ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁସାରେ, ଗତ ଜାନୁୟାରୀ ୩୦ ତାରିଖ ସଂଧ୍ୟାରେ ଖେଳ ପଡିଆରୁ ଖେଳିସାରି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଗୌରହରୀ ଅନ୍ଧକାରର ସୁଯୋଗ ନେଇ ଏକ ପରିତ୍ୟକ୍ତ ଝୂମ୍ପୁଡି ଘରକୁ ନେଇ ତାଙ୍କୁ ବଳାତ୍କାର କରିଥିଲା । ଏଥିସହ ଘରେ ଏକୁଟିଆ ରହୁଥିବା ପୀଡିତା ନାବାଳିକା ଓ ତାଙ୍କ ମା’ ଙ୍କୁ ହତ୍ୟା ଧମକ ଦେଇ ଚୁପ ରହିବାକୁ କହିଥିଲା । ତେବେ କାମ କରିବାକୁ ବାହାରକୁ ଯାଇଥିବା ପୀଡିତାଙ୍କ ପିତା ଘରକୁ ଫେରିବାପରେ ପୀଡିତା ଜଣକ ବାପା ଓ ମା’ ଙ୍କ ସହିତ ଦେବଗଡ ଥାନାକୁ ଆସି ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଗୌରହରି ବିରୋଧରେ ପକ୍ସୋ ସମେତ ବିଭିନ୍ନ ଦଫାରେ ଏକ ମାମଲା ଋଜୁକରି ଗୌରହରୀକୁ ଗିରଫ କରିବାସହ ତାକୁ କୋର୍ଟ ଚାଲାଣ କରିଛି ।

 

Dharitri – Odisha’s No.1 Odia Daily

Share