥିବା ଓ ସପ୍ତାହରୁ ଅଧିକ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଜୀବନ ପ୍ରତି ବିପଦ ଥିବା ବିଶ୍ୱଜିତ୍‌ ଗଣମାଧ୍ୟମ ଆଗରେ ଜଣାଇଛନ୍ତି। ଘଟଣା ପରେ ତାଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉ ନ ଥିବା ଓ ରୋଲ୍‌କଲ କିମ୍ବା ଟ୍ରେନିଂ କରିବାକୁ ଗଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଥଟ୍ଟା ପରିହାସ କରାଯାଉଥିବାରୁ ସେ ଦୁର୍ବଳ ହୋଇପଡିବା ସହ ଗଭୀର ମାନସିକ ଆଘାତ ପାଉଛନ୍ତି। ସେଠାରେ ତାଙ୍କୁ ଆହୁରି ନିର୍ଯାତନା ଦେଇ ମାରିଦେବେ ବୋଲି କହି ଟ୍ରେନିଂ ସେଣ୍ଟରକୁ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ତାଙ୍କୁ ଯଦି ଟ୍ରେନିଂ ସେଣ୍ଟରକୁ ନିଆଯାଏ ତେବେ ସେ ଆତ୍ମହତ୍ୟା କରିବେ କହିଛନ୍ତି। ତେବେ ଡିଜିପି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଅଭିଯୋଗ ଓ ପୂରା ଘଟଣାର ତଦନ୍ତ କରୁଛନ୍ତି ଜଣେ ଆଜି ର଼୍ୟାଙ୍କ୍‌ର ଅଧିକାରୀ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ୪୨ ଡିଗ୍ରୀ ଖରାରେ ପୋଲିସ ଅଫିସରମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ଫଳରେ ଜଣେ ମହିଳା ଅଫିସରଙ୍କ ସମେତ ୨୪ ଜଣ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଧିକାରୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ସ୍କୁଟି ଓ ବାଇକ୍‌ରେ ଟ୍ରେନିଂ ସେଣ୍ଟର ପରିସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉକ୍ତଦିନ ଏସ୍‌ଓଜି କମାଣ୍ଟାଣ୍ଟ୍‌ ଅନିରୁଦ୍ଧ ସିଂଙ୍କ ନାମରେ ଟ୍ରେନିଂ ନେଉଥିବା ଘଟଣା ଥାନା ଏସ୍‌ଆଇ ବିଶ୍ୱଜିତ୍‌ ନିର୍ଯାତନା ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ଆଉଜଣେ ଏସ୍‌ଆଇ ରଶ୍ମିରଞ୍ଜନ ମଲ୍ଲିକ ମଧ୍ୟ ସମ୍ପୃକ୍ତ କମାଣ୍ଡାଣ୍ଟ୍‌ଙ୍କ ବିରୋଧରେ ଥାନାରେ ସମାନ ଅଭିଯୋଗ ଆଣିଥିଲେ। ଏହାସତ୍ତ୍ୱେ ରାଜ୍ୟ ସରକାର, ଗୃହ ବିଭାଗ ଓ ପୋଲିସ ଡିଜି ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏପରିସ୍ଥଳେ ଅଭିଯୋଗକାରୀଙ୍କ ଉପରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ଅନ୍ୟମାନଙ୍କ ମୁହଁ ବନ୍ଦ ପାଇଁ ଅଭିଯୋଗକାରୀଙ୍କୁ ନାନା ନିର୍ଯାତନା ଦିଆଯିବାରୁ ମାନସିକସ୍ତରରେ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri