Posted inବୌଦ୍ଧ

ଖୋର୍ଦ୍ଧାର ୭ ଶ୍ରମିକ ସାଇକେଲରେ ଘରମୁହାଁ

ଜହ୍ନାପଙ୍କ,୨୧।୫ (ଡି.ଏନ.ଏ.)- ରାୟପୁରକୁ କାମ କରିବାକୁ ଯାଇଥିବା ଖୋର୍ଦ୍ଧା ଭାପୁର ଅଞ୍ଚଳର ୭ ଶ୍ରମିକ ସାଇକେଲରେ ଘରମୁହଁା ହୋଇଛନ୍ତି ା ସେଠାରୁ ବାହାରିବାର ତିନି ଦିନ ପରେ ସେ ଜହ୍ନାପଙ୍କରେ ପହଞ୍ଚତ୍ ଥିବା ଜଣାଯାଇଛି ା
ଏହି ଶ୍ରମିକମାନେ ପରିବାର ପ୍ରତିପୋଷଣ ପାଇଁ ରାୟପୁରକୁ କାମ କରିବାକୁ ଯାଇଥିଲେ । କରୋନାର ପ୍ରକୋପ ଦୃଷ୍ଟିରୁ ସରକାର ଲକ୍‌ ଡାଉନ୍‌ର ଅବଧି ବଢ଼ାଇ ଚାଲିଥିବା ବେଳେ ଏମାନେ ଆସିବାର ବାଟ ବନ୍ଦ ହୋଇଥିଲା । ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ ନିୟମରେ କିଛି କୋହଳ ହେବା ପରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାର ବାଟ ଫିଟିଥିଲା । ହେଲେ ଠିକା ସଂସ୍ଥା ଏମାନଙ୍କ ଯିବା ପାଇଁ କୌଣସି ସୁବିଧା ନ କରିବାରୁ ଶେଷରେ ନିଜ ରୋଜଗାର ଅର୍ଥରେ ସାଇକେଲ କିଣି ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଭାପୁର ଗାଁକୁ ଯିବାକୁ ବାହାରିଥିଲେ । ସାଇକେଲ ଯୋଗେ ବିଭିନ୍ନ ଜିଲା ଅତିକ୍ରମ କରି ଆସିଥିବା ବେଳେ କୌଣସି ଜିଲା ପ୍ରଶାସନ ସେମାନଙ୍କ ଖାଇବା କିମ୍ବା ରହିବାର ବ୍ୟବସ୍ଥା କରି ନ ଥିଲେ। ତେବେ ତିନି ଦିନ ପରେ ଏହି ଶ୍ରମିକମାନେ ବୌଦ୍ଧ ଜିଲାରେ ପହଞ୍ଚତ୍ଛନ୍ତି ା ଏଠାରୁ ଚାରିଛକ- ଦଶପଲ୍ଲା- ନୟାଗଡ ଦେଇ ଶୁକ୍ରବାର ଖୋର୍ଦ୍ଧାରେ ପହଞ୍ଚତ୍ବାର ଆଶା ରଖିଥିବା କହିଛନ୍ତି । ବର୍ତ୍ତମାନ ସମସ୍ତ ଜିଲା ସୀମା ସିଲ୍‌ ହୋଇଥିବା ବେଳେ ଏମାନେ କିପରି ଆସିଲେ ତାହା ସମସ୍ତଙ୍କୁ ଚକିତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଘରକୁ ଫେରିବାବେଳେ ଅଟକାଇ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗୁରୁତର

ବଘିଆପଡ଼ା,୯ା୩(ଶ୍ରୀକାନ୍ତ ସାହୁ): ବୌଦ୍ଧ ଜିଲା ହରିପୁର ଛକରେ ଏକ ହତ୍ୟାକାଣ୍ଡ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୌଦ୍ଧ…

ବାହାଘରର ୨ ଦିନ ପରେ ପ୍ରେମିକ ସହ ଛୁ’ ନବବଧୂ: ସ୍ବାମୀ ଏତଲା ଦେବାପରେ ଘଟିଲା..

ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri